ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ଆପଣ ଟେନସନରେ କି ? ‘ହଁ ‘ କହିବାରୁ ୧୦୦ରୁ ଅଧିକ କର୍ମଚାରୀଙ୍କୁ ଚାକିରିରୁ ବାହାର କରି ଦେଲା କମ୍ପାନୀ

Published By : Prameya | December 9, 2024 8:17 PM

ନୂଆଦିଲ୍ଲୀ : ଡୋରଷ୍ଟେପ୍‌ ବ୍ୟୁଟି ସର୍ଭିସ ଦେଉଥିବା କମ୍ପାନୀ 'ୟସ୍‌ ମ୍ୟାଡାମ୍‌' ଏହି ସମୟରେ ବିବାଦରେ। ନୋଏଡା ସ୍ଥିତ ଷ୍ଟାର୍ଟଅପ୍‌ କମ୍ପାନୀ ହଠାତ୍ ୧୦୦ରୁ ଅଧିକ କର୍ମଚାରୀଙ୍କୁ ଚାକିରିରୁ ବାହାର କରି ଦେଇଛି। ଏହାର କାରଣ ବି ବଡ଼ ଅଜବ । ଯାହାକି ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ। ଚାକିରିରୁ ଯେଉଁ କର୍ମଚାରୀଙ୍କୁ ବାହାର କରାଯାଇଛି, ସେମାନେ ଇନ-ଅଫିସ୍‌ ସର୍ଭେରେ 'ଟେନସନ'ରେ ଥିବାର ଜଣାପଡ଼ି ଥିଲା। 

କହି ରଖୁଛୁ କି, କମ୍ପାନୀ ଅଫିସରେ ନିଜର କର୍ମଚାରୀଙ୍କ ମଧ୍ୟରେ ଏକ ସର୍ଭେ କରାଇଥିଲା। ଏହି ସର୍ଭେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ମଧ୍ୟରେ ଚିନ୍ତାଗ୍ରସ୍ତକୁ ନେଇ କରାଯାଇ ଥିଲା ଏବଂ ଯେଉଁ କର୍ମଚାରୀ ଚିନ୍ତାରେ ଥିବା ଜଣାପଡ଼ିଲା , ତାଙ୍କୁ ପରେ ପିଙ୍କ୍ ସ୍ଲିପ୍‌ ଧରେଇ ଦିଆଗଲା। ଲିଙ୍କ୍ଡଇନ୍‌ ପୋଷ୍ଟ ଅନୁସାରେ , କମ୍ପାନୀ କର୍ମଚାରୀଙ୍କୁ ଏହାର ସୂଚନା ଇମେଲ୍‌ରେ ଦେଇଛି। 

କମ୍ପାନୀ ଇ-ମେଲ୍‌ରେ ଲେଖିଛି - "ପ୍ରିୟ ଟିମ୍‌, ନିକଟରେ ଆମେ କାର୍ଯ୍ୟ କ୍ଷେତ୍ରରେ ଟେନସନ (ଚିନ୍ତାଗ୍ରସ୍ତ) ବିଷୟରେ ଆପଣଙ୍କର ଭାବନାକୁ ବୁଝିବା ପାଇଁ ଏକ ସର୍ବେକ୍ଷଣ କରିଥିଲୁ। ଆପଣଙ୍କ ମଧ୍ୟରେ କିଛି ଲୋକ ନିଜର ଭାବନାକୁ ସେୟାର କଲେ, ଯାହାଙ୍କୁ ଆମେ ହୃଦୟରୁ ସ୍ୱାଗତ କରୁଛୁ ଏବଂ ତାଙ୍କର ସମ୍ମାନ କରୁଛୁ। ଏକ ସୁସ୍ଥ ଓ ସପୋର୍ଟିଭ୍‌ ୱାର୍କିଂ ପରିବେଶକୁ ବୃଦ୍ଧି କରିବା ପାଇଁ ପ୍ରତିଶ୍ରୁତିବଦ୍ଧ କମ୍ପାନୀ ଭାବେ ଆମେ ଫିଡବ୍ୟାକ୍ ଉପରେ ବହୁତ ବିଚାର କରିଛୁ। ଏହି ସ୍ପଷ୍ଟ କରିବା ପାଇଁ କି କେହି ବି କାର୍ଯ୍ୟ କ୍ଷେତ୍ରରେ ଚିନ୍ତାଗ୍ରସ୍ତ ନରୁହନ୍ତୁ , ଏଥିପାଇଁ ଆମେ ସେହି କର୍ମଚାରୀଙ୍କୁ କମ୍ପାନୀରୁ ବାହାର କରିବାକୁ କଠିନ ନିଷ୍ପତ୍ତି ନେଇଛୁ। "

ଇମେଲରେ ଆହୁରି ଲେଖି ଯାଇଛି, ଏହି ନିର୍ଣ୍ଣୟ ତୁରନ୍ତ ପ୍ରଭାବୀ ହୋଇଛି ଏବଂ ପ୍ରଭାବିତ କର୍ମଚାରୀଙ୍କୁ ଅଧିକ ସୂଚନା ସ୍ୱତନ୍ତ୍ର ଭାବେ ଦିଆଯିବ। ଆପଣଙ୍କ ଯୋଗଦାନ ପାଇଁ ଧନ୍ୟବାଦ। 

ଲିଙ୍କଡଇନ୍‌ରେ ଏହି ପୋଷ୍ଟକୁ ୟସ୍‌ ମ୍ୟାଡାମ୍‌ ରେ ୟୁଏକ୍ସ କପିରାଇଟର ଅନୁଷ୍କା ଦତ୍ତା ସେୟାର କରିଛନ୍ତି। କ୍ୟାପସନରେ ସେ ଲେଖିଛନ୍ତି , ୟସ୍‌ ମ୍ୟାଡାମରେ କଣ ହେଉଛି ? ପ୍ରଥମେ ଆପଣ ଏକ ରାଣ୍ଡମ୍ ସର୍ଭେ କରୁଛନ୍ତି ଏବଂ ଏହାପରେ ଆମକୁ ହଠାତ୍‌ ବାହାର କରିଦେଉଛନ୍ତି। କେବଳ ଏଥିପାଇଁ କାରଣ ଆମେ ଟେନସନରେ ଅଛୁ ? ଏବଂ କେବଳ ମୋତେ ନୁହେଁ , ଆହୁରି ୧୦୦ଜଣ ଲୋକଙ୍କୁ ମଧ୍ୟ ଚାକିରିରୁ ବାହାର କରିଦିଆ ଯାଇଛି। 

ପୋଷ୍ଟରେ ଅନେକ ଲୋକ ଟିପ୍ପଣୀ ଦେଇଛନ୍ତି। ଲୋକମାନେ କମ୍ପାନୀର ଏହି ନିଷ୍ପତ୍ତି ଅମାନବୀୟ କହିଛନ୍ତି , ଆଉ କିଛି ଏହାକୁ କମ୍ପାନୀର ପିଆର୍‌ ଷ୍ଟଣ୍ଟ ଭାବେ ଦର୍ଶାଇଛନ୍ତି। ଆଉ ଜଣ କହିଛନ୍ତି , ଆପଣ ଷ୍ଟ୍ରେସ୍‌ ସର୍ଭେ ପଠାଇ ଆଶ୍ୱାସନା ଦେବା ଦେଖାଣିଆ କଲେ ଏବଂ ଏହି ଆଧାରରେ ଲୋକଙ୍କୁ ଚାକିରିରୁ ବାହାର କରିବାକୁ ନିଷ୍ପତ୍ତି ନେଲେ। ଏହା ବିଶ୍ୱାସହୀନ ଓ ପାଗଳପଣ । ଆଉ ଜଣେ ଲେଖିଛନ୍ତି , ଏବା ଟକ୍ସିକ୍‌ ଆକ୍ସନ ଓ କଲଚର। ଟାକ୍ସିକ୍‌ର ଢାଞ୍ଚାରେ ଆରମ୍ଭ ହୋଇଥିବା ଷ୍ଟାର୍ଟ-ଅପ୍‌ ଖୁବ୍ ଶୀଘ୍ର ଶେଷ ହୋଇ ଥାଏ । ଯଦି ଏହା ସତ ହୋଇଥାଏ ତ ମୋର ବିଶ୍ୱାସ କି ଲୋକେ କର୍ମଚାରୀ ଓ ଗ୍ରାହକ ଉଭୟ ଭାବେ ଆପଣଙ୍କ ବ୍ରାଣ୍ଡର ବହିଷ୍କାର କରିବେ ଏବଂ ଯଦି ଏହା ଏକ ପିଆର ଷ୍ଟଣ୍ଟ ତ ମୋର ଆଶା କି , ଲୋକେ ମଧ୍ୟ ଏମିତି ହିଁ କରିବେ କାରଣ ଟ୍ରେଣ୍ଡ କରିବାର ଭଲ ଉପାୟ । ହେଲେ ଏହି ଛଟେଇ ବାସ୍ତବିକ କି ଏହା ଏକ ପିଆର ଷ୍ଟଣ୍ଟ । ଏହି ବିଷୟରେ ଏବେ କ୍ଲିୟର ହୋଇ ନାହିଁ। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.