ନୂଆଦିଲ୍ଲୀ : ବିହାର ବିଧାନସଭା ନିର୍ବାଚନ ଫଳାଫଳ ଏବେ ଅନେକ ସମୀକରଣକୁ ବଦଳାଇ ଦେଇଛି । ଇତିହାସରେ ଏହା ପ୍ରଥମ ଥର ଯେ ବିଜେପି ସବୁଠାରୁ ବଡ଼ ଦଳ ଭାବରେ ଉଭା ହୋଇଛି। ଏହା ଦ୍ୱିତୀୟ ଥର କି, ଯେବେ ବିଜେପି ୯୧ ଆସନରେ ଜିତିବ ବୋଲି ଆକଳନ ମଧ୍ୟ କରାଯାଉଛି। ଏହି ସମୟରେ ନୀତିଶ କୁମାରଙ୍କ ଦଳ ଜେଡିୟୁ ଦ୍ୱିତୀୟ ସ୍ଥାନରେ ଅଛି ଏବଂ ୮୨ ଆସନରେ ଆଗୁଆ ଅଛି।
ଏଭଳି ପରିସ୍ଥିତିରେ, ମୁଖ୍ୟମନ୍ତ୍ରୀ କିଏ ହେବେ ସେ ବିଷୟରେ ପ୍ରଶ୍ନ ଉଠିବା ଆରମ୍ଭ ହେଲାଣି । ନିର୍ବାଚନ ସମୟରେ ଏନଡିଏ ଅନେକ ଥର କହିଥିଲା ଯେ ସେ ନୀତିଶ କୁମାର ଏବଂ ପ୍ରଧାନମନ୍ତ୍ରୀ ମୋଦିଙ୍କ ମୁହଁରେ ନିର୍ବାଚନ ଲଢ଼ୁଛି, କିନ୍ତୁ ନୀତିଶ କୁମାରଙ୍କୁ ମୁଖ୍ୟମନ୍ତ୍ରୀ ଭାବରେ ଆନୁଷ୍ଠାନିକ ଭାବରେ ଘୋଷଣା କରିନାହିଁ।
ବର୍ତ୍ତମାନ ବିଜେପି ସବୁଠାରୁ ବଡ଼ ଦଳ ଭାବରେ ଉଭା ହୋଇଛି । ଆଉ ଏହି ସମୟରେ ପ୍ରଶ୍ନ ହେଉଛି ଯେ, ସେ ନିଜର (ବିଜେପି) ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କୁ ବାଛିବ କି ? ଯଦି ଆମେ ଆସନ ସମୀକରଣକୁ ଦେଖିବା ତେବେ, ବିଜେପି ଜେଡିୟୁ ବିନା ମଧ୍ୟ ସରକାର ଗଠନ କରିପାରିବ।
ଚିରାଗ ପାସୱାନଙ୍କ ଏଲଜେପି (ଆର)ର ୨୧ ଆସନ, ଜିତନ ରାମ ମାଞ୍ଝିଙ୍କ ଏଚ୍ଏଏମର ୫ ଆସନ ଏବଂ ଉପେନ୍ଦ୍ର କୁଶୱାହାଙ୍କ ଆରଏଲଏମର ୪ ଆସନ। ଯେଉଁ ମାନେକି ସମସ୍ତେ ଏନଡିଏର ଅଂଶ । ଏମାନଙ୍କୁ ସମସ୍ତଙ୍କୁ ଯୋଡି ଦେଲେ ୧୨୧ ଆସନ ହେଉଛି । ଏହାର ଅର୍ଥ ହେଉଛି ନୀତିଶ କୁମାରଙ୍କ ରାଜନୈତିକ ମୂଲଚାଲ ଶକ୍ତି ହ୍ରାସ ପାଇଛି। କିନ୍ତୁ ଏହା ବି ମଧ୍ୟ ଆମେ ଧ୍ୟାନ ଦେବା ଗୁରୁତ୍ୱପୂର୍ଣ୍ଣ ଯେ, କେନ୍ଦ୍ରରେ ମୋଦି ସରକାରଙ୍କୁ ନୀତିଶ କୁମାରଙ୍କ ସମର୍ଥନ ମିଳିଛି। ବିହାରରେ ସରକାର ଗଠନ ପାଇଁ ୧୨୨ ଆସନ ଆବଶ୍ୟକ। ବିଜେପି ଶେଷ ଥର ପାଇଁ ୨୦୧୦ ବିଧାନସଭା ନିର୍ବାଚନରେ ୯୧ ଆସନ ଜିତିଥିଲା। ସେତେବେଳେ ଜେଡିୟୁ ୧୧୫ ଆସନ ଜିତିଥିଲା ଏବଂ ନୀତିଶ କୁମାର ମୁଖ୍ୟମନ୍ତ୍ରୀ ହୋଇଥିଲେ।