ନବରଙ୍ଗପୁର ୧୧/୦୮: ରାଇଘର ନର୍ସିଂ ଛାତ୍ରୀ ମୃତ୍ୟୁ ଘଟଣାକୁ ନେଇ ବିଜେଡି ପକ୍ଷରୁ ରାଇଘର ବ୍ଲକରେ ୧୨ଘଣ୍ଟିଆ ହରତାଳ ଡାକରା। ସକାଳ ୬ଟା ଦିନ ୧୨ଟା ଯାଏ ଚାଲିବ ଆନ୍ଦୋଳନ। ରାଇଘର ବ୍ଲକରେ ଦୋକାନବଜାର, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ସବୁ ବନ୍ଦ ରହିଛି । ଜରୁରିକାଳନୀ ସେବାକୁ ବାଦ୍ ଦେଇ ଅନ୍ୟ ସମସ୍ତ ପ୍ରତିଷ୍ଠାନ ବନ୍ଦ ରହିବ ବୋଲି ବିଜେଡି ପକ୍ଷରୁ କୁହାଯାଇଛି।
ଓଡିଶାରେ ନାରୀକୁ ସୁରକ୍ଷା ଦେବାରେ ସରକାର ସଂପୂର୍ଣ୍ଣ ବିଫଳ ନୂଆ ସରାକର । ଏଥିପାଇଁ ମହିଳା ଓ ଶିଶୁବିକାଶ ମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ଇସ୍ତଫା ଦାବି କରିଛନ୍ତି ବିଜେଡିନେତା ପ୍ରଦୀପ ମାଝୀ । ସେଭଳି ମୃତାଙ୍କ ପରିବାରକୁ ୧ କୋଟି ଟଙ୍କା କ୍ଷତିପୂରଣ ଦେବାକୁ ଦାବି କରିଛନ୍ତି । ଓଡିଶାରେ ମହିଳା, ନାବାଳିକା, ଛାତ୍ରୀଙ୍କୁ ସୁରକ୍ଷା ଦେବା ପାଇଁ ବିଜେଡି ସାରାରାଜ୍ୟରେ ଆନ୍ଦୋଳନ କରିବ।