ନୀଳଗିରି,୨୨ \୭ : ଗାଁ ଭିତରେ ସ୍ପଷ୍ଟ ଦିବାଲୋକରେ ବୁଲୁଛି ଭାଲୁ । ଭୟରେ ତାଟି ,କବାଟ ପକାଉଛନ୍ତି ଗାଁ ଲୋକେ । ଏଭଳି ଘଟଣା ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ନୀଳଗିରି ବ୍ଲକ ପାଟଣା ଗ୍ରାମରେ । ଦିନକୁ ଦିନ ଭାଲୁଙ୍କ ଉପଦ୍ରବ ବଢ଼ିବାରେ ଲାଗିଛି । ରାତି କି ସଂଧ୍ୟା ନୁହେଁ ଖରାବେଳ ଟାରେ ଭାଲୁ ଗାଁ ଭିତରେ ବୁଲିବାର ଚିତ୍ର ଆସିଛି ।
ଭାଲୁଟି ଗାଁ ଭିତରେ ପଶି ବାଟ ହୁଡ଼ିଥିବାର ଦେଖା ଯାଇଛି। ଭିଡିଓଟି ନୀଳଗିରି ବ୍ଲକ ମହିଷାପଟ୍ଟା ପଞ୍ଚାୟତ ପାଟଣା ଗ୍ରାମରୁ ଆସିଛି। ଏକ ଭାଲୁ ଦିନରେ ଜଙ୍ଗଲକୁ ନଯାଇ ପାଟଣା ଗ୍ରାମରେ ରହି ଯାଇଥିଲା।ପରେ ଗୌତମ ବେହେରାଙ୍କ ଘର ଆଗ ଦେଇ ନେତ୍ରାନନ୍ଦ ବେହେରାଙ୍କ ଘରେ ପଶିଯାଇଥିଲା। ପରିବାର ଲୋକେ ପାଟି କରିବାରୁ ଭାଲୁଟି ଘରୁ ବାହାରି ଗାଁରେ ପଇଁତରା ମାରିଥିଲା। ବିନା ଭୟରେ ଗ୍ରାମର ଏ ଗଳି ସେ ଗଳି ବୁଲୁଥିବା ବେଳେ ଲୋକେ ଭୟଭୀତ ହୋଇପଡିଥିଲେ। ପରେ ଗ୍ରାମବାସୀ ମାନେ ମିଶି ଘଉଡ଼ାଇ ଦେବାରୁ ଭାଲୁଟି ପାଖ ଜଙ୍ଗଲକୁ ପଳାଇ ଯାଇଥିବା ସୂଚନା ମିଳିଛି ।
ତେବେ ବାରମ୍ବାର ନୀଳଗିରି ଅଞ୍ଚଳରେ ଭାଲୁ ଗାଁ ମୁହାଁ ହେଉଥିବା ବେଳେ ଧନଜୀବନ ହାନୀ ହେବାର ଆଶଙ୍କା ରହିଛି । ଏଥିପ୍ରତି ବନବିଭାଗ ଯତ୍ନବାନ ହେବା ଜରୁରୀ ବୋଲି ମତ ପ୍ରକାଶ ପାଇଛି ।