ଭୁବନେଶ୍ବର, ୧୮।୫ : ରାଜ୍ୟ ପଦାଧିକାରୀ, ବିଧାୟକ, ସାଂସଦଙ୍କ ସହ ବୈଠକରେ ୩ ମାସିଆ ଟାସ୍କ ଦେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ । ଦଳୀୟ ବିଧାୟକ, ସାଂସଦଙ୍କୁ ଲୋକଙ୍କ ପାଖକୁ ଯାଇ ସୁସଂପର୍କ ବଢ଼ାଇବାକୁ ପରାମର୍ଶ ଦେଇଛନ୍ତି। ମାସର ୧ ତାରିଖରୁ ୭ ତାରିଖ ଭିତରେ ନିଜ ବିଧାନସଭା ନିର୍ବାଚନ ମଣ୍ଡଳୀର ପ୍ରତି ମଣ୍ଡଳକୁ ବିଧାୟକଙ୍କୁ ଯିବାକୁ କହିଛନ୍ତି। ସେହିପରି ନିଜ ନିର୍ବାଚନ ମଣ୍ଡଳୀର ସବୁ ବିଧାନସଭା କ୍ଷେତ୍ରକୁ ଯିବାକୁ ସାଂସଦ କହିଛନ୍ତି। ଲୋକଙ୍କ ସହ ସୁସମ୍ପର୍କ ବଢ଼ାଇବାକୁ ପରାମର୍ଶ ଦେଇଛନ୍ତି। ସୋସିଆଲ ମିଡ଼ିଆରେ ଆକ୍ଟିଭ ହେବାକୁ ପରାମର୍ଶ ଦେବା ସହ ତୃଣମୂଳ ସ୍ତରରେ ସଂଗଠନକୁ ମଜବୁତ୍ କରିବାକୁ କହିଛନ୍ତି । ତିନି ମାସରେ ଟାସ୍କ ପୂରଣ କରିବାକୁ ନିର୍ଦେଶ ଦେଇଛନ୍ତି।
ଏନେଇ ଭୁବେନଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ କହିଛନ୍ତି, ସରକାର ଓ ସଂଗଠନ ମଧ୍ୟରେ ସମନ୍ୱୟ ରଖି କିଭଳି ଓଡ଼ିଶା ଉନ୍ନତି ପାଇଁ କାମ କରାଯିବ ସେନେଇ ଗୁରୁମନ୍ତ୍ର ଦେଇଛନ୍ତି ରାଷ୍ଟ୍ରୀୟ ଅଧ୍ୟକ୍ଷ। ସାଂସଦ ନିଜ ନିର୍ବାଚନ ମଣ୍ଡଳୀରେ ଥିବା ପ୍ରତ୍ୟେକ ବିଧାନସଭାକୁ ଯାଇ ରହିବେ ଓ ସରକାରଙ୍କ ସଫଳତା ଲୋକଙ୍କ ନିକଟରେ ପହଞ୍ଚାଇବେ। ଉଭୟ ସାଂସଦ ଓ ବିଧାୟକ ମିଳିତ ଭାବେ ନିର୍ବାଚନ ମଣ୍ଡଳୀ ଗସ୍ତ କରି ଜନସାଧାରଣଙ୍କ ସହ ମିଶିବାକୁ ନିର୍ଦ୍ଦେଶ ଦିଆଯାଇଛି। ଆଗକୁ ପୌର ଓ ପଞ୍ଚାୟତ ନିର୍ବାଚନ ଆସୁଛି, ତାକୁ ଆଖି ଆଗରେ ରଖି ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ ହୋଇଛି।
ବିଜେପି ରାଜ୍ୟ କାର୍ଯ୍ୟାଳୟରେ ପ୍ରଥମ ପର୍ଯ୍ୟାୟରେ ରାଜ୍ୟ ପଦାଧିକାରୀ, ବିଧାୟକ, ସାଂସଦଙ୍କ ବୈଠକ ଏବଂ ଦ୍ଵିତୀୟ ପର୍ଯ୍ୟାୟରେ ମନ୍ତ୍ରୀ ପରିଷଦଙ୍କ ସହ ବୈଠକ କରିଥିଲେ।ଏଥିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି , କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମଙ୍କ ସହ ଓଡ଼ିଶା ରକାରଙ୍କ ବିଭିନ୍ନ ମନ୍ତ୍ରୀ ଉପସ୍ଥିତ ଥିଲେ।
ଆହରି ପଢନ୍ତୁ : ଦଳକୁ ସୁଦୃଢ କରିବା ଆମ ସମସ୍ତଙ୍କ ମୂଳ ଉଦ୍ଦେଶ୍ୟ : ନୀତିନ ନବୀନ