ନୂଆଦିଲ୍ଲୀ,୨୭।୩: ପାକିସ୍ତାନର ବେଲୁଚିସ୍ତାନରେ ଗତ କିଛି ଦିନ ତଳେ ଜାଫର ଏକ୍ସପ୍ରେସକୁ ବିଦ୍ରୋହୀମାନେ ବନ୍ଧକ କରିନେଇଥିଲେ। ଏବେ ପୁଣିଥରେ ବେଲୁଚିସ୍ତାନର ଗ୍ବାଦର ଜିଲ୍ଲାରେ ବିଦ୍ରୋହୀମାନେ ହମଲା କରିଛନ୍ତି। ଏହି ହମଲାରେ ଅତି କମ୍ରେ ୫ ଜଣଙ୍କ ମୃତ୍ୟୁ ହୋଇଛି। ଏହାଛଡା ବହୁ ସଂଖ୍ୟାରେ ବାହନରେ ନିଆଁ ଲଗାଇଛନ୍ତି। ଏହା ଭିତରେ ଅଧିକାଂଶ ବାହନ ରହିଛି, ଯାହାକି ବନ୍ଦରରୁ ବାହାରିଥିଲା ଓ ସେଥିରେ ଜିନିଷ ଲଦା ଯାଇଥଲା। ଏଭଳି ଭାବରେ ବିଦ୍ରୋହୀମାନେ ପାକିସ୍ତାନକୁ କଡା ଝଟକା ଦେବା ସହ ଚୀନ୍କୁ ମଧ୍ୟ ଚ୍ୟାଲେଞ୍ଜ ଦେଇଥିଲେ। ଗ୍ବାଦର ପୋର୍ଟର ବିକାଶ ପାକିସ୍ତାନରେ ଚୀନ୍ର ସାହାଯ୍ୟରେ ହୋଇଥିଲା। ଏହାଛଡା ଚୀନ୍-ପାକିସ୍ତାନ କରିଡରର ମଧ୍ୟ ଏହା ଅଂଶ। ଏହି ଆକ୍ରମଣ ପରେ ପୁଣିଥରେ ବେଲୁଚିସ୍ତାନର ସ୍ଥିତି ଦୁନିଆ ଆଗରେ ସ୍ପଷ୍ଟ କରିଛି। ଯେଉଁଠି ବେଲୁଚିସ୍ତାନ ଲିବରେସନ୍ ଆର୍ମି ସହିତ ବହୁ ସଂଗଠନ ପାକିସ୍ତାନ ବିରୋଧରେ ଲଢେଇ ଆରମ୍ଭ କରିଛନ୍ତି।
ଏହି ଆକ୍ରମଣ ଗ୍ବାଦର ଜିଲ୍ଲାର ତାଜବନ ଅଞ୍ଚଳରେ ଘଟିଛି। ହାଇଓ୍ବେ ପୋଲିସ ଏସଏସପି ଫହିଜ ବଲୋଚ କହିଛନ୍ତି, ସଶସ୍ତ୍ର ଆକ୍ରମଣକାରୀ ହାଇଓ୍ବେ ବ୍ଲକ୍ କରିଦେଇଥିଲେ। ଏହାପରେ ସେହି ଲୋକମାନେ ବହୁ ବାହନରେ ନିଆଁ ଲଗାଇ ଦେଇଛନ୍ତି ଓ ଲୋକଙ୍କୁ ଖୋଜିଖୋଜି ମାରିଥିଲେ। ଏହି ସମୟରେ ତିନୋଟି ବଡ଼ ବଡ଼ ଟ୍ରକରେ ମଧ୍ୟ ନିଆଁ ଲଗାଇ ଦେଇଥିଲେ, ଯେଉଁଥିରେ ଗ୍ବାଦର ପୋର୍ଟରୁ ବାହାରିଥିବା ୟୁରିଆ ଅଫଗାନିସ୍ତାନ ଯିବା ପାଇଁ ଲଦା ଯାଇଥିଲା। ଏସଏସ୍ପି କହିଛନ୍ତି, ସଶସ୍ତ୍ର ବିଦ୍ରୋହୀ ତୁରଭତ, ତାଗବନ, ପଞ୍ଜଗୁର ଓ ପସନିରେ ସଡକ ଜାମ୍ କରିଥିଲେ। ଏହାଛଡା ବୋଲନ୍, କୋଲପୁ ଓ ମାସ୍ତଙ୍ଗ ଅଞ୍ଚଳରେ ହାଇଓ୍ବେ ବ୍ଲକ୍ର ଖବର ଓ ପସନୀରେ ସଡକ କାମ କରାଯାଇଥିଲା। ଏହାଛଡା ବୋଲନ୍, କୋହ୍ଲାପୁର ଓ ମାସ୍ତଙ୍ଗ ଅଞ୍ଚଳରେ ହାଇଓ୍ବେ ବ୍ଲକ୍ର ଖବର ମିଳିଥିଲା। କୌଣସି ଭାବରେ ପୋଲିସ ପ୍ରଶାସନ ହାଇଓ୍ବେକୁ ଖୋଲିଥିଲା, କିନ୍ତୁ ସେତେବେଳେ ବିଦ୍ରୋହୀମାନ ବଡ଼ ଧରଣର କ୍ଷତି କରିଥିଲେ।
ମିଳିଥିବା ସୂଚନା ଅନୁସାରେ, ପାକିସ୍ତାନ ସୁରକ୍ଷା ବଳ ଆକ୍ଟିଭ ହୋଇଛି ଓ ହାଇଓ୍ବେକୁ ଖୋଲିଛନ୍ତି।। ଏବେ ବି ବହୁ ଅଞ୍ଚଳରେ ରାସ୍ତାକୁ ଖୋଲିବାର ଚେଷ୍ଟା କରାଯାଉଛି। ଏହି ସମୟରେ ବିଦ୍ରୋହୀମାନେ କରାଚୀ ଯାଉଥିବା ଏକ ଯାତ୍ରୀ ବସ୍କୁ ରୋକିଥିଲେ ଓ ସେଥିରେ ଥିବା ଲୋକଙ୍କୁ ଖୋଜିଖୋଜି ମାରିଥିଲେ। ଏପର୍ଯ୍ୟନ୍ତ ମିଳିଥିବା ସୂଚନା ଅନୁସାରେ, ପଞ୍ଜାବୀ ବାସିନ୍ଦାଙ୍କୁ ମରାଯାଇଛି। ପୂର୍ବରୁ ମଧ୍ୟ ବେଲୁଚିସ୍ତାନରେ ଟାର୍ଗେଟ କିଲିଂ ହେଉଥିଲା। ଯେଉଁଥିରେ ପଞ୍ଜାବର ମୂଳବାସିନ୍ଦାଙ୍କୁ ମରାଯାଇଛି।