ଭୁବନେଶ୍ୱର, ୨୮/୧୧: ମଞ୍ଚେଶ୍ୱର ରେଳବାଇ ଷ୍ଟାଡିୟମ ନିକଟ କେନ୍ଦ୍ରୀୟ ବିଦ୍ୟାଳୟ-୩ ସାମ୍ନାରେ ବୋମା ବିସ୍ଫୋରଣ ହୋଇଛି । ସକାଳ ସାଢ଼େ ୮ଟାରେ ୨ଜଣ ଦୁର୍ବୃତ୍ତ ବାଇକରେ ଆସି ସ୍କୁଲ ଗେଟ୍‌କୁ ଲକ୍ଷ୍ୟ କରି ବୋମା ଫିଙ୍ଗି ଫେରାର ହୋଇଯାଇଥିଲେ । ଘଟଣା ବେଳେ ଭୁବନେଶ୍ବରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଥିବାରୁ ବିସ୍ଫୋରଣକୁ ଗୁରୁତର ସହ ନେଇଥିଲା ପୁଲିସ । ସେଥିପାଇଁ ଘଟଣାସ୍ଥଳରେ NIAର ଏକ ଟିମ୍ ପହଞ୍ଚିଥିଲା । ପୂର୍ବତଟ ରେଳବାଇ ଆଇଜି ତଥା ପିଏସସିଏସ ଆଲୋକ ବୋହରା, ସିପି ଏସ ଦେବଦତ୍ତ ସିଂ, ଡିସିପି ଜଗମୋହନ ମୀନା , ସ୍ପେଶିଆଲ ସ୍କ୍ୱାର୍ଡ ମୁଖ୍ୟ ଏସିପି ହିମାଂଶୁ ସ୍ୱାଇଁ ମଧ୍ୟ ବିସ୍ଫୋରଣ ସ୍ଥଳରେ ତନାଘନା କରିଥିଲେ । ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରୁ ବୋମାରେ ବ୍ୟବହୃତ ସୁତୁଲି, କଣ୍ଟା ଓ ଅନ୍ୟାନ୍ୟ ବିସ୍ଫୋରକ ସାମଗ୍ରୀ ଜବତ କରିଛି । ପ୍ରାଥମିକ ତଦନ୍ତରୁ ଏହି ବିସ୍ଫୋରଣ ସୁତୁଲି ବୋମାରେ ହୋଇଥାଇପାରେ ବୋଲି ପୁଲିସ ଅନୁମାନ କରୁଛି । ୨ଜଣ ଦୁର୍ବୃତ୍ତ ଆସିଥିବା ସିସି କ୍ୟାମେରାରୁ ଜଣାପଡ଼ିଛି । ବୋମା ଫିଙ୍ଗିବା କାରଣ ଅସ୍ପଷ୍ଟ ଅଛି ।

​​​​​​​​​​​​​​