ଭୁବନେଶ୍ୱର ୧୪/୦୬: ଜାତୀୟ ଓଟିଟିରେ ସ୍ଥାନ ପାଇବା ପୂର୍ବରୁ ହିନ୍ଦୀ ଭାଷାରେ ଓଡ଼ିଆ ସିନେମା "ମାମା ୱେଡ୍ସ  ପାପା'ର ସ୍ୱତନ୍ତ୍ର ପ୍ରଦର୍ଶନୀ ଶୁକ୍ରବାର ସନ୍ଧ୍ୟାରେ ଭୁବନେଶ୍ୱରର ଏକ ମଲ୍ଟିସ୍କ୍ରିନ୍‌ରେ  ଅନୁଷ୍ଠିତ ହୋଇଛି । ଯେଉଁଥିରେ ଓଲିଉଡ୍‌ର ବହୁ ପରିଚିତ ଚେହେରା ଓ ଗଣମାଧ୍ୟମ ପ୍ରତିନିଧି ଯୋଗଦେଇ ସିନେମାର ପ୍ରଶଂସା କରିଛନ୍ତି । ଏହା ଜାତୀୟ ସ୍ତରୀୟ ଓଟିଟିରେ  ମଧ୍ୟ ଲୋକପ୍ରିୟତା ସାଉଁଟିବ ବୋଲି ଆଶା ରଖିଛନ୍ତି। ପ୍ରାରମ୍ଭରେ ଅହମଦାବାଦରେ ବିମାନ  ଦୁର୍ଘଟଣାରେ ମୃତକଙ୍କ ପାଇଁ ୨ ମିନିଟ୍‌ ନିରବ ପ୍ରାର୍ଥନା କରାଯାଇଥିଲା । ୨ ବର୍ଷ ତଳେ  "ମାମା ୱେଡ୍ସ ପାପା' ଓଡ଼ିଆ ଭାଷାରେ ରିଲିଜ୍‌ ହୋଇ ଲୋକପ୍ରିୟତା ସାଉଣ୍ଟିଥିଲା । ଦମ୍‌ଦାର୍‌  କାହାଣୀ ଏବଂ ସୁନ୍ଦର ଗୀତ ପାଇଁ ଚର୍ଚ୍ଚାରେ ରହିଥିଲା । ବର୍ତ୍ତମାନ ଏହା ଓଟିଟିରେ ରିଲିଜ୍‌ ହେବାକୁଯାଉଛି ।

ଶ୍ରୀହାନ୍‌ ସିନେକ୍ରିଏନ୍ସ ବ୍ୟାନରରେ ନିର୍ମିତ ଏହି ସିନେମାର ପ୍ରଯୋଜନା  କରିଛନ୍ତି ବି. ଚନ୍ଦ୍ରପ୍ରିୟ ସୁବୁଦ୍ଧି । କାହାଣୀ, ଚିତ୍ରନାଟ୍ୟ ସାଙ୍ଗକୁ ନିର୍ଦ୍ଦେଶନା ଦେଇଛନ୍ତି ଆପ୍ପୁ  କାନୁନ୍‌ଗୋ । ସଙ୍ଗୀତ ଦେଇଛନ୍ତି ଆସାଦ ନିଜାମ୍‌ । ଚିତ୍ର ଉତ୍ତୋଳନ କରିଛନ୍ତି ନିରଞ୍ଜନ  ଦାଶ । ବଲିଉଡ୍‌ ଅଭିନେତା କୃଷ୍ଣା ଅଭିଷେକ ପ୍ରଥମ କରି ଓଡ଼ିଆ ସିନେମାରେ ଅଭିନୟ  କରିଛନ୍ତି । କାର୍ଯ୍ୟକ୍ରମରେ ଅଭିଷେକ ରଥ, ଋତିଶା, ପ୍ରିୟଙ୍କା ପାଣିଗ୍ରାହୀ, ଜ୍ୟୋତି ମିଶ୍ର, ଦେବୁ  ପଟ୍ଟନାୟକ, ଗୁଡ୍ଡୁ ପ୍ରମୁଖ ଅଭିନୟ କରିଛନ୍ତି । ଗୋଟିଏ କୁନି ଝିଅ ତା'ର ପାପା-ମାମାଙ୍କର  କିଭଳି ବାହାଘର କରୁଛି ତାକୁ ନେଇ କାହାଣୀ ଗତିଶୀଳ ହୋଇଛି ।