ପ୍ରମୂଖ ଖବର
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ମାଲକାନଗିରି ମୋଟୁରେ NIA ରେଡ୍, ମାଓ ଲିଙ୍କ୍ ସନ୍ଦେହରେ ତନାଘନା

Published By : Ankita S | December 12, 2024 11:55 AM

ମାଲକାନଗିରି ,୧୨/୧୨: ଆକ୍ସନ ମୋଡରେ ଏନଆଇଏ । ମାଓ ଲିଙ୍କରେ ଗାଁରେ ପଶିଲା ଜାତୀୟ ଅନୁସନ୍ଧାନ ଏଜେନ୍ସିଂ । ମାଲକାନଗିରିରେ NIA ରେଡ୍ ହୋଇଛି । ମାଲକାନଗିରି ମୋଟୁ ଥାନା ଅନନ୍ତପାଲି ଗାଁରେ ଏନଆଇଏର ବଡ ଧରଣରେ ରେଡ୍ ହୋଇଛି । ନକ୍ସଲ ଲିଙ୍କରେ ରେଡ୍ କରୁଥିବା ସୂଚନା ମିଳିଛି ।

ମାଲକାନଗିରି ମୋଟୁ ଥାନା ଅନନ୍ତପାଲି ଗାଁରେ ବିଏସଏଫ ଓ ଟିଡିଏଫ ସହାୟତାରେ ରେଡ୍ ହୋଇଛି । ମାଓ ସଂଘଠନ ସହ ସଂପୃକ୍ତି ଅଭିଯୋଗରେ ରେଡ କରିଛି ଏନଆଇଏ । ସେପଟେ ଛତିଶଗଡ ସୁକୁମା ସହରରେ ୨ଟି ସ୍ଥାନରେ ମଧ୍ୟ ରେଡ୍ କରିଛି ଏନଆଇଏ । ଗୁଇନ୍ଦା ବିଭାଗ ପକ୍ଷରୁ ସୂଚନା ମିଳିବା ପରେ ଅନନ୍ତପାଲି ଗାଁରେ  ଏନଆଇଏ ରେଡ କରିଛି । ସୁକମାରେ ହୋଇଥିବା ରେଡର ଲିଙ୍କ ଆଧାରରେ ଅନନ୍ତପାଲିରେ ରେଡ ହୋଇଛି । ଯାଞ୍ଚ ପରେ ସମ୍ପୂର୍ଣ୍ଣ ଘଟଣା ଜଣାପଡିବ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.