ନୂଆଦିଲ୍ଲୀ : ବଲିଉଡ୍ ଅଭିନେତା ସଲମାନ ଖାନଙ୍କୁ ଧମକପୂର୍ଣ୍ଣ ମେସେଜ୍ ପଠାଇବା ଓ ୫ କୋଟି ଟଙ୍କା ମାଗିବା ଅଭିଯୋଗରେ ଜଣେ ବ୍ୟକ୍ତିଙ୍କୁ ଗତ ଦିନରେ ଗିରଫ କରାଯାଇ ଥିଲା। ଏଥିରେ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ସଦସ୍ୟ ହେବାର ଦାବି କରିଥିଲା। ଏହାସହ , କହିଛି କି ବିଷ୍ଣୋଇ ସମାଜ ପାଇଁ ଜେଲ୍ ଯିବାକୁ ନେଇ କୌଣସି ଅବଶୋଷ ନାହିଁ।
ମୁମ୍ୱାଇ ପୋଲିସ ମୁତାବିକ , ଏହି ମାମଲାରେ ଭିକା ରାମ ବିଷ୍ଣୋଇକୁ କର୍ଣ୍ଣାଟକରୁ ଗିରଫ କରାଯାଇ ଥିଲା। ଏହାର କହିବାନୁସାରେ ,ତାକୁ କୌଣସି କଥାର ପଶ୍ଚାତାପ ନାହିଁ ଏବଂ ସେ ବିଷ୍ଣୋଇ ସଂପ୍ରଦାୟ ପାଇଁ ଜେଲ୍ ଯାଉଛି।
ପୋଲିସର ଜେରାରେ ଅଭିଯୁକ୍ତ କହିଛି, ଲରେନ୍ସ ବିଷ୍ଣୋଇ ତାର ଆଦର୍ଶ। ସେ କହିଛି ସଲମାନ ଖାନଙ୍କ ଠାରୁ ଯେଉଁ ୫କୋଟି ଟଙ୍କା ମାଗି ଥିଲା , ଏଥିରେ ସେ ବିଷ୍ଣୋଇ ସମାଜ ପାଇଁ ମନ୍ଦିର ଗଢି ଥାନ୍ତା। ବର୍ଲି ପୋଲିସର ଯାଞ୍ଚରେ ସାମ୍ନାକୁ ଆସିଛି ଯେ, ଅଭିଯୁକ୍ତ ଲରେନ୍ସ ବିଷ୍ଣୋଇର ଭିଡ଼ିଓ ଦେଖୁ ଥିଲା। ତାକୁ ଏହି କଥାକୁ ନେଇ ଗର୍ବ ହେଉଛି କି ଗ୍ୟାଙ୍ଗଷ୍ଟାର ଜେଲ୍ ଭିତରେ ବିଷ୍ଣୋଇ ସମାଜ ପାଇଁ କାମ କରୁଛନ୍ତି । ଅଭିଯୁକ୍ତ କହିଛି ସଲମାନ ଖାନ ଯାହା କରିଛନ୍ତି , ଏହାକୁ ନେଇ କ୍ଷମା ମାଗି ନାହାନ୍ତି। ତାହା ହିଟ୍ ଆଣ୍ଡ ରନ୍ କେସ୍ ହେଉ ବା କୃଷ୍ଣସାର ମୃଗ ଶିକାରର ମାମଲା ହେଉ। ଏଥିପାଇଁ ଲରେନ୍ସ ବିଷ୍ଣୋଇ ଯାହା କରୁଛନ୍ତି , ତାହା ମଧ୍ୟ ଠିକ୍ । ମୋର ଜେଲ୍ ଯିବାରେ କୌଣସି ଅନୁତାପ ନାହିଁ , କାରଣ ସେ ବିଷ୍ଣୋଇ ସମାଜ ପାଇଁ ଜେଲ୍ ଯାଉଛନ୍ତି।
କହି ରଖୁଛୁ କି , ୩୨ ବର୍ଷିୟ ଏହି ଅଭିଯୁକ୍ତ ରାଜସ୍ଥାନରେ ରହୁଛି । ତାକୁ କର୍ଣ୍ଣାଟକରୁ ପୋଲିସ ଗିରଫ କରିଛି। ଗତ ବୁଧବାର ତାକୁ ମହାରାଷ୍ଟ୍ର ପୋଲିସକୁ ପ୍ରଦାନ କରାଯାଇଛି। ଏହି ମଧ୍ୟରେ ସଲମାନ ଖାନଙ୍କୁ ଆଉ ଏକ ଧମକ ମିଳିଛି। ଧମକ ପୂର୍ଣ୍ଣ ବାର୍ତ୍ତା ପଠାଇଥିବା ବ୍ୟକ୍ତି ଲରେନ୍ସ ଗ୍ୟାଙ୍ଗ ପକ୍ଷରୁ ୫କୋଟି ଟଙ୍କା ମାଗିଛି।