ଭୁବନେଶ୍ଵର, ୩୦/୦୫ : ଭୁବନେଶ୍ଵର ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରେ ଥାର୍ ଚଢାଇ ଯୁବକଙ୍କୁ ହତ୍ୟା। ଦୁର୍ଘଟଣାର ରୂପ ଦେବାକୁ ଚେଷ୍ଟା କରୁଥିଲେ ଅଭିଯୁକ୍ତ। ମୃତକଙ୍କ ପରିବାର ଲୋକଙ୍କ ଅଭିଯୋଗ ପରେ ୫ ଜଣଙ୍କୁ ଅଟକ ରଖି ତନାଘନା କରୁଛି ପୁଲିସ। ତ୍ରିକୋଣୀୟ ପ୍ରେମରୁ ଥାର୍ ଚଢାଇ ହତ୍ୟା କରାଯାଇଥିବା ଡିସିପି ପ୍ରତିକ୍ରିୟା ଦେଇଛନ୍ତି।

ସୂଚନାନୁଯାୟୀ, ଶୁକ୍ରବାର ବିଳମ୍ବିତ ରାତିରେ ନୀଳାଦ୍ରି ବିହାର ଅଞ୍ଚଳରେ ଏଟିଏମ୍ ଛକ ନିକଟରେ ୩ ଜଣ ଯୁବକ ବାଇକ୍ ରେ ଯାଉଥିବା ବେଳେ ଏକ ଦ୍ରୁତଗାମୀ ଥାର୍ ଗାଡ଼ି ପଛପଟୁ ଧକ୍କା ଦେଇଥିଲା। ସେମାନଙ୍କ ମଧ୍ୟରୁ ଜଣଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା। ଅନ୍ୟ ଦୁଇଜଣ ଗୁରୁତର ଭାବେ ଆହତ ହୋଇଥିଲେ। ମୃତ ଯୁବକଙ୍କ ଘର ଖୋର୍ଦ୍ଧା ଜିଲ୍ଲା କାଇପଦର ଅଞ୍ଚଳରେ। ଏନେଇ ମୃତକଙ୍କ ପରିବାର ଲୋକଙ୍କ ଅଭିଯୋଗ ପରେ ଚନ୍ଦ୍ରଶେଖରପୁର ପୁଲିସ ଏକ ହତ୍ୟା ମାମଲା ରୁଜୁ କରି ଛାନଭିନ୍ ଆରମ୍ଭ କରିଛି। ପୁଲିସ ଏହି ମାମଲାରେ ଥାର ଗାଡିକୁ ଜବତ କରିବା ସହ ୫ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ତ୍ରିକୋଣୀୟ ପ୍ରେମରୁ ଥାର୍ ଗାଡ଼ି ସାହାଯ୍ୟରେ ବାଇକ୍ ଆରୋହୀଙ୍କୁ ଚଢ଼ାଇ ହତ୍ୟା କରାଯାଇଥିବା ଡିସିପି ପ୍ରତିକ୍ରିୟା ରଖିଛନ୍ତି।..

ଆହୁରି ପଢନ୍ତୁସ୍ତ୍ରୀକୁ ପିଟିପିଟି ମାରିଦେବା ପରେ ଆତ୍ମହତ୍ୟା କଲା ସ୍ଵାମୀ, ଜଙ୍ଗଲରୁ ମୃତଦେହ ଉଦ୍ଧାର