ନୂଆଦିଲ୍ଲୀ : ନ୍ୟୁୟର୍କରେ ଏହି ସମୟରେ ଏକ ନିଆରା କାଫେ ଲୋକଙ୍କ ଧ୍ୟାନ ଆକର୍ଷଣ କରୁଛି , ଏଠାକୁ ଆସୁଥିବା ଲୋକେ କୌଣସି ମନୁଷ୍ୟ ସହ ନୁହେଁ ବରଂ ନିଜର ଏଆଇ ଚାଟବଟ୍ ସହ ବସି କଫି ପିଉଛନ୍ତି। ଏହା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗି ପାରେ , କିନ୍ତୁ ଏହା ହେଉଛି ଏହି କାଫେର ପୂରା କନସେପ୍ଟ। ଏଠାରେ ଲୋକେ ନିଜର ମୋବାଇଲ କିମ୍ୱା ଟାବଲେଟ୍ରେ ଥିବା ଏଆଇ କମ୍ପେନିୟନକୁ ସାମ୍ନାରେ ରଖି ଡେଟ୍ ଭଳି ଅନୁଭବ ନେଉଛନ୍ତି।
ଏହି ସ୍ୱତନ୍ତ୍ର କାଫେଟି ଭାଲେଣ୍ଟାଇନ୍ ୱିକ୍ର ପାଖାପାଖି ଖୋଲା ଯାଇଛି ଏବଂ ସୋସିଆଲ ମିଡ଼ିଆରେ ଏହାର ଫଟୋ ଓ ଭିଡ଼ିଓ ଖୁବ୍ ଭାଇରାଲ ହେଉଛି। ଅନେକ ଲୋକ ଏହାକୁ ଟେକ୍ନୋଲଜିର ଆଗାମୀ ପଦକ୍ଷେପ ଭାବେ ମନେକରୁ ଥିବା ବେଳେ, ଆଉ କିଛି ଲୋକଙ୍କୁ ଏହି ଟ୍ରେଣ୍ଡ କିଛି ମାତ୍ରାରେ ଅଡୁଆ ଲାଗୁଛି।
ଆହୁରି ମଧ୍ୟ ପଢନ୍ତୁ : ଇନଷ୍ଟାଗ୍ରାମ୍ରେ ନିଜକୁ ଧନୀ କହୁଥିବା ପ୍ରେମିକ ଜଣେ ଦିନ ମଜୁରିଆ , ସ୍ୱାମୀଙ୍କ ପାଖକୁ ଫେରି ଆସିଲେ ଫେରାର ମହିଳା
ଆଜତକ୍ ଡଟ୍ ଇନ୍ରେ ପ୍ରକାଶିତ ତଥ୍ୟ ଅନୁସାରେ , ନ୍ୟୁୟର୍କର ହେଲ୍ସ କିଚେନ ଅଞ୍ଚଳରେ ଖୋଲା ଯାଇଥିବା ଏହି ପପ୍-ଅପ୍ କାଫେର ନାମ ଇଭା ଏଆଇ କାଫେ କୁହାଯାଉଛି। ଏହା ଏକ ଲିମିଟେଡ୍ ଟାଇମ୍ ପାଇଁ ଖୋଳା ଯାଇଥିବା ଏକ୍ସପେରିମେଣ୍ଟ , ଯେଉଁଠି ଆଗନ୍ତୁକ ମାନେ ତାଙ୍କର ଏଆଇ ଚାଟବଟ୍ ସହ ବସି କଥାବାର୍ତ୍ତା ହୋଇ ପାରିବେ ଏବଂ କାଫେର ମାହୋଲ ଅନୁଭବ କରି ପାରିବେ।
ଏହି କାଫେକୁ ଏହିପରି ଡିଜାଇନ କରାଯାଇଛି ଯେ, ଲୋକେ ଏକୁଟିଆ ବସି, ସାମ୍ନାରେ ମୋବାଇଲ ଷ୍ଟାଣ୍ଡରେ ନିଜର ଏଆଇ କମ୍ପିନିୟନକୁ ରଖି ତା ସହ କଥା ହୋଇ ପାରିବେ। ଅନେକ ଲୋକ ପୂର୍ବରୁ ହିଁ ତାଙ୍କର ଏଆଇ ପାର୍ଟନରକୁ ଆପ୍ରେ ପ୍ରସ୍ତୁତ କରି ଆସନ୍ତି , କିଛି ଲୋକ ଘଟଣା ସ୍ଥଳରେ ହିଁ ନୂଆ ଏଆଇ ଚାଟବଟ୍ ତିଆରି କରି ତାସହ କଥାବାର୍ତ୍ତା ଆରମ୍ଭ କରି ଦିଅନ୍ତି।
ଏଠାରୁ ଆସୁଥିବା ଲୋକଙ୍କୁ ଏହା ଅନୁଭବ ଦେବାକୁ ଚେଷ୍ଟା କରାଯାଇଛି ଯେ, ସେ କୌଣସି କାଫେରେ ଡେଟ୍ରେ ବସିଛନ୍ତି। କେବଳ ପାର୍ଥକ୍ୟ ଏତିକି ଯେ, ସାମ୍ନାରେ ବସିଥିବା ସାଥି ମଣିଷ ନୁହେଁ ବରଂ ଏକ ଏଆଇ ଚାଟବଟ୍।
ଆଜିକା ସମୟରେ ଅନେକ ଲୋକ ପ୍ରତିଦିନ ଏଆଇ ଚାଟବଟ୍ ସହ କଥା ହେଉଛନ୍ତି। କିଛି ଲୋକ ଏହାକୁ ଏକୁଟିଆପଣର ସାଥି ଭାବେ ଗ୍ରହଣ କରୁଥିବା ବେଳେ ଆଉ କିଛି ଲୋକ ଏହାକୁ ବିନା ବିଚାରରେ ନିଜର କଥା କହିବାର ମାଧ୍ୟମ ମନେକରିଛନ୍ତି। ଏହି କାରଣ ଯେ, ଏହି କାଫେର କନସେପ୍ଟ ଲୋକଙ୍କୁ ଆକର୍ଷିତ କରୁଛି।
ମିଡ଼ିଆ ରିପୋର୍ଟ ମୁତାବିକ , ଏଠାକୁ ଆସୁଥିବା କିଛି ଲୋକ କହିଛନ୍ତି ଯେ, ତାଙ୍କୁ ଏଆଇ ସହ କଥାବାର୍ତ୍ତା ହେବାରେ ଅଧିକ ଆରାମ ଅନୁଭବ ହୋଇଥାଏ , କାରଣ ଏଥିରେ ରିଜେକ୍ସନ ଭଳି ଭୟ ନଥାଏ। କିଛି ଲୋକଙ୍କ ପାଇଁ ଏହା ଏକ ନିରାପଦ ସ୍ଥାନ ଭଳି ଅନୁଭବ ହୁଏ, ଯେମିତି କି ବିନା ଚାପରେ କଥାବାର୍ତ୍ତା ହୋଇ ପାରିବେ।