ଭୁବନେଶ୍ୱର, ୨୮/୦୨: ଆସନ୍ତା ମାର୍ଚ୍ଚ ୩  ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ଶିବିର  ଆୟୋଜିତ ହେବ । ଭୁବନେଶ୍ୱର ୟୁନିଟ-୫ସ୍ଥିତ  ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଆୟୋଜନ ହେବାକୁ  ଥିବା ଏହି ଜନ ଶୁଣାଣି ପାଇଁ ଶୁକ୍ରବାର ପୂର୍ବାହ୍ଣ ୧୧ଟାରୁ ଅନଲାଇନ୍‌ ପଞ୍ଜୀକରଣ ଆରମ୍ଭ ହୋଇଛି। ସର୍ବାଧିକ  ୧୦୦୦ ଅଭିଯୋଗକାରୀ ସେମାନଙ୍କ ନାଁ ପଞ୍ଜୀକରଣ  କରିପାରିବେ । ତେବେ ଆଗ୍ରହୀ ଜନସାଧାରଣ ଜନଶୁଣାଣି ପୋର୍ଟାଲhttps://janasunani.odisha.gov.in/ ଅଥବା ଜନଶୁଣାଣି ମୋବାଇଲ ଆପ୍ଲିକେଶନ ମାଧ୍ୟମରେ  ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିବା ପାଇଁ ପଞ୍ଜୀକରଣ କରିପାରିବେ । ତେବେ  ଅଭିଯୋଗ ପ୍ରକୋଷ୍ଠକୁ ଆସିବା ବେଳେ ସାଙ୍ଗରେ ବ୍ୟକ୍ତିଗତ ପରିଚୟପତ୍ର,  ଅଭିଯୋଗପତ୍ର ସହ ଆସିବେ ବୋଲି ସାଧାରଣ ପ୍ରଶାସନ ଓ ସାଧାରଣ  ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ମିଳିଛି।