ନୂଆଦିଲ୍ଲୀ - ଯଦି ଆପଣ ସ୍ମାର୍ଟଫୋନ୍ ବ୍ୟବହାର କରୁଛନ୍ତି , ତ ଆପଣଙ୍କ ପାଇଁ ଏକ ପ୍ରମୁଖ ଅପଡେଟ୍ ଆସିବାକୁ ଯାଉଛି। ଆଣ୍ଡ୍ରଏଡ୍ ୟୁଜରଙ୍କୁ ଠକେଇ ଓ ଫେକ୍ କଲରୁ ରକ୍ଷା କରିବା ପାଇଁ ଗୁଗଲ ଏକ ନୂଆ ଫିଚର ଆଣିବାକୁ ପ୍ରସ୍ତୁତି କରୁଛି, ଯାହା କି ସନ୍ଦିଗ୍ଧ ବ୍ୟାଙ୍କ୍ କଲକୁ ଚିହ୍ନଟ କରିବାରେ ସାହାଯ୍ୟ କରିବ।
କେମିତି କାମ କରେ ଏହି ଫେକ୍ କଲ୍ ?
ଆଜିକାଲି ସାଇବର ଠକ ଏମିତି ନମ୍ୱରରୁ ସବୁ କଲ୍ କରୁଛନ୍ତି, ତାହା ଦେଖିବାକୁ ପୂରା ଅସଲି ଲାଗିଥାଏ , ଯେମିତି ବ୍ୟାଙ୍କ୍ କିମ୍ୱା ସରକାରୀ ହେଲ୍ପଲାଇନ୍। ୟୁଜରଙ୍କୁ ଲାଗେ କି କଲ୍ ଭରସାଯୋଗ୍ୟ, କିନ୍ତୁ ବାସ୍ତବରେ ଏହା ଏକ ସ୍କାମ ହୋଇଥାଏ। ଭାରତରେ ଅଧିକାଂଶ ଲୋକ କେବେ ନା କେବେ ଏହିପରି କଲର ସମ୍ମୁଖୀନ ହୋଇ ଥିବେ।
ନୂଆ ଭାରିଫାଏଡ୍ କଲର ଫିଚର କଣ ?
ରିପୋର୍ଟ ମୁତାବିକ , ଆଲଫାବେଟର କମ୍ପାନୀ ଗୁଗଲ ଏକ ନୂଆ ଭାରିଫାଏଡ୍ କଲର ସିଷ୍ଟମ ପ୍ରସ୍ତୁତ କରୁଛି, ଯାହାକୁ ଗୁଗଲ ପ୍ଲେ ସର୍ଭିସେସ୍ ମାଧ୍ୟମରେ ରୋଲଆଉଟ୍ କରାଯିବ। ଏହାର ଫାଇଦା ଏହା ହେବ ଯେ, ଏହି ଫିଚର କୌଣସି ଏକ କଲିଂ ଆପ୍ ଯାଏ ସୀମିତ ରହିବ ନାହିଁ , ବରଂ ପୂରା ସିଷ୍ଟମରେ କାମ କରିବ।
ପୂର୍ବର ଫିଚର ଠାରୁ କେମିତି ଅଲଗା ?
ଏବେସୁଦ୍ଧା ଆଣ୍ଡ୍ରଏଡରେ ଭାରିଫାଏଡ୍ କଲ୍ ନାମକ ଫିଚର ଉପଲବ୍ଧ ଥିଲା, କିନ୍ତୁ ଏହା କେବଳ ଗୁଗଲର ଫୋନ୍ ଆପ୍ ଯାଏ ସୀମିତ ଥିଲା। ନୂଆ ଅପଡେଟ୍ ପରେ ଏହି ସୁରକ୍ଷା ସବୁ କମ୍ପାନୀ ଗୁଡ଼ିକର ଫୋନରେ ମିଳିବ, ତାହା ଭିଭୋ ହେଉ କି ଅପୋ କିମ୍ୱା ସାମସଙ୍ଗ, ରିୟଲମି କିମ୍ୱା ୱାନପ୍ଲନ୍।
ଡିଏନଓ ନମ୍ୱର କଣ ଏବଂ କାହିଁକି ଏହା ଜରୁରୀ ?
ଏହି ନୂଆ ଫିଚରର ବିଶେଷ ଫୋକସ ଡିଏନଓ ( ଡୁ-ନଟ୍-ଓରିଜିନେଟ୍) ନମ୍ୱରରେ ହେବ। ଏହା ଏମିତି ନମ୍ୱର ହୋଇଥାଏ , ଯାହା କେବଳ କଲ୍ ରିସିଭ୍ କରିବା ପାଇଁ ତିଆରି କରାଯାଏ ,ଯାହାକୁ ବ୍ୟାଙ୍କ କିମ୍ୱା ସରକାରୀ ସଂସ୍ଥା। ଏଥିରୁ କେବେ କଲ୍ ଆସିବା ଉଚିତ୍ ନୁହେଁ। କିନ୍ତୁ ସ୍କାମରମାନେ ଏହି ସବୁ ନମ୍ୱରର ଭୁଲ ବ୍ୟବହାର କରି ୟୁଜର୍ସଙ୍କୁ ଧୋକା ଦିଅନ୍ତି। ନୂଆ ସିଷ୍ଟମ ଏମିତି ନମ୍ୱରକୁ ଚିହ୍ନଟ କରି ପ୍ରଥମେ ଆଲର୍ଟ କରିଦେବ।
କେମିତି ରକ୍ଷା କରିବ ଏହି ଫିଚର ?
ଯେବେ ବି କୌଣସି ସନ୍ଦିଗ୍ଧ କଲ୍ ଆସିବ, ଆପଣଙ୍କର ଫୋନ୍ ତାରୁ ପୂର୍ବରୁ ଖିବା ଡାଟାବେସ୍ ସହ ମ୍ୟାଚ୍ କରିବ। ଯଦି ନମ୍ୱର ଫେକ୍ କିମ୍ୱା ସନ୍ଦିଗ୍ଧ ଜଣାପଡ଼େ , ତ କଲ୍ ଉଠାଇବା ପୂର୍ବରୁ ହିଁ ସତର୍କ ସୂଚନା ମିଳିପାରେ। ଏମିତି କି ଆପଣଙ୍କ ଫୋନରେ ଇନଷ୍ଟାଲ ବ୍ୟାଙ୍କ୍ ଆପ୍ ମଧ୍ୟ ଏହି ସିଷ୍ଟମକୁ ଜରୁରୀ ସୂଚନା ଦେଇପାରେ।