ପ୍ରମୂଖ ଖବର
  • କଟକ : ନିଆଁ ଲାଗି ଜଳିଗଲା ୩ ବଖରା ଘର, କାରଣ ଅସ୍ପଷ୍ଟ
  • ||
  • କାଠଯୋଡି ନଦୀରେ ଗାଧୋଇବା ବେଳେ ଅଘଟଣ, ପାଣିରେ ବୁଡ଼ି ନାବାଳକ ମୃତ
  • ||
  • ଭଞ୍ଜନଗର : ବ୍ରାହ୍ମଣପଦର ଗ୍ରାମରେ ହତ୍ୟାକାଣ୍ଡ, ସଂଘବଦ୍ଧ ଆକ୍ରମଣରେ ଯୁବକଙ୍କ ମୃତ୍ୟୁ
  • ||
  • ବେଗୁନିଆପଡ଼ା : ପୂର୍ବ ଶତ୍ରୁତାରୁ ୨ ଭାଇଙ୍କୁ ହତ୍ୟା, ପୋଲିସର ତଦନ୍ତ ଆରମ୍ଭ
  • ||
  • ଭାରସାମ୍ୟ ହରାଇ ଦଳବୋଝେଇ ଖାଲକୁ ଖସିଲା ଟ୍ୟାଙ୍କର୍‌, ଡ୍ରାଇଭର ମୃତ
  • ||
  • ତଣ୍ଡିକେରା ଛକରୁ ଦୁଇ ସନ୍ଦିଗ୍ଧଙ୍କୁ ଉଠାଇନେଲା ଚନ୍ଦନପୁର ପୁଲିସ, ଚାଲିଛି ପରିଚୟ ଖୋଜା
  • ||
  • IPL 2025: ଆଜି ସୁପରଜାଏଣ୍ଟ୍‌ସ- ଇଣ୍ଡିଆନ୍ ମଧ୍ୟ ହେବ କଡ଼ା ଟକ୍କର, ନଜରରେ ପନ୍ତ, ରୋହିତଙ୍କ ବ୍ୟାଟିଂ
  • ||
  • ବଦଳିବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଠିକଣା, ୟୁନିଟ୍‌-୨ କ୍ୟାପିଟାଲ ନର୍ସରୀ ପାଖକୁ ଉଠିଯିବ
  • ||
  • ଯାଜପୁରରେ ଚାଞ୍ଚଲ୍ୟ, କର୍ମଜୀବୀ ମହିଳାଙ୍କୁ ହାତ ମୁହଁ ବାନ୍ଧି ଗଣଦୁଷ୍କର୍ମ ଅଭିଯୋଗ
  • ||
  • ଦିନିକିଆ ଗଞ୍ଜାମ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ବ୍ରହ୍ମପୁର ମା’ ବୁଢ଼ୀ ଠାକୁରାଣୀଙ୍କୁ ଅସ୍ଥାୟୀ ମଣ୍ଡପରେ ଦର୍ଶନ କରିବେ
  • ||
  • ମୟୂରଭଞ୍ଜ : ଦୋକାନୀଙ୍କୁ ଠେଙ୍ଗାରେ ପିଟି ସୁନା ବ୍ୟାଗ୍‌ ଲୁଟ୍‌, ଲକ୍ଷାଧିକ ଟଙ୍କାର ଅଳଙ୍କାର ଲୁଟିନେଲେ ୪ ଦୁର୍ବୃତ୍ତ
  • ||
  • ଭଦ୍ରକ : ଗୋରୁ ବୋଝେଇ ପିକଅପ୍‌ ଗାଡ଼ି ଦୁର୍ଘଟଣା ଗ୍ରସ୍ତ: ୩ ଗୋରୁ ମୃତ, ଡ୍ରାଇଭର ଗୁରୁତର
  • ||
  • ରବିବାରଠୁ ତାତିରେ ବିରତି: ୨ ତାରିଖ ଯାଏ ବର୍ଷା ସହ ଘଡ଼ଘଡ଼ି ସମ୍ଭାବନା, ୫ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
  • ||

Trump: ଆମେରିକାର ନୂଆ ନିଷ୍ପତ୍ତି; ଟ୍ରମ୍ପଙ୍କ ପାଲଟା ଶୁଲ୍କରୁ ବାଦ ପଡିଲା ସ୍ମାର୍ଟଫୋନ, ଲାପଟପ ଓ ଚିପ୍ସ

Published By : Bijay Swain | April 12, 2025 9:15 PM

Image courtesy: indiatoday

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଶାସନ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଛି। ନୂଆ ନିଷ୍ପତ୍ତି ମୁତାବକ ସ୍ମାର୍ଟଫୋନ, ଲାପଟପ ଏବଂ ସେମିକଣ୍ଡକ୍ଟର ଚିପ୍ସକୁ ପାଲଟା ଶୁଳ୍କରୁ ମୁକ୍ତ ରଖିବାକୁ ଘୋଷଣା କରାଯାଇଛି। ଆମେରିକାର କଷ୍ଟମ୍ସ ଆଣ୍ଡ ବର୍ଡର ପ୍ରୋଟେକ୍ସନ (ସିବିପି) ପକ୍ଷରୁ ଶୁକ୍ରବାର ରାତିରେ ଜାରି ଏକ ନୋଟିସରେ ଏହି ସୂଚନା ଦିଆଯାଇଛି। ଏହି ନିଷ୍ପତ୍ତି ବିଶ୍ୱବ୍ୟାପୀ ଟେକ୍ନୋଲୋଜି କମ୍ପାନୀ ଯଥା ଆପଲ, ସାମସଙ୍ଗ ଏବଂ ଏନଭିଡିଆ ପାଇଁ ଏକ ବଡ଼ ଆଶ୍ୱସ୍ତି ଆଣି ଦେଇଛି। 

ଏହି ଛାଡ ଅନ୍ୟାନ୍ୟ ଇଲେକ୍ଟ୍ରୋନିକ୍ସ ଡିଭାଇସ ଏବଂ କମ୍ପୋନେଣ୍ଟ ଯେପରିକି ସୋଲାର ସେଲ, ଫ୍ଲାଟ ପ୍ୟାନେଲ ଟିଭି ଡିସପ୍ଲେ, ଫ୍ଲାସ ଡ୍ରାଇଭ ଏବଂ ମେମୋରୀ କାର୍ଡ ଆଦି ପାଇଁ ମଧ୍ୟ ପ୍ରଯୁଜ୍ୟବୋଲି ଏହି ନୋଟିସରେ ଉଲ୍ଲେଖ ରହିଛି। ଏହା ଏପ୍ରିଲ ୫, ୨୦୨୫ରୁ ଗୋଦାମରୁ ପରିବହନ ହେଉଥିବା ଉତ୍ପାଦଗୁଡ଼ିକ ଉପରେ କାର୍ଯ୍ୟକାରୀ ହେବ। 

ଟ୍ରମ୍ପ ପୂର୍ବରୁ ଚୀନରୁ ଆମଦାନୀ ଉପରେ ୧୪୫% ପାଲଟା ଶୁଳ୍କ ଲଗାଇଥିଲେ। ଯାହା ଆପଲ ପରି ବଡ କମ୍ପାନୀଙ୍କୁ ଅକଳରେ ପକାଇ ଦେଇଥିଲା। କାରଣ ଏହି କମ୍ପାନୀଗୁଡ଼ିକ ଚୀନରେ ଅଧିକାଂଶ ଉତ୍ପାଦ ତିଆରି କରନ୍ତି। ଏହି ନୂଆ ପାଲଟା ଶୁଳ୍କ ଛାଡ ଗ୍ରାହକଙ୍କୁ ଅତ୍ୟଧିକ ମୂଲ୍ୟବୃଦ୍ଧିରୁ ରକ୍ଷା କରିବା ସହ ଟେକ୍ ଇଣ୍ଡଷ୍ଟ୍ରିକୁ ସ୍ଥିରତା ଦେବ ବୋଲି ଆଶା କରାଯାଉଛି। 

ତେବେ, ଟ୍ରମ୍ପ ପ୍ରଶାସନ ଅନ୍ୟାନ୍ୟ କ୍ଷେତ୍ରରେ ସେକ୍ଟର-ନିର୍ଦ୍ଦିଷ୍ଟ ଶୁଳ୍କ ଲଗାଇବା ଉପରେ ବିଚାର କରୁଥିବା ସୂଚନା ମିଳିଛି। ଏହା ବିଶ୍ୱ ବଜାରରେ ଅନିଶ୍ଚିତତା ସୃଷ୍ଟି କରିଛି। କିନ୍ତୁ ବର୍ତ୍ତମାନ ପାଇଁ ଟେକ୍ନୋଲୋଜି କ୍ଷେତ୍ର ଏକ ବଡ଼ ସମ୍ଭାବ୍ୟ କ୍ଷତି ସହିବାରୁ ମୁକ୍ତ ରହିଛି। 

ଏହି ନିଷ୍ପତ୍ତି ଭାରତ ପରି ଦେଶଗୁଡ଼ିକ ପାଇଁ ମଧ୍ୟ ବହୁ ଗୁରୁତ୍ୱପୂର୍ଣ୍ଣ ଅଟେ। କାରଣ ଭାରତରେ ସ୍ମାର୍ଟଫୋନ ଓ ଇଲେକ୍ଟ୍ରୋନିକ୍ସ ଉତ୍ପାଦନ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଭାରତୀୟ ଟେକ୍ ଇଣ୍ଡଷ୍ଟ୍ରି ଏହାକୁ ଏକ ସକାରାତ୍ମକ ପଦକ୍ଷେପ ଭାବେ ଦେଖୁଛି। ଯାହା ରପ୍ତାନୀ ଓ ଉତ୍ପାଦନରେ ସ୍ଥିରତା ଆଣିପାରେ ବୋଲି ବିଶେଷଜ୍ଞମାନେ ମତ୍ତପ୍ରକାଶ କରିଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.