ଭୁବନେଶ୍ବର, ୨୭।୫ : ଏୟାରଫିଲ୍ଡ ଥାନା ଆଜାଦ ନଗର ରେ ବୋମା ବିସ୍ଫୋରଣ ମାମଲାରେ ଏୟାରଫିଲ୍ଡ ଥାନାରେ ପହଞ୍ଚିଲା ଏନଆଇଏ ଟିମ। ଘଟଣାସ୍ଥଳରୁ ଜବତ ହେଇଥିବା ସ୍କୁଟି କୁ ସାଇଣ୍ଟିଫିକ୍ ଟିମ୍ ସହ ଯାଞ୍ଚ କରୁଛି ଏନଆଇଏ ଟିମ। ସ୍କୁଟି ରେ କିଛି ବୋମା ତିଆରି ପାଈଁ ସାମଗ୍ରୀ ଆସିଥିଲା କି , କିଛି ନମୁନା ଅଛି କି ସେ ସବୁକୁ ନେଇ ତଦନ୍ତ ଚାଲିଛି।

ସୂଚନାଯୋଗ୍ୟ ଯେ, ୨୦୨୬ ଜାନୁୟାରୀ ୨୭ ତାରିଖରେ ଆଜାଦନଗରରେ ଘଟିଥିଲା ଭୟଙ୍କର ବିସ୍ପୋରଣ I ଅଭିଯୁକ୍ତ ସେହନୱାଜ ମଲ୍ଲିକ, ତାଙ୍କ ମାଆ ଲିଜାତୁନ ବିବି , ସେହେନାଜର ପ୍ରେମିକା ତୃପ୍ତିମୟୀ ଓ ସହଯୋଗି ଅମୀୟ ମଲ୍ଲିକ ବୋମା ବିସ୍ଫୋରଣରେ ଗୁରୁତର ଆହତ ହୋଇଥିଲେ I ଅଭିଯୁକ୍ତ ସେହେନୱାଜ ଓ ତାଙ୍କ ମା’ ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ ଘଟିଥିଲା। ପ୍ରଥମେ ଏୟାରଫିଲ୍ଡ ଥାନା ପୋଲିସ ତଦନ୍ତ କରିଥିଲା। ପରେ ଏନଆଇଏ ନିଜ ହାତକୁ ମାମଲା ନେଇଥିଲା। ଏନଆଇଏ ଟିମ୍ ଏୟାରଫିଲ୍ଡ ଥାନାରୁ ସମସ୍ତ ପୋଲିସ ଦସ୍ତାବିଜ ସଂଗ୍ରହ କରି ଖୋଳତାଡ ଚଳାଇଛନ୍ତି ।

ଆହୁରି ପଢନ୍ତୁ : ଧାର୍ଯ୍ୟ ଦର ଠାରୁ ଅଧିକ ବସ୍ ଭଡ଼ା ନେଲେ ହେବ କାର୍ଯ୍ୟାନୁଷ୍ଠାନ : ପରିବହନ ମନ୍ତ୍ରୀ