ବାଙ୍ଗାଲୋର : ଘୋଡ଼ା ବେପାର ଭୟ । ରାଜ୍ୟସଭା ଭୋଟ୍ ପୂର୍ବରୁ ବେଙ୍ଗାଲୁରୁରେ କଂଗ୍ରେସ ବିଧାୟକଙ୍କୁ ଟଙ୍କା ମାଧ୍ୟମରେ ପ୍ରଲୋଭିତ କରୁଥିବା ସମସ୍ତ ୪ ଜଣଙ୍କୁ ବେଙ୍ଗାଲୁରୁ ପୁଲିସ ଗିରଫ କରିଛି l ଗିରଫ ହୋଇଥିବା ବ୍ୟକ୍ତି ଗୁଡିକ ହେଲେ କର୍ଣ୍ଣାଟକର ଜଣେ ପ୍ରଭାବଶାଳୀ ବିଜେପି ନେତାଙ୍କ ପାଖଲୋକ ସୁରେଶ, ଓଡ଼ିଶାର ଅଜିତ ସାହୁ, ରାଉରକେଲା ବାସିନ୍ଦା ବୀରେନ୍ଦ୍ର ପ୍ରସାଦ ଏବଂ ସିମାଞ୍ଚଳ ମହାକୁଡ଼ ଗିରଫ l ଏବେ ଏହି ଘଟଣାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା ।
କହି ରଖୁଛୁ କି, କଂଗ୍ରେସ ବିଧାୟକଙ୍କୁ ଏଭଳି ପ୍ରଲୋଭନ କରାଯାଇଥିବା ନେଇ କଂଗ୍ରେସ ସାଂସଦ ସପ୍ତଗିରି ଉଲ୍ଲାକା ଅଭିଯୋଗ ଆଣିଥିଲେ ।ସେ କହିଛନ୍ତି, ତାଙ୍କ ବିଧାୟକଙ୍କୁ କିଣିବା ପାଇଁ ଭାରତୀୟ ଜନତା ପାର୍ଟି ଏବଂ ଦିଲ୍ଲୀପ ରାୟ ଲଗାତାର ଉଦ୍ୟମ ଚଳାଇଛନ୍ତି । କଂଗ୍ରେସ ବିଧାୟକଙ୍କୁ ଟ୍ରାପ୍ କରିବାକୁ ୫ କୋଟି ଟଙ୍କା ଲେଖାଏଁ ଅଫର୍ ଦିଆଯାଉଛି । ବେଙ୍ଗାଳୁରୁ ସ୍ଥିତ ହୋଟେଲରେ ଥିବା ବିଧାୟକଙ୍କୁ ଟ୍ରାପ୍ ପାଇଁ ଉଦ୍ୟମ କରୁଛନ୍ତି । ରାଉରକେଲାରୁ ୪ଜଣ ଓଡ଼ିଆ ଯୁବକ ଆସି କର୍ଣ୍ଣାଟକ ବେଙ୍ଗାଲୁରୁରେ ପହଞ୍ଚିଛନ୍ତି । ସେମାନଙ୍କୁ ଦିଲ୍ଲୀପ ରାୟ ପଠାଇଛନ୍ତି ବୋଲି ଅଭିଯୋଗ କରିଛନ୍ତି ସାଂସଦ ସପ୍ତଗିରି ଉଲ୍ଲାକା । ବେଙ୍ଗାଲୁରୁରେ ୮ ଭୋଟ୍ ଏବଂ ଭୁବନେଶ୍ବରରେ ଆଉ ୬ ଭୋଟ୍ ସୁରକ୍ଷିତ ରହିଛି । ସେମାନେ ଆମ ବିଧାୟକଙ୍କୁ ବ୍ଲାଙ୍କ୍ ଚେକ୍ ଦେଇ କିଣିବାକୁ ଚେଷ୍ଟା କରୁଛନ୍ତି ।ଯଦି ଘୋଡ଼ା ବେପାର ହୁଏ ଏଥିପାଇଁ ଦିଲ୍ଲୀପ ରାୟ ଏବଂ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଦାୟୀ ରହିବେ ବୋଲି ଉଲ୍ଲାକା କହିଛନ୍ତି । ଅନ୍ୟପଟେ ଏ ସାଂଘାତିକ ଅଭିଯୋଗକୁ ନେଇ ଦିଲ୍ଲୀପ ରାୟଙ୍କର କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।...
ଏହାସହ ପଢ଼ନ୍ତୁ : ସପ୍ତଗିରି ଉଲ୍ଲାକାଙ୍କ ବିସ୍ଫୋରକ ବୟାନ: କଂଗ୍ରେସ ବିଧାୟକଙ୍କୁ ଟ୍ରାପ୍ ପାଇଁ ୫କୋଟି ଲେଖାଏଁ ଅଫର