ନୂଆଦିଲ୍ଲୀ,୦୬/୦୮: ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆର୍ବିଆଇ)ର ମୁଦ୍ରାନୀତି କମିଟି (ଏମ୍ପିସି) ବୈଠକର ପରିଣାମ ଆସିଛି । ଏଥର ରେପାରେଟ୍ରେ କୌଣସି ପରିବର୍ତ୍ତନ ହୋଇନାହିଁ । ଅର୍ଥାତ ରେପୋ ଅପରିବର୍ତ୍ତିତ ରହିଛି । ୫.୫ ପ୍ରତିଶତରେ ସ୍ଥିର ରହିଛି ସୁଧହାର । ଋଣ ଓ ଇଏମ୍ଆଇ ଶସ୍ତା ହେବନାହିଁ । ଏହା ସାଧାରଣ ଲୋକଙ୍କ ପାଇଁ ଏକ ଝଟକା ପରି ହୋଇଛି । ଆର୍ବିଆଇ ଗଭର୍ଣ୍ଣର ସଞ୍ଜୟ ମଲ୍ହୋତ୍ରା ନିଷ୍ପତ୍ତି ବାବଦରେ ଘୋଷଣା କରିଛନ୍ତି ।
ଆର୍ବିଆଇ ଗଭର୍ଣ୍ଣର କହିଛନ୍ତି କି, ଖାଦ୍ୟ ଓ ଇନ୍ଦନକୁ ଛାଡି ଅନ୍ୟ ବସ୍ତୁର ଦର ବୃଦ୍ଧି ୪ ପ୍ରତିସତରେ ସ୍ଥିର ରହିଛି । ଯାହା ଆଶା ଅନୁସାରେ ରହିଛି । ଗତ ଦିନରେ ସୁଧ ଦରରେ ହୋଇଥିବା ପରିବର୍ତ୍ତନ ୧ ପ୍ରତିଶତ କମ୍ ପ୍ରଭାବ ଅର୍ଥବ୍ୟବସ୍ଥା ଉପରେ ନାହିଁ । ଏହାର ପ୍ରଭାବ ଧିରେ ଧିରେ ସାମ୍ନାକୁ ଆସୁଛି । ମୌସୁମୀ ଭଲ ଥିବାରୁ ଅର୍ଥବ୍ୟବସ୍ଥା ଦ୍ରୁତ ଗତି ନେବା ଆଶା କରାଯାଉଛି । କୃଷି ଉତ୍ପାଦ ବଢିବାରୁ ଗ୍ରାମୀଣ ଦାବି ଏବଂ ଖର୍ଚ୍ଚ ବଢିବ । ଏହି ନିଷ୍ପତ୍ତିରେ କାର୍, ହୋମ୍ ଲୋନ ଏବଂ ଇଏମ୍ଆଇ ଉପରେ ପ୍ରଭାବ ପଡିବ ।
କଣ ଥିଲା ଏକ୍ସପର୍ଟଙ୍କ ଅନୁମାନ- ୪୦ ପ୍ରତିଶତ ବିଶେଷଜ୍ଞ କହିଥିଲେ କି, ୦.୨୫% ବା ୦.୨୫ ବେସିସ୍ ପଏଣ୍ଟ ହ୍ରାସ ହେବା ଆଶା କରିଥିଲେ । ଗତ ୬ ମାସରେ ୩ ଥର ରୋପୋ ରେଟ୍ ପରିବର୍ତ୍ତନ ହୋଇଥିଲା । ଫଳରରେ ଏହା ୫.୫୦ ପ୍ରତିଶତରେ ପହଞ୍ଚିଥିଲା । ଆମେରିକା ଦ୍ୱାରା ଭାରତୀୟ ନିର୍ମାଣ ଉପରେ ୨୫ ପ୍ରତିଶତ ଟାରିଫ୍ ଲଗାଇବା ନିଷ୍ପତ୍ତି ଆରବିଆଇକୁ ସତର୍କ କରାଇଛି । ଏହା ଦ୍ୱାରା ଜିଡିପି ଉପରେ ୦.୨ରୁ ୦.୩ ପ୍ରତିଶତ ପ୍ରଭାବ କମ ରହିବ ।
୩ ପ୍ରତିଶତ ରହିବ ମୁଦ୍ରାସ୍ଫୀତି - ଆର୍ବିଆଇ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରା କହିଛନ୍ତି ଯେ, ସୁନା ମୂଲ୍ୟ ବୃଦ୍ଧି ଯୋଗୁଁ ମୂଳ ମୁଦ୍ରାସ୍ଫୀତି ସାମାନ୍ୟ ବୃଦ୍ଧି ପାଇ ୪.୪ ପ୍ରତିଶତ ହୋଇଛି । ଚତୁର୍ଥ ତ୍ରୈମାସିକରେ ଉପଭୋକ୍ତା ମୂଲ୍ୟ ସୂଚକାଙ୍କ (CPI) ମୁଦ୍ରାସ୍ଫୀତି ୪ ପ୍ରତିଶତ ବୃଦ୍ଧି ପାଇବାର ଆଶା କରାଯାଉଛି । ତଥାପି, ଆରବିଆଇ ଚଳିତ ଆର୍ଥିକ ବର୍ଷ ପାଇଁ ମୁଦ୍ରାସ୍ଫୀତି ହ୍ରାସ କରିଛି । ଚଳିତ ଆର୍ଥିକ ବର୍ଷରେ ମୁଦ୍ରାସ୍ଫୀତି ୩.୧ ପ୍ରତିଶତ ରହିବ ବୋଲି ଆଶା କରାଯାଉଛି । ଯାହାକି ଜୁନ୍ ମାସରେ ୩.୭ ପ୍ରତିଶତ ବୋଲି କୁହାଯାଉଥିଲା । ଦ୍ୱିତୀୟ ତ୍ରୈମାସିକ ଆକଳନ ୩.୪% ରୁ ୨.୧%, ତୃତୀୟ ତ୍ରୈମାସିକ ୩.୯ %ରୁ ୩.୧%କୁ ହ୍ରାସ କରାଯାଇଥିବା ବେଳେ, ୨୦୨୬ ଆର୍ଥିକ ବର୍ଷର ଚତୁର୍ଥ ତ୍ରୈମାସିକ ପାଇଁ ମୁଦ୍ରାସ୍ଫୀତି ହାର ଆକଳନ ୪.୪ ପ୍ରତିଶତରେ କୌଣସି ପରିବର୍ତ୍ତନ କରାଯାଇନାହିଁ ।
ରେପୋ ରେଟ୍ କ'ଣ ?
ରେପୋ ରେଟ୍ ହେଉଛି ସେହି ହାର ଯେଉଁଥିରେ ବ୍ୟାଙ୍କମାନେ ଆବଶ୍ୟକ ସମୟରେ ଆରବିଆଇରୁ ଋଣ ପାଆନ୍ତି । ଯଦି ରେପୋ ରେଟ୍ କମିଯାଏ , ତେବେ ବ୍ୟାଙ୍କମାନେ ଶସ୍ତାରେ ଋଣ ପାଆନ୍ତି ଏବଂ ସେମାନେ ମଧ୍ୟ ଗ୍ରାହକମାନଙ୍କୁ କମ୍ ସୁଧ ହାରରେ ଋଣ ଦେଇପାରନ୍ତି । କିନ୍ତୁ ଏଥର ରେପୋ ରେଟ୍ରେ କୌଣସି ପରିବର୍ତ୍ତନ ହୋଇନାହିଁ , ତେଣୁ ଇଏମ୍ଆଇରେ ଆଶ୍ୱସ୍ତି ମିଳିବାର ଆଶା ନାହିଁ ।