ନୂଆଦିଲ୍ଲୀ,୯।୧: ଭାରତ ଓ ଚୀନ୍ ଯଦିଓ ଦୁଇ ପଡୋଶୀ ଦେଶ କିନ୍ତୁ ସଂସ୍କୃତି ଭିତରେ ଖୁବ୍ ଫରକ ରହିଛି। ଏହା ଭିତରେ ଚୀନ୍ ଏକ ବଡ଼ ପଦକ୍ଷେପ ନେଇଛି। ଏହା ଅନୁସାରେ ହିନ୍ଦୁ ଧର୍ମରେ ବହୁତ ଅଧିକ ମାନ୍ୟତା ରଖିଥିବା ରାମାୟଣର ମଞ୍ଚନ ରାଜଧାନୀ ବେଜିଂରେ କରାଯିବ। ଏହି କାର୍ଯ୍ୟକ୍ରମ ୨୫ ଜାନୁଆରୀରେ ବେଜିଂର ଶୁନୟି ଗ୍ରାଣ୍ଡ ଥିଏଟରରେ ସନ୍ଧ୍ୟା ୭ଟା ବେଳେ ହେବ। ଭାରତରେ ଥିବା ଚୀନ୍ ଦୂତାବାସର ମୁଖପାତ୍ର ୟୁ ଜିଙ୍ଗ ଏ ବିଷୟରେ ସୂଚନା ଦେଇଛନ୍ତି। ୟୁ ଜିଙ୍ଗ ଏକ୍ସ ଆକାଉଣ୍ଟରେ ଏ ବିଷୟରେ ସୂଚନା ଦେଇଛି। ଯାହା ଉପରେ ଲୋକ ଖୁସି ବ୍ୟକ୍ତ କରିବା ସହ ଚୀନ୍ର ସମ୍ପର୍କକୁ ସୁଧାରିବା ପାଇଁ ଏକ ଭଲ ପଦକ୍ଷେପ। ଯାହାର ସ୍ବାଗତ ହେବା ଦରକାର।
କେବଳ ସେତିନି ନୁହେଁ ୟୁଜର୍ସ ଲେଖିଛନ୍ତି ସନାତନ ଧର୍ମର ମୂଲ୍ୟ ଏଭଳି ଯେ, ଏକବିଂଶ ଶତାବ୍ଦୀରେ ପୁରା ଦୁନିଆରେ ତାଙ୍କୁ ଶିକ୍ଷା ମିଳିଥାଏ। ଚୀନ୍ରେ ରାମାୟଣ ଉପରେ ହେବାକୁ ଥିବା ଏହି ପ୍ରସ୍ତୁତି ପ୍ରଫେସର ଜି ଶିୟାନାଲିନ୍ଙ୍କ ସଂସ୍କୃତରୁ ମାଣ୍ଡାରିନ୍ରେ କରାଯାଇଥିବା ଅନୁବାଦ ଉପରେ ଆଧାରିତ ହେବ। ଏହି ନାଟ୍ୟ ପ୍ରସ୍ତୁତିର ନିର୍ଦେଶନା ଭାରତନାଟ୍ୟମ ଏକ୍ସପୋନେଣ୍ଟ ସହ ଜଡିତ ଜିନ୍ ଶାନଶାନ୍ କରିବାକୁ ଯାଉଛନ୍ତି। ଏହି କାର୍ଯ୍ୟକ୍ରମ ବେଜିଂ ସ୍ଥିତ ଭାରତୀୟ ଦୂତାବାସର ସହଯୋଗରେ କରାଯାଉଛି। ଚୀନ୍ରେ ରାମାୟଣର ମଞ୍ଚନକୁ ନେଇ ଶୀର୍ଷ ସରକାରୀ ସୁତ୍ର ପକ୍ଷରୁ କିଛି କୁହାଯାଇ ନାହିଁ, କିନ୍ତୁ ସ୍ପଷ୍ଟ ଯେ, ଭାରତ ସହ ଜିନପିଙ୍ଗ ସରକାର ସମ୍ପର୍କ ସୁଧାରିବା ଚାହାନ୍ତି।