ନୂଆଦିଲ୍ଲୀ – ବିହାର ବିଧାନସଭା ନିର୍ବାଚନର ଫଳାଫଳ ବାହାରିବାକୁ ଯାଉଛି। ବର୍ତ୍ତମାନ ଫେଜ୍ ଅଫ୍ ଟ୍ରେଣ୍ଡ ଚାଲିଛି। ଏଥିରେ ନୀତିଶ କୁମାର ପୁଣି ଥରେ ପତାକା ଉତ୍ତୋଳନ କରିଛନ୍ତି। ତାଙ୍କ ଦଳ ଜନତା ଦଳ (ୟୁନାଇଟେଡ୍) ପ୍ରାୟତଃ ୮୧ ସିଟ୍ରେ ଆଗୁଆ ଅଛି। ଏହି ମଧ୍ୟରେ ଜେଡିୟୁ ସୋସିଆଲ ମିଡ଼ିଆରେ ନୀତିଶ କୁମାରଙ୍କ ସିଏମ୍ ହେବାର କଥା ପୋଷ୍ଟ କରିଥିଲା , ହେଲେ କିଛି ସମୟ ପରେ ପୁଣି ଏହି ପୋଷ୍ଟକୁ ଡିଲିଟ୍ କରି ଦେଇଛି।
ନୀତିଶଙ୍କ ପାର୍ଟି ଜେଡିୟୁର ଏକ୍ସ ହ୍ୟାଣ୍ଡେଲରେ ତାଙ୍କର ଫଟୋ ସେୟାର କରାଯାଇଛି ଏବଂ ଏହାର କ୍ୟାପସନ ଦିଆଯାଇଛି , ନା ଅତୀତ ନା ଭବିଷ୍ୟତ ...ନୀତିଶ କୁମାର ବିହାରର ମୁଖ୍ୟମନ୍ତ୍ରୀ ଥିଲେ , ଅଛନ୍ତି ଏବଂ ରହିବେ। ଏହା ପୂର୍ବରୁ ଜଣେ ସମର୍ଥକ ପାଟନାରେ ପାର୍ଟି ମୁଖ୍ୟାଳୟ ସମ୍ମୁଖରେ ଏକ ପୋଷ୍ଟରରେ ନୀତିଶ କୁମାରଙ୍କୁ ନେଇ କହିଥିଲେ , ଟାଇଗର ଅଭି ଜିନ୍ଦା ହୈ।
ବିଧାନସଭା ନିର୍ବାଚନର ଭୋଟି ପୂର୍ବରୁ ନୀତିଶ କୁମାର ଅସୁସ୍ଥ ଅଛନ୍ତି ବୋଲି ଏକ ମାହୋଲ ସୃଷ୍ଟି ହୋଇଥିଲା। ତାଙ୍କର ମାନସିକ ଅବସ୍ଥା ଭଲ ନାହିଁ। କିନ୍ତୁ ଭୋଟିଂ ଶେଷ ହେବା ପରେ ଯେଉଁଭଳି ସେ ଆକ୍ଟିଭ୍ ନଜର ଆସିଲେ, ଏନଡିଏ ଶିବିରକୁ ଏକ ଭିନ୍ନ ବାର୍ତ୍ତା ଯାଇଛି ଏବଂ ଏବେ ନୀତିଶ କୁମାର ପୁଣି ସିଏମ୍ ହେବା ରାସ୍ତାରେ ଅଛନ୍ତି।
ବିହାର ନିର୍ବାଚନୀ ରେଜଲ୍ଟରେ ସମୟ ୧ଟା ୩୦ ସୁଦ୍ଧା ଟ୍ରେଣ୍ଡରେ ନୀତିଶ କୁମାରଙ୍କ ଦଳ ଏନଡିଏ ମେଣ୍ଟରେ ଦ୍ୱିତୀୟ ସ୍ଥାନରେ ନଜର ଆସିଛି। ଯଦି ଟ୍ରେଣ୍ଡ ଠିକ୍ ସାବ୍ୟସ୍ତ ହୁଏ ତ ପାର୍ଟି ପ୍ରାୟ ୮୦ଟି ସିଟ୍ ଯାଏ ଜିତି ପାରେ। ସେପଟେ ବଡ ଭାଇର ଭୂମିକାରେ ବିଜେପି ହୋଇପାରେ, ଯିଏକି ନିର୍ବାଚନୀ ଫଳାଫଳରେ ୯୦ ଟି ସିଟ୍ରେ ଆଗୁଆ ରହିଛି।