ନୂଆଦିଲ୍ଲୀ,୧୨/୦୬: ନ୍ୟାସ୍‌ନାଲ ସିକ୍ୟୋରିଟିଜ୍‌ ଡିପୋଜିଟୋରି  ଲିମିଟେଡ୍‌(ଏନ୍‌ଏସ୍‌ଡିଏଲ୍‌)ର ପ୍ରାଥମିକ ପବ୍ଲିକ୍‌  ଅଫର ଅର୍ଥାତ୍‌ ଆଇପିଓ ଜୁଲାଇରେ ଆସିପାରେ । ରିପୋର୍ଟ ଅନୁସାରେ, ଆଇପିଓ ଜରିଆରେ ୪୦  କୋଟି ଡଲାର ବା ପ୍ରାୟ ୩,୪୨୦ କୋଟି ଟଙ୍କା  ସଂଗ୍ରହ ହେବ। ଏହି ଇସ୍ୟୁରେ କମ୍ପାନି ୫.୦୧  କୋଟି ସେୟାର ଜାରି କରିବ । ଏ ଆଇପିଓ ସମ୍ପୂର୍ଣ୍ଣ  ଭାବେ ଅଫର୍‌ ଫର୍‌ ସେଲ୍‌ ବା ଓଏଫ୍‌ଏସ୍‌ ହେବ।  

ଇସ୍ୟୁ ଜରିଆରେ ଆଇଡିବିଆଇ ବ୍ୟାଙ୍କ ଲିମିଟେଡ,  ନ୍ୟାସ୍‌ନାଲ୍‌ ଷ୍ଟକ୍‌ ଏକ୍ସଚେଞ୍ଜ ଅଫ୍‌ ଇଣ୍ଡିଆ ଲିମିଟେଡ୍‌  ଏବଂ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ୍‌ ସମେତ କେତେକ ପ୍ରମୁଖ ନିବେଶକ ଏନ୍‌ଏସ୍‌ଡିଏଲ୍‌ରେ ନିଜ ସେୟାର  ବିକ୍ରି କରିବେ । ତେବେ ଆଇପିଓ ଜରିଆରେ  ଏନ୍‌ଏସ୍‌ଡିଏଲ୍‌ କୌଣସି ଆୟ ପ୍ରାପ୍ତ କରିବ ନାହିଁ । ଆସେଟ୍‌ ଅଣ୍ଡର୍‌ କଷ୍ଟଡି କ୍ଷେତ୍ରରେ ଏନ୍‌ଏସ୍‌ଡିଏଲ୍‌  ଦେଶର ସବୁଠାରୁ ବୃହତ୍‌ ଡିପୋଜିଟୋରି । ଏନ୍‌ଏସ୍‌ଡିଏଲ୍‌ର ଲିଷ୍ଟିଂର ପରିଚାଳନା  ଆଇସିଆଇସିଆଇ ସିକ୍ୟୋରିଟିଜ୍‌ ଲିମିଟେଡ୍‌,  ଏକ୍ସିସ୍‌ କ୍ୟାପିଟାଲ ଲିମିଟେଡ୍‌, ଏଚ୍‌ଏସ୍‌ବିସି ହୋଲ୍‌ଡିଙ୍ଗ୍‌ସ ଏବଂ ଆଇଡିବିଆଇ କ୍ୟାପିଟାଲ  କରୁଛନ୍ତି । ତେବେ କମ୍ପାନି ପକ୍ଷରୁ ଏଯାବତ୍‌  କୌଣସି ଔପଚାରିକ ଘୋଷଣା କରାଯାଇନାହିଁ।