ଭୁବନେଶ୍ବର : ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସୁରେଶଙ୍କ ସ୍ବାସ୍ଥ୍ୟବସ୍ଥା ସମ୍ପର୍କରେ ପଚାରି ବୁଝିଛନ୍ତି । ରାଜସ୍ବମନ୍ତ୍ରୀଙ୍କ ବାସଭବନକୁ ଯାଇ ମୁଖ୍ୟମନ୍ତ୍ରୀ ଭେଟିଥିବାବେଳେ ତାଙ୍କ ସହ କଥା ହୋଇଛନ୍ତି । ଆସନ୍ତାକାଲି ରାଜ୍ୟସଭା ନିର୍ବାଚନ ପାଇଁ ମତଦାନ ରହିଛି । ଏହା ପୂର୍ବରୁ ଦିଲ୍ଲୀ ଏମ୍ସରୁ ଭୁବନେଶ୍ବର ଫେରିଛନ୍ତି ସୁରେଶ ।
ସୂଚନାଥାଉକି, ମାର୍ଚ୍ଚ ୩ ତାରିଖ ଦିନ ହଠାତ୍ ମନ୍ତ୍ରୀ ସୁରେଶ ପୂଜାରୀ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ ।ଏହାପରେ ତୁରନ୍ତ ରାଜସ୍ୱ ମନ୍ତ୍ରୀଙ୍କୁ ଭୁବନେଶ୍ୱର ସ୍ଥିତ ଏମ୍ସ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ଚିକିତ୍ସା ଜାରି ରହିଥିଲା । ହେଲେ ଉନ୍ନତ୍ତ ଚିକିତ୍ସା ଲାଗି ମାର୍ଚ୍ଚ ୫ ତାରିଖରେ ସୁରେଶ ପୂଜାରୀଙ୍କୁ ନୂଆଦିଲ୍ଲୀ ସ୍ଥିତ ଏମ୍ସକୁ ସ୍ଥାନାନ୍ତରିତ କରାଯାଇଥିଲା ।
କରୋନାରୀ ଆର୍ଟେରୀ ଡିଜିଜ୍ ଓ ଟ୍ରିପଲ ଭେସେଲ୍ ଡିଜିଜରେ ଆକ୍ରାନ୍ତ ହୋଇଥିବାରୁ ଦିଲ୍ଲୀ ଏମ୍ସରେ ମନ୍ତ୍ରୀ ସୁରେଶ ପୂଜାରୀଙ୍କର ଅସ୍ତ୍ରୋପଚାର ହୋଇଥିଲା। ଅସ୍ତ୍ରୋପଚାର ସଫଳ ହୋଇଥିବା ମଧ୍ୟ ମେଡିକାଲ ପକ୍ଷରୁ ସୂଚନା ଦିଆଯାଇଛି । ବିଶିଷ୍ଠ ଡାକ୍ତର ହୃଦରୋଗ ବିଶେଷଜ୍ଞ ଡାକ୍ତର ଏକେ ବିଶୋଇ ରାଜସ୍ୱ ମନ୍ତ୍ରୀଙ୍କ ଅସ୍ତ୍ରୋପଚାର କରିଥିଲେ । ଆସନ୍ତାକାଲି ରାଜ୍ୟସଭା ନିର୍ବାଚନ ପାଇଁ ମତଦାନ ଥିବାବେଳେ ସେ ଭାଗନେବେ ବୋଲି ପୂର୍ବରୁ ସୂଚନା ମଧ୍ୟ ଦେଇଛନ୍ତି ।
ଏହାସହ ପଢ଼ନ୍ତୁ : ବାଙ୍ଗାଲୋରରେ କଂଗ୍ରେସ ବିଧାୟକଙ୍କୁ ପ୍ରଲୋଭିତ କରିଥିବା ୪ ଜଣ ଗିରଫ କଲା ପୁଲିସ