ପ୍ରମୂଖ ଖବର
  • ମେକ୍ସିକୋ ଏବଂ ଇୟୁ ଉପରେ ଟାରିଫ୍‌ ବୋମା ପକାଇଲେ ଟ୍ରମ୍ପ, ଲାଗିବ ୩୦ ପ୍ରତିଶତ ଶୁଳ୍କ
  • ||
  • ପ୍ରଥମ ଥର ଟି-୨୦ ବିଶ୍ୱକପ୍ ପାଇଁ ଯୋଗ୍ୟତା ଅର୍ଜନ କଲା ଇଟାଲୀ, ନେଦରଲ୍ୟାଣ୍ଡସକୁ ବି ମିଳିଲା ସୁଯୋଗ
  • ||
  • ଏଫଏମ କଲେଜ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣା ; କଲେଜ ଅଧ୍ୟକ୍ଷ ନିଲମ୍ବିତ, ଏଚଓଡି ଗିରଫ
  • ||
  • ବ୍ରହ୍ମପୁର ରେଳ ଷ୍ଟେସନରୁ ୨ ଜଣଙ୍କ ମୃତଦେହ ଉଦ୍ଧାର, ବିଷ ପିଇ ଜୀବନ ହାରିଥିବା ସନ୍ଦେହ
  • ||
  • ନୀଳଗିରି ବ୍ଲକ ତେଲିପାଳ ପଞ୍ଚାୟତ ଋଷିଆ କେନାଲରେ ଅଘଟଣ, ବଜ୍ରପାତରେ ୩ ମୃତ
  • ||
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ଆଜି ରାଜ୍ୟ ବଜେଟ୍‌ ୨୦୨୫-୨୬, ଉପସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ; ଉଚ୍ଚ ଆକାଂକ୍ଷାକୁ ସମ୍ବଳ ଚିନ୍ତା

Published By : Prameya | February 17, 2025 7:58 AM

ଭୁବନେଶ୍ୱର,୧୭/୦୨: ଚାଷୀ, ମହିଳା, ଯୁବା, ବୟସ୍କ- ଏ ସମସ୍ତ ବର୍ଗର ସାମଗ୍ରିକ ବିକାଶ ପାଇଁ ରାଜ୍ୟ ସରକାର ଅନେକ ଯୋଜନା ପାଞ୍ଚିଛନ୍ତି । ଅର୍ଥନୀତିକୁ ଉଚ୍ଚ ଅଭିବୃଦ୍ଧି ମାର୍ଗରେ ଦୌଡ଼ାଇବାକୁ କାର୍ଯ୍ୟକ୍ରମ ଖର୍ଚ୍ଚ ସହ ପୁଞ୍ଜିଗତ ବ୍ୟୟ (କ୍ୟାପିଟାଲ୍‌ ଏକ୍ସପେଣ୍ଡିଚର) ଯଥେଷ୍ଟ ବଢ଼ାଇବାକୁ ବ୍ଲୁପ୍ରିଣ୍ଟ ମଧ୍ୟ ହୋଇଛି ।  ହେଲେ ଏ ମହତ୍ତ୍ୱାକାଂକ୍ଷାରେ ବାଧା ସାଜିପାରେ ସମ୍ବଳ ଅଭାବ । ଆକଳନ ମୁତାବକ ବଢ଼ୁ ନାହିଁ  ଆୟ। ନିଜସ୍ୱ ଟିକସ ଆୟ ବୃଦ୍ଧି ହାର ଧିମା ।  କେନ୍ଦ୍ରୀୟ ଅନୁଦାନ ବି ହ୍ରାସ ପାଉଛି ।  ଏଭଳି ସ୍ଥିତିରେ ବିକାଶ ଖର୍ଚ୍ଚ ଭରଣା  କରିବାକୁ ସରକାର ଅଧିକ ଋଣ ଉଠାଇ ପାରନ୍ତି ।  ବିତ୍ତୀୟ ନିଅଣ୍ଟ ବି ବଢ଼ିପାରେ । 

ସୋମବାର ବିଧାନସଭାରେ ମୁଖ୍ୟମନ୍ତ୍ରୀ  ମୋହନ ଚରଣ ମାଝୀ ଆସନ୍ତା ଆର୍ଥିକ ବର୍ଷ  ୨୦୨୫-୨୬ ପାଇଁ ବଜେଟ ପ୍ରସ୍ତାବ ଉପସ୍ଥାପନ କରିବେ । ନୂଆ ସରକାରଙ୍କ ଦ୍ୱିତୀୟ ବଜେଟରେ ବିକାଶର ନୂଆ ଦିଗ ଦେଖାଇବେ ମୁଖ୍ୟମନ୍ତ୍ରୀ । ସୀମିତ ସମ୍ବଳ ସତ୍ତେ୍ୱ ମୋଟ ବ୍ୟୟ ଅଟକଳକୁ  ୧୫ରୁ ୧୭ ପ୍ରତିଶତ ବଢ଼ାଯାଇ ପାରେ । ୨୦୨୪- ୨୫ରେ ମୋଟ ବ୍ୟୟ ଅଟକଳ ଥିଲା ୨ ଲକ୍ଷ ୬୫  ହଜାର କୋଟି । ଏହା ୩ ଲକ୍ଷ ୫ ହଜାର କୋଟିକୁ ବୃଦ୍ଧି  କରାଯିବା ସମ୍ଭାବନା ରହିଛି ବୋଲି ସୂଚନା ମିଳିଛି ।  

ବିକାଶର ମାପକାଠି କାର୍ଯ୍ୟକ୍ରମ ଖର୍ଚ୍ଚକୁ  ୨୦% ବୃଦ୍ଧି କରାଯାଇପାରେ । ଚଳିତ ଆର୍ଥକ  ବର୍ଷ ପାଇଁ କାର୍ଯ୍ୟକ୍ରମ ବ୍ୟୟ ଅଟକଳ ୧ ଲକ୍ଷ ୫୫ ହଜାର କୋଟି ରହିଛି । ଏହାକୁ ୧ ଲକ୍ଷ  ୮୫ ହଜାର କୋଟିକୁ ବୃଦ୍ଧି କରାଯିବା ସମ୍ଭାବନା  ରହିଛି । ଅନୁରୂପ ଭାବେ ରାଜ୍ୟ କ୍ଷେତ୍ର କାର୍ଯ୍ୟକ୍ରମ  ଖର୍ଚ୍ଚକୁ ୧ ଲକ୍ଷ ୧୨ ହଜାର କୋଟିରୁ ୧ ଲକ୍ଷ ୩୫  ହଜାର କୋଟିକୁ ବୃଦ୍ଧି କରାଯାଇପାରେ । 

ତେବେ ଏ ବର୍ଷ ରାଜସ୍ୱ ଆୟ ବୃଦ୍ଧି ହାର  ସରକାରଙ୍କୁ ଚିନ୍ତାରେ ପକାଇଛି । ଆକାଉଣ୍ଟ୍‌ସ  ଜେନେରାଲ୍‌ଙ୍କ ଦେଇଥିବା ତଥ୍ୟ ଅନୁସାରେ  ଡିସେମ୍ବର ମାସ ସୁଦ୍ଧା ରାଜସ୍ୱ ଆୟ ବଢ଼ିଛି ମାତ୍ର  ୬% । ଲକ୍ଷ୍ୟ ଥିଲା ପାଖପାଖି ୧୪% ବଢ଼ିବ । କେବଳ କେନ୍ଦ୍ରୀୟ ଟିକସ ଭାଗକୁ ଛାଡ଼ିଦେଲେ  ଅନ୍ୟ କୌଣସି ଟିକସ ଉତ୍ସରୁ ଆଶାନୁରୂପ ଆୟ  ହୋଇ ନାହିଁ । ନିଜସ୍ୱ ଟିକସ ଆୟ ୯ ମାସରେ  ଲକ୍ଷ୍ୟର ୬୭% ହୋଇଛି । ଜିଏସ୍‌ଟି ଆୟ ୬.୫%  ବଢ଼ିଥିବା ବେଳେ ବିକ୍ରିକର ୫% ଓ ଅବକାରୀ ଶୁଳ୍କ  ୧୪% ବଢ଼ିଛି ଗତବର୍ଷ ତୁଳନାରେ । ଅଣଟିକସ  ରାଜସ୍ୱ ୧୪% ହାରରେ ବଢ଼ିଛି ।  

ଷ୍ଟାମ୍ପ୍‌ ଡ୍ୟୁଟି ଓ ରେଜିଷ୍ଟ୍ରେସନ୍‌ ଫି ୨% ହ୍ରାସ  ପାଇଥିବା ବେଳେ ଭୂରାଜସ୍ୱ ୧.୫ କମିଛି । କେନ୍ଦ୍ରୀୟ  ଟିକସ ଭାଗ କିନ୍ତୁ ୨୧% ବଢ଼ିଛି ୨୦୨୩-୨୪ ଡିସେମ୍ବର  ତୁଳନାରେ । କେନ୍ଦ୍ରୀୟ ଅନୁଦାନ କମିଛି ୧୫% ।  ଏଭଳି ସ୍ଥିତିରେ ଆଗାମୀ ବର୍ଷର ଟିକସ ଓ  ଅଣ ଟିକସ ଆୟ ସୂତ୍ରରୁ ଆଶାନୂରୂପ ଆୟ ହୋଇ ନ ପାରେ ବେଲି ଅର୍ଥ ବିଭାଗ ଆକଳନ କରୁଛି ।  ତେବେ କେନ୍ଦ୍ରୀୟ ଟିକସ ଭାଗ ପ୍ରାୟ ୧୭ ପ୍ରତିଶତ ବଢ଼ିବ । 

କେନ୍ଦ୍ର ବଜେଟ୍‌  ଦେଇଥିବା ସୂଚନା ଅନୁସାରେ ୨୦୨୫-୨୬ରେ ଓଡ଼ିଶା ଏ ବାବଦରେ ୬୪  ହଜାର ୪୦୮ କୋଟି ଟଙ୍କା ପାଇବ । ଏ ବର୍ଷ ୫୫,୨୩୧ କୋଟି ପାଇବ ବୋଲି  ବଜେଟ ବ୍ୟବସ୍ଥା ରହିଛି ।   ଏଣୁ ଖର୍ଚ୍ଚ ଭରଣା କରିବାକୁ ସରକାର ଖୋଲା ବଜାରରୁ ଅଧିକ ଋଣ  କରି ପାରନ୍ତି । ରାଜ୍ୟର ମୋଟ ଋଣ ବୋଝ ମୋଟ ଘରୋଇ ଉତ୍ପାଦର ମାତ୍ର  ୧୩.୫% । ଏଫ୍‌ଆର୍‌ବିଏମ୍‌ ଆଇନ ଅନୁସାରେ ରାଜ୍ୟ ଜିଏସ୍‌ଡିପିର ୨୫%  ଯାଏ ଋଣ ଉଠାଇପାରିବ ।   

ବିତ୍ତୀୟ ନିଅଣ୍ଟ ଜିଏସ୍‌ଡିପିର ୩.୫% ଭିତରେ ରଖିବାକୁ କଟକଣା  ରହିଛି । ଓଡ଼ିଶାର ଜିଏସ୍‌ଡିପି ଏ ବର୍ଷ ୯ ଲକ୍ଷ ୫୦ ହଜାର କୋଟି ଛୁଇଁବ  ବୋଲି ଆକଳନ କରାଯାଇଛି । ଆଗାମୀ ବର୍ଷ ଯଦି ବଜାର ଦରରେ (କରେଣ୍ଟ  ପ୍ରାଇସ) ଏହା ୧୧ ପ୍ରତିଶତ ବଢ଼େ ତେବେ ମୋଟ ତେବେ ଏହା ୧୦ ଲକ୍ଷ  ୫୪ ହଜାର କୋଟି ଛୁଇଁବ । ଏହାର ୩.୫% ଅର୍ଥାତ୍‌ ପାଖାପାଖି ୩୭ ହଜାର  କୋଟି ଟଙ୍କା ଯାଏ ସରକାର ଋଣ ଉଠାଇ ପାରିବେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.