ନୂଆଦିଲ୍ଲ : ଅପ୍ କମିଙ୍ଗ ବଲିଉଡ୍ ଫିଲ୍ମ‘କେଡି: ଦ ଡେଭିଲ୍’ର ଗୀତ ‘ସର୍କେ ଚୁନର୍ ତେରୀ ସର୍କେ’କୁ ନେଇ ବିବାଦସୋସିଆଲ ମିହିଆରେ ଜୋର ଧରିଛି । ବହୁ ବାଦ ବିବାଦ ପରେ ଗୀତକୁ ବ୍ୟାନ୍ କରାଯାଇଛି । ଏବେ ଏହି ବିବାଦ ସଂସଦରେ ମଧ୍ୟ ଚର୍ଚ୍ଚା ହୋଇଛି । କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି କି, ଆମେ ଏହି ଗୀତକୁ ବ୍ୟାନ୍ କରିଛୁ । ଏହାସହ ସେ କହିଛନ୍ତି କି, ଆମକୁ କହିବାର ସ୍ବାଧିନତା ରହିଛି । କିନ୍ତୁ ଯାହା ସମାଜ ଏବଂ ସଂସ୍କୃତିକୁ ନିନ୍ଦିତ କରାଯାଉଥିଲେ ଏହା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏହାସହ ଏହି ଗୀତକୁ ବ୍ୟାନ୍ କରାଯାଇଥିବାବେଳେ ଦ୍ବିଅର୍ଥ ବୋଧକୁ ନେଇ କେନ୍ଦ୍ରମନ୍ତ୍ରୀ ବର୍ଷିଥିବା ଦେଖିବାକୁ ମିଳିଛି । ତେବେ ସମାଜବାଦୀ ପର୍ଟି ସାଂସଦ ଆନନ୍ଦ ଭଦୋରିଆ ଏହି ପ୍ରସଙ୍ଗକୁ ପ୍ରଥମ ତଳ ସଦନରେ ଉଠାଇଥିଲେ । ଏହାସହ ସରକାରଙ୍କୁ ମଧ୍ୟ ଏହାର ଉତ୍ତର ରଖିବାକୁ ଦାବି କରିଥିଲେ । ଏବେ ନିଜର ପ୍ରତିକ୍ରିୟା ରଖିବା ସହ ଗୀତକୁ ବ୍ୟାନ୍ କରାଯାଇଥିବା ନେଇ କହିଛନ୍ତି ମନ୍ତ୍ରୀ ।
#WATCH | Speaking in Lok Sabha, on the ban on Bollywood film song 'Sarke Chunariya', Union Minister for Information & Broadcasting, Ashwini Vaishnaw says," A ban has been imposed on the song. We must operate according to the reasonable restrictions under the Freedom of Speech.… pic.twitter.com/TMSBaiLVke
— ANI (@ANI) March 18, 2026
‘କେଡି: ଦ ଡେଲିଲ୍’ ଆସୁଛି ବଳିଉଡ ମୁଭି । ଯେଉଁଥିରେ ରହିଥିଲସର୍କେଚୁନର୍ ତେରୀ ସର୍କେ’ଗୀତ । ଏହି ଗୀତଟି ସୋସିଆଲ ମିଡିଆରେ ରିଲିଜ୍ ହେବା ପରେ ବିବାଦ ଦେଖିବାକୁ ମିଳିଛି । ଗୀତରେ ଅନେକ ଗୁଡ଼ିଏ ଆପତ୍ତିଜନକ ଭିଡିଓ ସାଙ୍ଗକୁ ଦ୍ବିଅର୍ଥ ବୋଧକ ଶବ୍ଦକୁ ବ୍ୟବହାର କରାଯାଇଛି। ମୋବାଇଲ ଅନେକ ଛୋଟପିଲା ଏବଂ ସମାଜର ସବୁବର୍ଗର ଲୋକ ଦେଖୁଛନ୍ତି । ଏହା ଏକ ଖରାପ ମେସେଜ ଦେଉଥିବା ଅଭିଯୋଗ ହୋଇଥିଲା । ସଞ୍ଜୟ ଦତ୍ତ ଏବଂ ନୋରା ପତୋହି ଏହି ଗୀତରେ ନଜର ଆସିଥିଲେ । ୟୁଟ୍ୟୁବରେ ଏହି ଭିଡିଓଟି ଅପେଲୋଡ ହୋଇଥିବାବେଳେ ଶୀଘ୍ର ବହୁ ଭିୟ୍ୟୁର୍ସ ହୋଇଥିଲେ । ବିବାଦ ପରେ ଏହାର ହିନ୍ଦୀ ଭର୍ସନକୁ ହଟା ଯାଇଛି । ମାତ୍ର ଏବେ ମଧ୍ୟ ତାଲିମ, ତେଲୁଗୁ, ମାଲାୟଲମ ଏବଂ କନ୍ନଡ ଭାଷାରେ ରିଲିଜ୍ ହୋଇଥିବା ଭାଷାରେ ରହିଛି ।
The vibe continues from KD – The Devil. 🎶🔥
— KVN Productions (@KvnProductions) March 15, 2026
Watch Now on @aanandaaudio YT channel #KDTheDevilhttps://t.co/UWM0X8Iz0a - KANNADAhttps://t.co/Ck6GOK4JAp - HINDIhttps://t.co/Oos7gPuJZG - TELUGUhttps://t.co/W8Sr2Dd8Q9 - TAMILhttps://t.co/NkTGIQf4lJ - MALAYALAM
#KDTheDevil… pic.twitter.com/DrszmqHLXY
ସେପଟେ ବହୁଭାଷାରେ ଏହି ଫିଲ୍ମଟି ଆସନ୍ତା ଏପ୍ରିଲ୍ ୩୦ ତାରିଖରେ ରିଲିଜ୍ ହେବାକୁ ଯାଉଛି । ମାତ୍ର ଏହ ପୂର୍ବରୁ ବିବାଦ ଦେଖିବାକୁ ମିଳିଛି । ଗୀତକୁ ନେଇ ଆଲମ କହିଛନ୍ତି କି, ମୁଁ ଏ ଗୀତ ଲେଖିନାହିଁ । ଫିଲ୍ମ ଡାଇରେକ୍ଟର ଏ ଗୀତକୁ କନ୍ନଡ ଭାଷାରେ ଲେଖିଥିଲେ । ଏଥିରେ ବହୁ ଆପତ୍ତିଜନକ ଶବ୍ଦ ଥିବାରୁ ମୁଁ ଏହାକୁ ଲେଖିବାକୁ ପ୍ରଥମରୁ ମନା କରି ଦେଇଥିଲି । ସେନ୍ସର ବୋର୍ଡ ଏହାକୁ ଅନୁମୋଦନ କରିବ ନାହିଁ ବୋଲି ମୁଁ ପ୍ରଥମରୁ ମନା କରିଥିଲି ।
ଏହାସହ ପଢ଼ନ୍ତୁ : ନୋରାଙ୍କ ‘ସର୍କେ ଚୁନର୍’ ବିବାଦ, ସବୁ ପ୍ଲାଟ୍ଫର୍ମରୁ ଗୀତ ହଟାଇବାକୁ ସରକାରଙ୍କ ନିର୍ଦ୍ଦେଶ