ପ୍ରମୂଖ ଖବର
  • ନୀଳଗିରି ବ୍ଲକ ତେଲିପାଳ ପଞ୍ଚାୟତ ଋଷିଆ କେନାଲରେ ଅଘଟଣ, ବଜ୍ରପାତରେ ୩ ମୃତ
  • ||
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ରାଜଧାନୀରେ ଉଭା ହୋଇଛନ୍ତି କୁନି ବାବା : ପାଦରେ ବିଛା ହୋଇଛି ତୁଳସୀ... ମୁଣ୍ଡରେ ମୟୂର ଚୂଳ

Published By : Rasmita Pradhan | November 16, 2024 12:58 PM

ଭୁବନେଶ୍ଵର, ୧୬/୧୧ : ରାଜଧାନୀରେ ଉଭା ହୋଇଛନ୍ତି ନୂଆ ସାରଥୀ। ବୟସ ପାଖାପାଖି ୧୦ ରୁ ୧୨ ବର୍ଷ। ଠିକ୍ ବାବା ସାରଥୀଙ୍କ ଭଳି ଠାଣି। ପାଦରେ ବିଛା ହୋଇଛି ତୁଳସୀ ପତ୍ର। ମୁଣ୍ଡରେ ପିନ୍ଧିଛନ୍ତି ମୟୂର ଚୂଳ। ବେକରେ ଝୁଲୁଛି ଫୁଲ ହାର। ଆଉ ସିଂହାସନରେ ବସାଇ କରାଯାଉଛି ପୂଜାର୍ଚ୍ଚନା। ବାପ-ମା କହୁଛନ୍ତି ଇଏ କୁଆଡ଼େ ଜଗନ୍ନାଥଙ୍କ ଅବତାର। ଏମିତି ଜଣେ କୁନି ସାରଥୀ ଉଭା ହୋଇଛନ୍ତି ଖଣ୍ଡଗିରି ବାରିର ଏକ ଆଶ୍ରମରେ। ଯାହାଙ୍କୁ ନେଇ ଏବେ ଚାରିଆଡ଼େ ଜୋର୍‌ ଧରିଛି ଚର୍ଚ୍ଚା। ଆଶ୍ରମ ଲୋକେ କହୁଛନ୍ତି ଇୟେ ହେଉଛନ୍ତି କଳିଯୁଗର ବାବା। ନାଁ ତାଙ୍କର କଳକୀ ଭଗବାନ। 

ଏହି ନାବାଳକଙ୍କ ଜଣଙ୍କ ହେଉଛନ୍ତି ଖଣ୍ଡଗିରି ବାସିନ୍ଦା କାଶୀନାଥ ମିଶ୍ରଙ୍କ ପୁଅ ଅନନ୍ତ ମାଧବ। ପୁଅକୁ ଜଗନ୍ନାଥଙ୍କ ଅବତାର ବୋଲି ଅପପ୍ରଚାର କରୁଛନ୍ତି କାଶୀନାଥ। ମାଧବଙ୍କୁ ବାବା ସଜେଇ ଲୋକଙ୍କଠୁ କରୁଛନ୍ତି ରୋଜଗାର। ଯାହାକି ଶ୍ରୀଜଗନ୍ନାଥ ପ୍ରେମୀଙ୍କୁ ଗଭୀର ଭାବେ ମର୍ମାହତ କରିଛି। ଏହାକୁ ବିରୋଧ କରି ଭରତପୁର ରାଜ୍ୟ ସମାଜସେବୀ ମହାସଂଘ ଥାନାର ଦ୍ୱାରସ୍ଥ ହୋଇଛି। ତୁରନ୍ତ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ମହାସଂଘ ଦାବି କରିଛି। ସ୍ଵେଚ୍ଛାସେବୀ ସଙ୍ଗଠନର ଅଭିଯୋଗକୁ ଆଧାର କରି ବୈକୁଣ୍ଠଧାମ ସେବାଶ୍ରମରେ ଭରତପୁର ଥାନା ପୋଲିସ ଚଢାଉ କରିଛି। 

ସେପଟେ କୁନି ବାବାଙ୍କ ନାଁରେ ଅଭିଯୋଗ ପରେ ଆଶ୍ରମ ଟ୍ରଷ୍ଟି ମୁହଁ ଖୋଲିଛନ୍ତି। ସେ କହିଛନ୍ତି ଯେ, କୁନି ପିଲାଟି ଭିତରେ ଅନେକ ଅଲୌକିକ ଶକ୍ତି ରହିଛି । ବହୁ ଦୁରାରୋଗକୁ ଭଲ କରିବାର କ୍ଷମତା ଅଛି । ତାଙ୍କୁ ଶୂନ୍ୟବାଣୀ ହୋଇଛି ଯେ ସ୍ୱୟଂ ଶ୍ରୀଜଗନ୍ନାଥ ବେଶରେ ଏହି ବାଳକ ତାଙ୍କ ଆଶ୍ରମରେ ଜନ୍ମ ଗ୍ରହଣ କରିସାରିଛନ୍ତି । ସେଥିପାଇଁ ତାଙ୍କ ପାଦ ଓ ମୁଣ୍ଡରେ ତୁଳସୀ ପତ୍ର ଚଢ଼ା ହେଉଛି।

ବୈକୁଣ୍ଠ ସେବାଶ୍ରମର ସଭାପତି ପାଣ୍ଡବ ପରିଡା କହିଛନ୍ତି ଯେ, କୁନି ବାବା ଆମ ପାଇଁ ଠାକୁର। ୪ ବର୍ଷ ବୟସରୁ ଆମେ ବାବାଙ୍କ ଅଲୌକିକ ଦେଖି ଆସିଛୁ। ବାବା ଭବିଷ୍ୟତ କହୁଥିଲେ। ବାବା ଯାଜପୁରରେ ଜନ୍ମ ଆଉ ଖଣ୍ଡଗିରିରେ ଲୀଳା କରିବେ । ଶାସ୍ତ୍ରରେ ଲେଖା ହୋଇଛି ତାହା ଘଟୁଛି। ପୂର୍ବରୁ ଠାକୁର କହିଥିଲେ ମୋତେ ନିନ୍ଦା କରିବେ ଆଉ ଏବେ ନିନ୍ଦା ହଉଛି। ଆଜି ପୋଲିସ ଆସି ତଦନ୍ତ କରିଛି ଆମେ ସପୋର୍ଟ କରୁଛୁ । ଯେଉଁ ଅଭିଯୋଗ ହୋଇଛି ତାହା ସମ୍ପୂର୍ଣ୍ଣ ମିଛ। ବାବା ଛୋଟ ଥିବା ବେଳେ ତୁଳସୀ ଦିଆଯାଇଥିଲା ଏବେ ବାବଙ୍କ ବୟସ ୧୮ ବର୍ଷ ହୋଇଛି। ଏବେ ମୁଣ୍ଡରେ ତୁଳସୀ ଦିଆଯାଉଛି। 








 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.