ନୂଆଦିଲ୍ଲୀ,୧୩/୦୬: ଭାରତୀୟ ଦଳ  ଇଂଲଣ୍ଡ ଗସ୍ତରୁ ଫେରିବା ପରେ ୱେଷ୍ଟଇଣ୍ଡିଜ ଓ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଘରୋଇ ସିରିଜ୍‌ ଖେଳିବ। ୱେଷ୍ଟଇଣ୍ଡିଜ ଅକ୍ଟୋବର ମାସରେ ଆସି ୨ଟି ଟେଷ୍ଟ ଖେଳିବ । ପ୍ରଥମ ଟେଷ୍ଟ ଅକ୍ଟୋବର ୨ରୁ  ଏବଂ ଦ୍ୱିତୀୟ ଟେଷ୍ଟ୍‌ ୧୦ ତାରିଖରୁ ଆରମ୍ଭ ହେବ । 

ୱେଷ୍ଟଇଣ୍ଡିଜ ଫେରିଯିବା ପରେ ଦକ୍ଷିଣ ଆଫ୍ରିକା ଆସିବ । ଦଳ ଏହି ଗସ୍ତରେ ୨ଟି ଟେଷ୍ଟ, ୫ଟି ଟି-ଟ୍ୱେଣ୍ଟି ଏବଂ ୩ଟି ଦିନିକିଆ ଖେଳିବ । ନଭେମ୍ବର ୧୪ରୁ ପ୍ରଥମ ଟେଷ୍ଟ ଏବଂ ୨୨ରୁ ଦ୍ୱିତୀୟ ଟେଷ୍ଟ ଆରମ୍ଭ ହେବ । ଦିନିକିଆ ନଭେମ୍ବର ୩୦ରୁ  ଆରମ୍ଭ ହୋଇ ଡିସେମ୍ବର ୬ରେ ଶେଷ ହେବାର ସୂଚୀ ରହିଛି । ସେମିତି ଡିସେମ୍ବର ୯ରୁ ଟି-ଟ୍ୱେଣ୍ଟି  ଆରମ୍ଭ ହୋଇ ୧୯ ତାରିଖରେ ଶେଷ ହେବ । 

ନୂଆ ବର୍ଷରେ ଅର୍ଥାତ୍ ୨୦୨୬ ଜାନୁଆରୀ ମାସରେ ନ୍ୟୁଜିଲାଣ୍ଡ ଆସିବାର କାର୍ଯ୍ୟକ୍ରମ ରହିଛି ।  ଦଳ ଏହି ଗସ୍ତରେ ୫ଟି ଟି-ଟ୍ୱେଣ୍ଟି ଓ ୩ଟି ଦିନିକିଆ ଖେଳିବ । ଜାନୁଆରୀ ୧୧ରୁ ସିରିଜ ଆରମ୍ଭ ହୋଇ ୩୦ରେ ଶେଷ ହେବ । ମାତ୍ର ଏ ବିଷୟରେ ବିସିସିଆଇ ପକ୍ଷରୁ ଅଫିସିଆଲ ଘୋଷଣା କରାଯାଇ ନାହିଁ ।