ନୂଆପଡ଼ା, ୧୪/୧୧: କିଏ ମାରିବ ନୂଆପଡ଼ା ବାଜି। ନୂଆପଡ଼ାରେ କିଏ ପିନ୍ଧିବ ବିଜୟ ମୁକୁଟ? ଫଳାଫଳ ଉପରେ ରହିଛି ନେତାଠୁ ଜନତା ସଭିଙ୍କ ନଜର ।  ଆଜି ସକାଳ ୮ଟାରେ ସ୍ଥାନୀୟ ନ୍ୟାସନାଲ କଲେଜରେ ଗଣତି ଆରମ୍ଭ ହୋଇଛି । ୧୪ଟି ଟେବୁଲରେ ୧୪ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ଚାଲିଛି । 

ପ୍ରଥମ ରାଉଣ୍ଡ ଗଣତିରେ ବିଜେପି ପ୍ରାର୍ଥୀ ଆଗୁଆ । ଜୟ ଢ଼ୋଲକିଆଙ୍କୁ ୪୯୦୪ ଭୋଟ  ମିଳିଥିବା ବେଳେ ବିଜେଡି ପ୍ରାର୍ଥୀ ସେହ୍ନାଙ୍ଗିନୀ ଛୁରୀଆଙ୍କୁ ୧୩୫୭ ଏବଂ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ ୧୩୦୮ ଭୋଟ୍ ପାଇଛନ୍ତି ।

ଦ୍ବିତୀୟ ରାଉଣ୍ଡ ଗଣତି ସୁଦ୍ଧା ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ୧୦,୪୮୬ ଭୋଟ୍‌ରେ ଆଗୁଆ । ସେପଟେ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ ୨୯୨୩ ଏବଂ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ ୨୨୩୪ ଭୋଟ ପାଇଛନ୍ତି ।

ତୃତୀୟ ରାଉଣ୍ଡରେ ୧୦୦୧୩ ଭୋଟରେ ବିଜେପି ପ୍ରାର୍ଥୀ ଆଗୁଆ । ବିଜେପି ପ୍ରାର୍ଥୀ ଜୟ ଢ଼ୋଲକିଆଙ୍କୁ ୧୪୩୭୦ ଭୋଟ ମିଳିଥିବା ବେଳେ ବିଜେଡି ପ୍ରାର୍ଥୀ ସେହ୍ନାଙ୍ଗିନୀ ଛୁରୀଆଙ୍କୁ ୪୩୫୭ ଏବଂ  କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ ୩୫୩୦ ଭୋଟ ପାଇଛନ୍ତି। 

ଚତୁର୍ଥ ରାଉଣ୍ଡ ସୁଦ୍ଧା ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ୧୮,୯୦୩ ଭୋଟ ପାଇଛନ୍ତି । ବିଜେଡି ପ୍ରାର୍ଥୀ ସେହ୍ନାଙ୍ଗିନୀ ଛୁରୀଆଙ୍କୁ ୫୩୨୦ ଏବଂ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ  ୬୦୮୮ ଭୋଟ୍ ପାଇଛନ୍ତି ।

ପଞ୍ଚମ ରାଉଣ୍ଡରେ ୧୮୧୯୫ ଭୋଟରେ ଆଗୁଆ ଜୟ । ବିଜେପି ପ୍ରାର୍ଥୀ ଜୟ ଢ଼ୋଲକିଆଙ୍କୁ ୨୫୧୯୫ ଭୋଟ୍ ମିଳିଛି । ୬୭୯୭ ଭୋଟ ସହ ଦ୍ବିତୀୟ ସ୍ଥାନରେ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ ଏବଂ ବିଜେଡି ପ୍ରାର୍ଥୀ ସେହ୍ନାଙ୍ଗିନୀ ଛୁରିଆଙ୍କୁ ମିଳିଛି ୬୫୩୮ ଭୋଟ୍ ।

ଷଷ୍ଠ ରାଉଣ୍ଡରେ ୨୧,୯୯୫ ଭୋଟରେ ଆଗୁଆ ଅଛନ୍ତି ବିଜେପି ପ୍ରାର୍ଥୀ । ବିଜେପି ପ୍ରାର୍ଥୀ ଜୟ ଢ଼ୋଲକିଆଙ୍କୁ ୩୦,୬୪୧ ଭୋଟ୍ ମିଳିଛି । ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନ ଛୁରିଆଙ୍କୁ ୮୬୪୬ ଭୋଟ୍ ମିଳିଥିବା ବେଳେ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀଙ୍କୁ ୭୮୯୧ ଭୋଟ୍ ମିଳିଛି । 

ସପ୍ତମ ରାଉଣ୍ଡ ସୁଦ୍ଧା  ୨୫,୩୪୬  ଭୋଟରେ ଆଗୁଆ ଅଛନ୍ତି ବିଜେପି ପ୍ରାର୍ଥୀ ଜୟ ଢ଼ୋଲକିଆ । ତାଙ୍କୁ ୩୬,୦୮୮ ଭୋଟ୍ ମିଳିଥିବା ବେଳେ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗୀନି ଛୁରିଆଙ୍କୁ ୧୦,୭୪୨ ଏବଂ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀଙ୍କୁ ୯୪୭୪ ଭୋଟ୍ ମିଳିଛି ।

ଅଷ୍ଟମ ରାଉଣ୍ଡ ସୁଦ୍ଧା ୨୮,୮୮୮ ଭୋଟରେ ଆଗୁଆ ଅଛନ୍ତି ବିଜେପି ପ୍ରାର୍ଥୀ । ବିଜେପି ପ୍ରାର୍ଥୀ ଜୟ ଢୋଲକିଆଙ୍କୁ ୪୧,୫୨୦ ଭୋଟ୍ ମିଳିଥିବା ବେଳେ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗୀନି ଛୁରିଆଙ୍କୁ ୧୨,୬୩୨ ଭୋଟ୍ ଏବଂ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀଙ୍କୁ ମିଳିଛି ୧୦,୬୪୯ ଭୋଟ୍ ।

ନବମ ରାଉଣ୍ଡ ସୁଦ୍ଧା ୩୦,୪୬୮ ଭୋଟରେ ଆଗୁଆ ଅଛନ୍ତି ବିଜେପି ପ୍ରାର୍ଥୀ ଜୟ ଢୋଲକିଆ । ୪୫,୨୫୧ ଭୋଟ ପାଇ ଆଗରେ ରହିଥିବା ବେଳେ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କୁ ୧୪,୭୮୪ ଏବଂ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀଙ୍କୁ ମିଳିଛି  ୧୧,୯୫୭  ଭୋଟ୍  ।

ଦଶମ ରାଉଣ୍ଡ ସୁଦ୍ଧା ୩୩,୨୩୨ ଭୋଟରେ ଆଗୁଆ ଅଛନ୍ତି ବିଜେପି ପ୍ରାର୍ଥୀ ଜୟ ଢୋଲକିଆ । ୫୦,୩୩୩ ଟି ଭୋଟ୍ ପାଇ ସର୍ବାଗ୍ରେ ରହିଥିବାବେଳେ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କୁ ମିଳିଛି ୧୭,୧୦୧ ଭୋଟ୍ । କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀଙ୍କୁ ୧୩,୭୫୧ ଭୋଟ୍ ମିଳିଛି ।

ଏକାଦଶ ରାଉଣ୍ଡ ଗଣତି ସୁଦ୍ଧା ବିଜେପି ପ୍ରାର୍ଥୀ ଜୟ ଢୋଲକିଆ  ୩୬,୭୯୬ ଭୋଟରେ ଆଗୁଆ ଆଛନ୍ତି । ୫୪,୯୮୦  ଟି ଭୋଟ୍ ପାଇ ସର୍ବାଗ୍ରେ ରହିଥିବାବେଳେ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କୁ ମିଳିଛି  ୧୮,୧୮୪ ଭୋଟ୍ । କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀଙ୍କୁ ୧୫,୩୩୭ଟି ଭୋଟ୍ ମିଳିଛି ।

ଦ୍ୱାଦଶ ରାଉଣ୍ଡ ଗଣତି ସୁଦ୍ଧା ୪୦,୩୧୩ ଭୋଟରେ ଆଗୁଆ ଆଛନ୍ତି ବିଜେପି ପ୍ରାର୍ଥୀ । ୫୯,୩୬୬ ଟି ଭୋଟ୍ ପାଇ ସର୍ବାଗ୍ରେ ରହିଛନ୍ତି ଜୟ ଢୋଲକିଆ । ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କୁ ମିଳିଛି ୧୯,୦୫୩  ଭୋଟ୍ । କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀଙ୍କୁ ୧୭,୪୩୭ ଭୋଟ୍ ମିଳିଛି ।

ତ୍ରୟୋଦଶ ରାଉଣ୍ଡ ଗଣତି ସୁଦ୍ଧା ବିଜେପି ପ୍ରାର୍ଥୀ ଜୟ ଢୋଲକିଆ  ୪୩,୨୧୪ ଭୋଟରେ ଆଗୁଆ ଆଛନ୍ତି । ୬୩,୫୨୨  ଟି ଭୋଟ୍ ପାଇ ସର୍ବାଗ୍ରେ ରହିଥିବାବେଳେ ଦ୍ୱିତୀୟ ସ୍ଥାନ ପାଇଁ  ବିଜେଡି ଏବଂ କଂଗ୍ରେସ ମଧ୍ୟରେ ଚାଲିଛି ରେସ୍ ।  ବିଜେଡି ପ୍ରାର୍ଥୀ  ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କୁ ୨୦,୨୮୮  ଭୋଟ୍ ମିଳିଥିବା ବେଳେ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀଙ୍କୁ ୨୦,୧୦୩  ଭୋଟ୍ ମିଳିଛି ।

ଚତୁର୍ଦ୍ଦଶ ରାଉଣ୍ଡ ଗଣତି ସୁଦ୍ଧା ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ୪୬,୭୧୩ ଭୋଟରେ ଆଗୁଆ ଆଛନ୍ତି । ୬୮,୫୬୪ ଟି ଭୋଟ୍ ପାଇ ସର୍ବାଗ୍ରେ ରହିଥିବା ବେଳେ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କୁ ମିଳିଛି  ୨୧,୮୫୧  ଭୋଟ୍ । କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀଙ୍କୁ ୨୧୪୬୦  ଭୋଟ୍ ମିଳିଛି ।