କଟକ/ନିଶ୍ଚିନ୍ତକୋଇଲି,୧୭/୦୫: ନିଶ୍ଚିନ୍ତକୋଇଲି  ବ୍ଲକ ଅଧ୍ୟକ୍ଷା ରୋଜି ସେଠୀଙ୍କ ବିରୋଧରେ ଆସିଥିବା ଅନାସ୍ଥା  ପ୍ରସ୍ତାବ ପ୍ରମାଣିତ କରିବାକୁ ବିରୋଧୀଙ୍କୁ ପୁଣି ସୁଯୋଗ ଜୁଟିଛି ।  ଆସନ୍ତା ୩୦ ତାରିଖରେ ରୋଜି ନିଜ ଉପରେ ପଞ୍ଚାୟତ ସମିତି  ସଭ୍ୟସଭ୍ୟାଙ୍କ ଆସ୍ଥା ପ୍ରମାଣିତ କରିବେ । ଏନେଇ କଟକ  ସଦର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ  ପାଇଛି । 

ରୋଜିଙ୍କ ବିରୋଧରେ ଅନାସ୍ଥା ଆଣିବା ପରେ ଗତ ୧୩  ତାରିଖରେ ବୈଠକ ହେବାକୁ ସ୍ଥିର କରାଯାଇଥିଲା । କିନ୍ତୁ ଅଚାନକ  ୫ଜଣ ସଭ୍ୟସଭ୍ୟାଙ୍କ ସମେତ ପରିଚାଳନା ଅଧିକାରୀ କଟକ ସଦର ଅତିରିକ୍ତ ଉପଜିଲ୍ଲାପାଳ ଅସୁସ୍ଥ ହେବା ଦର୍ଶାଇ ବୈଠକକୁ  ସ୍ଥଗିତ ରଖାଯାଇଥିଲା । ଏବେ ୩୦ରେ ବୈଠକ ପାଇଁ ନିଷ୍ପତ୍ତି  ହୋଇଛି । ଏନେଇ ସମସ୍ତ ସଭ୍ୟସଭ୍ୟାଙ୍କୁ ସୂଚନା ଦିଆଯାଇଛି।