ନବରଙ୍ଗପୁର ୧୧/୦୮:  ରାଇଘର ନର୍ସିଂ ଛାତ୍ରୀ ମୃତ୍ୟୁ  ଘଟଣାକୁ ନେଇ  ବିଜେଡି ପକ୍ଷରୁ ରାଇଘର  ବ୍ଲକରେ ୧୨ଘଣ୍ଟିଆ ହରତାଳ ଡାକରା। ସକାଳ ୬ଟା ଦିନ ୧୨ଟା ଯାଏ ଚାଲିବ ଆନ୍ଦୋଳନ।  ରାଇଘର ବ୍ଲକରେ  ଦୋକାନବଜାର, ସରକାରୀ ଓ  ବେସରକାରୀ କାର୍ଯ୍ୟାଳୟ ସବୁ ବନ୍ଦ ରହିଛି । ଜରୁରିକାଳନୀ ସେବାକୁ  ବାଦ୍‌ ଦେଇ ଅନ୍ୟ ସମସ୍ତ ପ୍ରତିଷ୍ଠାନ  ବନ୍ଦ ରହିବ ବୋଲି ବିଜେଡି ପକ୍ଷରୁ କୁହାଯାଇଛି। 

ଓଡିଶାରେ ନାରୀକୁ  ସୁରକ୍ଷା ଦେବାରେ ସରକାର  ସଂପୂର୍ଣ୍ଣ ବିଫଳ ନୂଆ ସରାକର ।  ଏଥିପାଇଁ ମହିଳା ଓ ଶିଶୁବିକାଶ  ମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ଇସ୍ତଫା  ଦାବି କରିଛନ୍ତି ବିଜେଡିନେତା ପ୍ରଦୀପ  ମାଝୀ । ସେଭଳି ମୃତାଙ୍କ ପରିବାରକୁ  ୧ କୋଟି ଟଙ୍କା କ୍ଷତିପୂରଣ ଦେବାକୁ  ଦାବି କରିଛନ୍ତି । ଓଡିଶାରେ ମହିଳା,  ନାବାଳିକା, ଛାତ୍ରୀଙ୍କୁ ସୁରକ୍ଷା ଦେବା ପାଇଁ ବିଜେଡି ସାରାରାଜ୍ୟରେ ଆନ୍ଦୋଳନ କରିବ।