PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କାବୁଲ ସ୍ଥିତ ଏକ ମସଜିଦ୍‌ରେ ଭୟଙ୍କର ବିସ୍ଫୋରଣ , ବିସ୍ଫୋରଣରେ ୨୦ ମୃତ , ୪୦ ଆହତ , ଆହତଙ୍କୁ ନିଆଯାଉଛି ହସ୍ପିଟାଲ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ୪ ଦିନ ଏଭଳି ବନ୍ୟା ସ୍ଥିତି ରହିବ, ଆଗାମୀ ୨୪ ଘଣ୍ଟା ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି ଏସଆରସିଙ୍କ ସୂଚନା
  • ||
  • ବୌଦ୍ଧ : ବୌଦ୍ଧ ଜିଲ୍ଲା ଭେଜିଗୋରା ଗ୍ରାମରେ ପାଣି ଘେରରେ ଥିବା ଗର୍ଭବତୀ ମହିଳା ଓ ଅନ୍ୟ ଜଣେ ମହିଳାଙ୍କୁ ଉଦ୍ଧାର କରିଛନ୍ତି ଅଗ୍ନିଶମ କର୍ମଚାରୀ
  • ||
  • ଭଦ୍ରକ : ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ କାସିମପୁର ପଞ୍ଚାୟତ ହେମେନ୍ଦ୍ର ନାଥ ହାଇସ୍କୁଲରେ କ୍ଲାସ ରୁମ୍‌ରେ ପଶିଲା ବନ୍ୟା ପାଣି, ବାତିଲ ହେଲା ପରୀକ୍ଷା
  • ||
  • ସୋର : ବାଲେଶ୍ବର ଜିଲ୍ଲା ନୀଳଗିରି ଅଧିନ ଔପଦା ବ୍ଲକର ବିଡ଼ିଓ ଅଭିଷେକ ଦାସଙ୍କର ବଦଳିକୁ ନେଇ ବୁଧବାର ଔପଦା ବ୍ଲକ୍ ସମ୍ମୁଖରେ ସରପଞ୍ଚ, ସମିତି ସଭ୍ୟ/ସଭ୍ୟା, ବୁଦ୍ଧିଜୀବୀ, ଔପଦାର ଜନସାଧାରଣଙ୍କ ଧାରଣା
  • ||
  • ଜଗତସିଂହପୁର : ତିର୍ତ୍ତୋଲ ବ୍ଲକର ଗୋତିଆକୁଦ ଗାଁରେ ହଠାତ ପାଣି ବଢିଯିବାରୁ ଗୋଟିଏ ପରିବାରର ୩ ଜଣ ଫଶି ରହିଥିଲେ, ବୁଧବାର ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କରିଛି
  • ||
  • କଟକ : ମୁଣ୍ଡଳୀରେ କମୁଛି ଜଳସ୍ତର, ତଥାପି ଵିପଦ ସଙ୍କେତ ଉପରେ ମହାନଦୀ
  • ||
  • ବାଲିପାଟଣା : ଧନୁଆ ନଦୀରେ ବନ୍ୟା, ବାଲିପାଟଣା ବ୍ଲକ୍‌ର ୫ଟି ପଞ୍ଚାୟତର ବିଭିନ୍ନ ଗାଁ ଜଳମଗ୍ନ
  • ||
  • ବାରିପଦା : ଆଇଟିଆଇ କଲେଜରେ ଆଦିବାସୀ ଛାତ୍ରଙ୍କୁ ମାଡ ଘଟଣା, ୧୨ ଘଣ୍ଟିଆ ମୟୁରଭଞ୍ଜ ବନ୍ଦ ଡାକରା
  • ||
  • କଣାସ : ମକରା ନଦୀରେ ୫୦ ଫୁଟର ଘାଇ, ୨୦ ରୁ ଅଧିକ ଗାଁରେ ପଶିଲା ବନ୍ୟାଜଳ
  • ||
  • ଜଳେଶ୍ବର : ତ୍ରୀର୍ଥଯାତ୍ରୀ ବସ୍‌କୁ ପିଟିଲା ମାଲବାହୀ ଟ୍ରକ୍, ଜଣେ ମୃତ ଓ ୪ ଗୁରୁତର
  • ||

ପୁଣି ଚାଲିବ ନୀଳାଚଳ ଇସ୍ପାତ କାରଖାନା, ୧୨ ହଜାର ୧୦୦ କୋଟି ଟଙ୍କାରେ କିଣିଲା ଟାଟା

ଭୁବନେଶ୍ୱର ୪/୭: ପୁଣି ଚାଲିବ ନୀଳାଚଳ ଇସ୍ପାତ କାରଖାନା । ଯାଜପୁର ସ୍ଥିତ ନୀଳାଚଳ ଇସ୍ପାତ ନିଗମରୁ ପୁଞ୍ଜି ପ୍ରତ୍ୟାହାର ପ୍ରକ୍ରିୟା ଶେଷ ହୋଇଛି। ପ୍ରକ୍ରିୟା ଶେଷ ହେବା ପରେ ନୀଳାଚଳ ଇସ୍ପାତ ନିଗମକୁ ହାତକୁ ନେଇଛି ଟାଟା ଷ୍ଟିଲ ଲଙ୍ଗ ପ୍ରଡକ୍ଟ ଲିମିଟେଡ। ନୀଳାଚଳ ଇସ୍ପାତ ନିଗମରେ କେନ୍ଦ୍ର ସରକାରଙ୍କର mmtc, nmdc, bhel, mecon ସହ ଓଡ଼ିଶା ସରକାରଙ୍କର ଓଡ଼ିଶା ଖଣି ନିଗମ ଓ ଇପିକଲର ମିଳିତ ଅଂଶଧନ ଥିଲା।  ପୁଞ୍ଜି ପ୍ରତ୍ୟାହାର ପ୍ରକ୍ରିୟା  ଶେଷ  ପରେ  କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ବିଭାଗ ପକ୍ଷରୁ ଏନେଇ ସୂଚନା  ଦିଆଯାଇଛି ।

ପୁଞ୍ଜି ପ୍ରତ୍ୟାହାର ବାବଦକୁ ୧୨ ହଜାର ୧୦୦ କୋଟି ଟଙ୍କା ପ୍ରଦାନ କରିଛି ଟାଟା । ଯାହାକି ନୀଳାଚଳ ଇସ୍ପାତ ନିଗମର କର୍ମଚାରୀଙ୍କ ବକେୟା ପାଉଣା, ଆନୁଷଙ୍ଗିକ ଖର୍ଚ୍ଚକୁ ଏହା ଭରଣା କରିଛି। ଶ୍ରମିକଙ୍କ ବକେୟା ପାଉଣା ବାବଦକୁ ୩୮୦ କୋଟି ଟଙ୍କା ପ୍ରଦାନ କରାଯାଇଛି। ତେବେ ୮ ବର୍ଷରେ ୮୦ ହଜାର କୋଟି ଟଙ୍କା ବିନିଯୋଗ କରିବାକୁ ଲକ୍ଷ୍ୟ ରଖିଛି କମ୍ପାନୀ । ୧୦ ମିଲିଅନ ଟନ ବୃଦ୍ଧି ସହ କଳିଙ୍ଗନଗରରେ ଇସ୍ପାତ ଉତ୍ପାଦନ କ୍ଷମତା ୩୦ ମିଲିଅନ ଟନ ହେବ ବୋଲି ଆକଳନ କରାଯାଉଛି ।

୩୧ ଜାନୁଆରୀ ୨୦୨୨ରେ ଟିସିପିଏଲ୍ ସର୍ବୋଚ୍ଚ ବିଡିଂ ଅନୁମୋଦନ ପରେ ବିଜେତାକୁ ଗତ ଫେବୃଆରୀ ମାସରେ ସେୟାର କ୍ରୟ ଚୁକ୍ତିନାମାରେ ଲେଟର ଅଫ ଆୱାର୍ଡ଼ ପ୍ରଦାନ କରାଯାଇଥିଲା। ରାଜ୍ୟ ସରକାର ଆଗାମୀ ଦିନରେ ୩୦୦ ଏକର ଜମିରେ ଯାଜପୁର କଳିଙ୍ଗ ନଗରରେ ଆନ୍ସିଲାରି ଡାଉନ୍ ଷ୍ଟିମ୍ ପାର୍କ କରିବା ଯୋଜନା କରୁଛନ୍ତି ବୋଲି ସୂଚନା ଦେଇଛନ୍ତି ରାଜ୍ୟ ଶିଳ୍ପ ବିଭାଗର ପ୍ରମୁଖ ସଚିବ ହେମନ୍ତ ଶର୍ମା। ସାମ୍ବାଦିକ ସମ୍ମିଳନୀରେ ଏନେଇ ସୂଚନା ଦେଇଛନ୍ତି ଡିପାର୍ଟମେଣ୍ଟ ଅଫ ଇନଭେଷ୍ଟମେଣ୍ଟ ଆଣ୍ଡ ପବ୍ଲିକ ଆସେଟମେଣ୍ଟର ସଚିବ ତୁହିନକାନ୍ତ ପାଣ୍ଡେ । ଏହି ଅବସରରେ tcpl, omc ଓ ଇପିକଲର ଅଧିକାରୀ ଉପସ୍ଥିତ ଥିଲେ।