PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜସ୍ଥାନରେ ବଡ଼ ରାଜନୈତିକ ହଲଚଲ । ଇସ୍ତଫା ଦେଲେ ୯୨ ବିଧାୟକ । ରଦ୍ଦ ହେଲା କଂଗ୍ରେସ ବିଧାୟକ ଦଳ ବୈଠକ ।
  • ||
  • ଲମତାପୁଟ : ୮ଲକ୍ଷ ଟଙ୍କାର ଗଞ୍ଜେଇ ଵୋଝେଇ କାର ଜବତ, ମାଫିଆ ଫେରାର
  • ||
  • ଧର୍ମଗଡ଼ : ୩ କୁଇଣ୍ଟାଲ ୨୦ କେ.ଜିର ଜବତ, ଜଣେ ଗିରଫ
  • ||
  • ବାଲିଗୁଡ଼ା : ଆବାସିକ ବିଦ୍ୟାଳୟରେ ସପ୍ତମ ଶ୍ରେଣୀ ଛାତ୍ରୀ ଗର୍ଭବତୀ, ସନ୍ଦିଗ୍ଧ ଛାତ୍ର ଅଟକ
  • ||
  • କଣ୍ଟାବାଞ୍ଜି : ତ୍ରିନାଥ ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଓ ରୂପାର ଝୁମର ଚୋରି କରିନେଲେ ଦୁର୍ବୃତ୍ତ
  • ||
  • ଢେଙ୍କାନାଳ : ଢେଙ୍କାନାଳ ସଦର ଥାନା କାଙ୍କଡ଼ପାଳ ଗ୍ରାମରେ ବଚସାକୁ ନେଇ ଫାଙ୍କା ଗୁଳିଚାଳନା, ଭୟରେ ଖସିପଡ଼ି ଜଣେ ଆହତ, ଘଟଣା ସ୍ଥଳରୁ ୩ ଖୋକା ଜବତ
  • ||

ନିର୍ଭୟା ଗଣ ଦୁଷ୍କର୍ମ ହୋଇଥିବା ବସ୍‌ର ଅବସ୍ଥା ଏବେ ଏପରି

ନୂଆଦିଲ୍ଲୀ ୨୨ .୦୩- ଡିସେମ୍ବର ୧୬ ତାରିଖର ୨୦୧୦ ମସିହା ଦିଲ୍ଲୀର ସଡକରେ ଘଟିଯାଇଥିଲା ଏକ ଲୋମହର୍ଷଣକାରୀ ଘଟଣା । ଚଳନ୍ତା ବସ୍‌ରେ ୬ ଜଣ ନର ରାକ୍ଷୟ ଜଣେ ପାରାମେଡିକାଲ୍‌ ଛାତ୍ରୀଙ୍କୁ ଗଣ ଦୁଷ୍କର୍ମ କରିବା ପରେ ଏଥି ବିଭତ୍ସ ଭାବେ ଆକ୍ରମଣ କରିଥିଲେ । ଚଳନ୍ତା ବସ୍‌ରୁ ନିବସ୍ତ୍ର ଅବସ୍ଥାରେ ଫିଙ୍ଗି ଦେଇଥିଲେ । ବସ୍‌ର ପଛ ସିଟ୍‌ର ଦ୍ୱିତୀୟ ସିଟ୍‌ରେ ଏପରି ହୀନ କାର୍ଯ୍ୟ କରିଥିଲେ । ଏହି ରାକ୍ଷସମାନଙ୍କ ମଧ୍ୟରୁ ଜଣେ ଆତ୍ମହତ୍ୟା କରିଥିବା ବେଳେ , ଜଣେ ନାବାଳକ ୩ ବର୍ଷ ସୁଧାର ଗୃହରେ ରହି ଛାଡ ପାଇଛି । ଅନ୍ୟ ୪ ଜଣଙ୍କୁ ମାର୍ଚ୍ଚ ୨୦୨୦ରେ ଫାଶୀ ଖୁଣ୍ଟରେ ଝୁଲାଇ ଦିଆଯାଇଛି ।

ଯେଉଁ ବସ୍‌ରେ ନିର୍ଭୟା ଗଣ ଦୁଷ୍କର୍ମ କରାଯାଇଥିଲା ତାହାର ନାମ ୟାଦଭ । ନିଜ ପୁରୁଷ ବନ୍ଧୁଙ୍କ ସହ ରାତିରେ ନିର୍ଭୟା ଫେରୁଥିଲେ । ବସ୍‌ରେ ଲିଫ୍ଟ ଦେଇ ଡ୍ରାଇଭର୍‌, କ୍ଲିନର, କଣ୍ଡକ୍ଟର, ତାଙ୍କର ତିନି ଜଣ ସହଯୋଗୀ ଏପରି କାର୍ଯ୍ୟ କରିଥିଲେ । ବସ୍‌ର ନମ୍ବର ଥିଲା DL 1PC 0149 । ନିର୍ଭୟାଙ୍କୁ ରାସ୍ତାରେ ଫିଙ୍ଗିବା ପରେ ଅପରାଧୀମାନେ ଏହି ବସ୍‌ରେ ଫେରାର ହୋଇଯାଇଥିଲେ ।


ନିର୍ଭୟାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା । ବସ୍‌ ଭିତରେ ଥିବା ପଛ ସିଟ୍‌ର ପାଖର ଦ୍ୱିତୀୟ ସିଟ୍‌ରେ ରାକ୍ଷସମାନେ ଏହି କାର୍ଯ୍ୟ କରିଥିବା ବେଳେ ଦିଲ୍ଲୀ ରାଜପଥ ଉପରେ ବସ୍‌ ଦୌଡୁଥିଲା । କେହି ବି ଏ ବିଷୟରେ ଜାଣି ପାରି ନଥିଲେ । ପରେ ଜଣେ ବ୍ୟକ୍ତି ନିର୍ଭୟାଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଦେଖି ଆମ୍ବୁଲାନ୍ସ ଓ ପୁଲିସ୍‌କୁ ଖବର ଦେଇଥିଲେ ।

ଏହି ବସ୍‌ର ମାଲିକ ଦିନେଶ୍‌ ଯାଦବ ନାମକ ବ୍ୟକ୍ତି ଥିଲେ । ଏବେ ବସ୍‌ଟି ପଡି ରହିଛି । ଯେଉଁ ସିଟ୍‌ରେ ଅପରାଧୀମାନେ ଏହି କାର୍ଯ୍ୟ କରିଥିଲେ ତାହା ମଧ୍ୟ ପଡି ରହିଛି ।

ଏହି ଘଟଣାର ପରଦିନ ହିଁ ପୁଲିସ୍‌ ବସ୍‌କୁ ଜବତ କରିଦେଇଥିଲା । ୨୦୧୨ ଡିସେମ୍ବର ୧୭ ତାରିଖରେ ପୁଲିସ୍‌ ରବିଦାସ୍‌ କ୍ୟାମ୍ପସରୁ ବସ୍‌କୁ ଜବତ କରିଥିଲା । ଏହି ମାମଲାର ଯାଞ୍ଚ ସମୟରେ ଅନେକ ଫୋରେନସେନିକ୍‌ ଯାଞ୍ଚ କରାଯାଇଥିଲା । ଏହି ବସ୍‌କୁ ସାକେତ୍‌ କୋର୍ଟ ପରିସରରେ ରଖାଯାଇଥିଲା । ଏହି ବସ୍‌କୁ ଲୋକ କାଳେ ଜାଳି ଦେବା ସେଥିପାଇଁ ପୁଲିସ ଏହାକୁ ଲୁଚାଇ ରଖିଥିଲା । ଏବେ ବି ବସ୍‌ଟି ଜରାଜୀର୍ଣ୍ଣ ଅବସ୍ଥାରେ ପଡି ରହିଛି ।