ପ୍ରମୂଖ ଖବର
  • ବଢୁଛି ଭାରତ-ପାକିସ୍ତାନ ଉତ୍ତେଜନା, ସ୍ଥଳପଥ ପରେ ଜଳପଥରେ ବି ହାଇଆଲର୍ଟ ଜାରି
  • ||
  • ବଢିଲା ଭାରତ - ପାକିସ୍ତାନ ଯୁଦ୍ଧ ଭୟ, ବିଜୁ ପଟ୍ଟନାୟକ ଏୟାରପୋର୍ଟରେ ହାଇଆଲର୍ଟ ଜାରି
  • ||
  • ଚଣ୍ଡୀଗଡ଼ରେ ବାଜିଲା ଯୁଦ୍ଧ ସାଇରନ୍, ଲୋକଙ୍କୁ ଘର ଭିତରେ ରହିବାକୁ ଅନୁରୋଧ
  • ||
  • ସ୍ୱଦେଶ ବାହୁଡ଼ି ଯିବେ ବିଦେଶୀ ଖେଳାଳି, ଖୁବ୍‌ଶୀଘ୍ର ବଡ଼ ନିଷ୍ପତ୍ତି ନେଇପାରେ ବିସିସିଆଇ
  • ||
  • ଚଣ୍ଡୀଗଡ଼​‌ରେ ବାଜିଲା ସାଇରନ୍‌, ଏୟାରଫୋର୍ସ ଷ୍ଟେସନ୍‌କୁ ଓ୍ବାର୍ଣ୍ଣିଂ, ଲୋକଙ୍କୁ ଘରୁ ନବାହାରିବାକୁ ନିର୍ଦ୍ଦେଶ
  • ||
  • LOC ଏବଂ IBରେ କଡ଼ା ଜବାବ, ପାକିସ୍ତାନର ୫୦ରୁ ଉର୍ଦ୍ଧ୍ଵ ଡ୍ରୋନ୍ ଖସାଇଲା ଭାରତ
  • ||
  • ଶ୍ରୀକ୍ଷେତ୍ରରେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା, ପୋଲିସ ଛାଉଣୀରେ ବଡ଼ଦେଉଳ
  • ||
  • ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ମୟୂରଭଞ୍ଜ : ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ଘୋର ଆର୍ଥିକ ସଂକଟରେ ପାକ୍‌ ଅର୍ଥନୀତି: ଆଜି ପାକ୍‌କୁ ଋଣ ପ୍ରଦାନ ନେଇ ସମୀକ୍ଷା କରିବ ଆଇଏମ୍‌ଏଫ, ଭାରତର ବିରୋଧ
  • ||
  • ଅମୃତସର ବାସିନ୍ଦାଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ, ଝରକା ଠାରୁ ଦୂରରେ ଏବଂ ଲାଇଟ୍ ବନ୍ଦ ରଖିବାକୁ ନିର୍ଦ୍ଦେଶାବଳୀ ଜାରି
  • ||
  • ଭାରତୀୟ ସେନାକୁ ସଫଳତା , ଧରାପଡିଲା ପାକିସ୍ତାନୀ ପାଇଲଟ୍
  • ||
  • ସମୀକ୍ଷା କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, CDS ଏବଂ ୩ ସେନା ମୁଖ୍ୟଙ୍କ ସହ ଯୁଦ୍ଧ ସ୍ଥିତି ନେଇ କରିବେ ଆଲୋଚନା
  • ||
  • ଭାରତ-ପାକ୍ ଯୁଦ୍ଧ ନେଇ ସସପେନ୍ସ: ଆଇପିଏଲ୍‌ ଆୟୋଜନ ଉପରେ ହୋଇପାରେ ବଡ଼ ନିଷ୍ପତ୍ତି
  • ||
  • ବାଲେଶ୍ବର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରେ ବଢ଼ିଲା ସୁରକ୍ଷା, ଅପରାହ୍ନ ୨ଟାରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ
  • ||
  • ପାକିସ୍ତାନ ଉପରେ ଆକ୍ରମଣକୁ ନେଇ ବିସ୍ତୃତ ତଥ୍ୟ ଦେବ ବୈଦେଶିକ ମନ୍ତ୍ରଣାଳୟ,ସକାଳ ୯ଟାରେ ପ୍ରେସ ମିଟ୍
  • ||
  • ରାଜ୍ୟରେ ଆହୁରି ବଢ଼ିବ ଗରମ ପ୍ରକୋପ, ୧୦ରୁ ୧୪ ପ୍ରଚଣ୍ଡ ତାତି,ପଶ୍ଚିମରେ ହିଟ୍‌ୱେଭ୍‌, ଉପକୂଳରେ ଗୁଳୁଗୁଳି ଆଶଙ୍କା
  • ||

ନ୍ୟୁଜିଲାଣ୍ଡର ପ୍ରଧାନମନ୍ତ୍ରୀ ଦିଲ୍ଲୀରେ ଖେଳିଲେ ଗଲି କ୍ରିକେଟ, ପିଏମଙ୍କ ଫିଲ୍ଡିଂ ଦେଖି କପିଲ ଦେବ ହେଲେ ଆଶ୍ଚର୍ଯ୍ୟ

Published By : Prameya | March 19, 2025 5:30 PM

ନୂଆଦିଲ୍ଲୀ, ୧୯/୩ : ନ୍ୟୁଜିଲାଣ୍ଡର ପ୍ରଧାନମନ୍ତ୍ରୀ କ୍ରିସ୍ଟୋଫର ଲକ୍ସନ ଏହି ସମୟରେ ଭାରତ ଗସ୍ତରେ ଅଛନ୍ତି । ୧୯ ମାର୍ଚ୍ଚରେ ସେ ଦିଲ୍ଲୀରେ ପିଲାମାନଙ୍କ ସହ ଗଲି କ୍ରିକେଟ ଖେଳିଛନ୍ତି । ଇଟାରେ ଓ୍ବିକେଟ ନିର୍ମାଣ କରି , ରାସ୍ତାରେ ବାଉଣ୍ଡରୀ ଲାଇନ ଟାଣି, ସେ ସମ୍ପୂର୍ଣ୍ଣ ସାଧାରଣ ଲୋକ ଭଳି ଏହି ଖେଳର ଆନନ୍ଦ ନେଇଛନ୍ତି । ତାଙ୍କ ବିରୋଧି ଟିମରେ ନ୍ୟୁଜିଲାଣ୍ଡର ଭେଟରାନ କ୍ରିକେଟର ରସ୍ ଟେଲର ଏବଂ ସ୍ପିନର ଏଜାଜ ପଟେଲ ଥିଲେ ଯାହାକି ତାଙ୍କ ସାଥ ଦେଇଥିଲେ ଭାରତୀୟ ବିଶ୍ବ କପ ବିଜେତା ଅଧିନାୟକ କପିଲ ଦେବ । ଯିଏ ତାଙ୍କ ଟିମରେ ଖେଳୁଥିଲେ । 

ନ୍ୟୁଜିଲାଣ୍ଡର ପ୍ରଧାନମନ୍ତ୍ରୀ କ୍ରିସ୍ଟୋଫର ଲକ୍ସନ ଏହା ପୂର୍ବରୁ ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ରାଷ୍ଟ୍ରପତି ଦୈପଦୀ ମୁର୍ମୁଙ୍କୁ ବି ଭେଟିଥି‌ଲେ । ସେ ପିଏମ ମୋଦୀଙ୍କ ସହ ରକାବଗଂଜ ସାହିବ ଯାଇଥିଲେ । ଯେଉଁଠାରେ ତାଙ୍କର ସମ୍ମାନ କରାଯାଇଥିଲା । ରସ ଟେଲର ବି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଥିଲେ । ଯାହାର ଫଟୋ ସେ ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟରେ ସେୟାର କରିଥିଲେ । ଗୁରୁବାର ସମସ୍ତ ଦିଲ୍ଲୀ ରାସ୍ତାରେ ଗଲି କ୍ରିକେଟ ଖେଳୁଥିବା ନଜର ଆସିଛନ୍ତି । ଏହାର ଫଟୋ ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ ନିଜ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି । ଏହି ସମୟରେ ଏଜାଜ ପଟେଲଙ୍କ କ୍ୟାଚ୍ ଯେତେବେଳେ ନ୍ୟୁଜିଲାଣ୍ଡର ପ୍ରଧାନମନ୍ତ୍ରୀ ଧରିଥିଲେ ତ ଓ୍ବିକେଟ ପଛରେ ଛିଡ଼ା ହୋଇଥିବା କପିଲ ଦେବ ବି ବହୁ ଖୁସି ଏବଂ ଆଶ୍ଚର୍ଯ୍ୟ ହୋଇଯାଇଥି‌ଲେ । ଏଜାଜ ଏବଂ ରସ ଟେଲର ବି ତାଙ୍କ କ୍ୟାଚକୁ ତାରିଫ କରିଛନ୍ତି ।

ପିଏମ୍ କ୍ରିସ୍ଟୋଫର ଲକ୍ସନ ନିଜ ସୋସିଆଲ ମିଡ଼ିଆରେ ଫଟୋ ସେୟାର କରି ଲେଖିଛନ୍ତି କି, ନ୍ୟୁଜିଲାଣ୍ଡ ଏବଂ ଭାରତର କ୍ରିକେଟ୍ ପ୍ରତି ଆମର ସମ୍ମାନ ପ୍ରେମରୁ ଅଧିକ କିଛି ଏକ କରିନ ପାରେ।’

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.