କଟକ, ୨୯।୧ : ବିନା ନୋଟିସରେ କଟକ ଓ ଭୁବନେଶ୍ବର ସହରାଞ୍ଚଳରେ ହୋଇ ପାରିବନି ଜବରଦଖଲ ଉଚ୍ଛେଦ । ବେଆଇନ ଜବରଦଖଲ ଉଚ୍ଛେଦ ପାଇଁ ୧୫ ଦିନର ନୋଟିସ ଦେବାକୁ ହାଇକୋର୍ଟଙ୍କ ନିର୍ଦେଶ। ବିନା ନୋଟିସରେ ଉଚ୍ଛେଦକୁ ନେଇ ବିଏମସି ଏବଂ ସିଏମସି କମିଶନରଙ୍କୁ ହାଇକୋର୍ଟ ତାଗିଦ କରିଛନ୍ତି।
କଟକ ଓ ଭୁବନେଶ୍ବରରେ ଡାକବାଜି ଯନ୍ତ୍ର ଯୋଗେ ପ୍ରଚାର କରି ଉଚ୍ଛେଦ କରାଯାଉଥିଲା। ଏହାକୁ ବିରୋଧ କରି ହାଇକୋର୍ଟରେ ମାମଲା ଦାୟର ହୋଇଥିଲା । ଏହି ମାମଲାରା ଶୁଣାଣୀ କରି ଉଚ୍ଛେଦ ବେଳେ ଓଡିଶା ପୌର ନିଗମ ଆଇନ କଡାକଡି ଅନୁପାଳନ ଉପରେ ହାଇକୋର୍ଟ ଗୁରୁତ୍ୱ ଦେଇଛନ୍ତି। ବେଆଇନ ଜବରଦଖଲ ଉଛେଦ ପାଇଁ ୧୫ ଦିନର ନୋଟିସ ଦେବାକୁ ବିଏମସି ଓ ସିଏମସିଙ୍କୁ ନିର୍ଦେଶ ଦେଇଛନ୍ତି। ଶୁଣାଣୀ ବେଳେ ଉଭୟ ବି ଏମ ସି ଏବଂ ସି ଏମ ସି କମିଶନର ଭର୍ଚୁଆଲରେ ହାଜର ହୋଇଥିଲେ । ଆସନ୍ତା ଫେବୃଆରୀ ୧୭ରେ ପରବର୍ତ୍ତୀ ଶୁଣାଣୀ ହେବ।