PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ବଲପୁର: ଶେଷରେ ଚେତିଲେ ସମ୍ବଲପୁର ପୁଲିସ, ଭାଙ୍ଗିଲା କୋରେକ୍ସ ମାଫିଆଙ୍କ ଘର
  • ||
  • ବଲାଙ୍ଗୀର: ରାସ୍ତା ଉପରେ ଜଳିଗଲା ଚଳନ୍ତା କାର୍, ନିଆଁକୁ ଆୟତ୍ତ କଲେ ଅଗ୍ନିଶମ ଟିମ୍
  • ||
  • ନୂଆପଡ଼ା : ଘର ଭିତରୁ ବୃଦ୍ଧାଙ୍କୁ ଟାଣିନେଲା ମହାବଳ ବାଘ, ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ
  • ||
  • ବିଶ୍ୱ ଘରଚଟିଆ ଦିବସ, ଏ ବର୍ଷର ଥିମ୍ ‘ଆଇ ଲଭ୍‌ ସ୍ପାରୋ’..
  • ||
  • ଭୁବନେଶ୍ଵର : ଆଜି ବିଶ୍ୱ ପଖାଳ ଦିବସ, ପାଗ ଖରାପ ଲାଗି ଟିକେ ମାନ୍ଦା, ଆଗୁଆ ପାଳିଲେ ଆମିଷ ପ୍ରେମୀ
  • ||
  • କେନ୍ଦୁଝର ସଦର : ଥାନାରେ ପହଞ୍ଚିଲା ସ୍ଵାମୀ-ସ୍ତ୍ରୀଙ୍କ କଳି, ଫାଶୀ ଲଗାଇ ଆତ୍ମହତ୍ୟା କଲା ସ୍ଵାମୀ
  • ||
  • ବୌଦ୍ଧ : କେନ୍ଦୁକାଠ ବୋଝେଇ ଟ୍ରକ୍ ଜବତ, ୩ ଗିରଫ
  • ||

ଆଇପିଏସ୍ ସ୍ତରରେ ବଡ ଧରଣର ଅଦଳବଦଳ: ବଦଳିଲେ ୨୯ ଆଇପିଏସ୍ ଏବଂ ଓପିଏସ୍ ଅଧିକାରୀ

source:http://newsmobile.in

ଭୁବନେଶ୍ବର ୧୨/୨:  ଆଇପିଏସ୍ ସ୍ତରରେ ବଡ ଧରଣର ଅଦଳବଦଳ । ନିର୍ବାଚନକୁ ଆଖିରେ ରଖି ଆଇପିଏସ୍ ସ୍ତରରେ ଅଦଳବଦଳ କରିଛନ୍ତି ରାଜ୍ଯ ସରକାର । ଭିଜିଲାନ୍ସ ନିର୍ଦ୍ଦେଶକ ସୁନିଲ ରାଏ ହେଲେ ଗୁଇନ୍ଦା ବିଭାଗ ସ୍ପେସାଲ ଡିଜି । ବିନୟାନନ୍ଦ ଝାଙ୍କୁ ଓଏଚଆରସି ନିର୍ଦ୍ଦେଶକ ରୂପେ ଦାୟିତ୍ୱ ପ୍ରଦାନ କରାଯାଇଛି । ସିଦ୍ଧାର୍ଥ ନରଭଣଙ୍କୁ ଏଚଆରପିସିର ଏଡିଜି ରୂପେ ଦାୟିତ୍ୱ ହସ୍ତାନ୍ତର କରାଯାଇଛି ।

ମହେନ୍ଦ୍ର ପ୍ରତାପ ହେଲେ ଜେଲ୍ ବିଭାଗ ଏଡିଜି । ସଞ୍ଜୀବ ପଣ୍ଡାଙ୍କୁ ଆଇନ୍ ଶୃଙ୍ଖଳାର ଏଡିଜି ଦାୟିତ୍ୱ ଦିଆଯାଇଛି । ଅମିତାଭ ଠାକୁର ହେଲେ ଏସଏପି ଆଇଜି । ଏସ୍. ସାଇନି ହେଲେ ବିପିଏସପିଏ ଆଇଜି । ହିମାଂଶୁ ଲାଲ ହେଲେ କୋରାପୁଟ ରେଞ୍ଜ ଡିଆଇଜି । ଯତୀନ୍ଦ୍ର କୋୟଲ ହେଲେ ବ୍ରହ୍ମପୁର ରେଞ୍ଜ ଆଇଜି । ଆଶିଷ କୁମାର ସିଂହଙ୍କୁ ଗୁଇନ୍ଦା ବିଭାବ ଡିଆଇଜି ସହ  ମୁଖ୍ଯମନ୍ତ୍ରୀଙ୍କ ସୁରକ୍ଷା ଇନଚାର୍ଜ ଦାୟିତ୍ୱ ଦିଆଯାଇଛି । ପୁରୀ ଏସପି ସାର୍ଥକ ଷଡଙ୍ଗୀ ହେଲେ ରାଉରକେଲା ଏସପି । ତାଙ୍କ ବଦଳରେ ରାଉରକେଲା ଏସପି ଉମାଶଙ୍କର ଦାଶ ହେଲେ ପୁରୀ ଏସପି । ସାରା ଶର୍ମା ହେଲେ ଗଜପତି ଏସପି । ଦେଓଗଡ ଏସପି ଅନୁପମା ଜେମସ ହେଲେ ଢେଙ୍କାନାଳ ଏସପି । ରାୟଗଡା ଏସପି ରାହୁଲ ପି.ଆର୍ ହେଲେ କ୍ରାଇମବ୍ରାଞ୍ଚ ଏସପି । ନବରଙ୍ଗପୁର ଏସପି ବିବେକାନନ୍ଦ ଶର୍ମାଙ୍କୁ ପୋଲିସ ମୁଖ୍ୟାଳୟକୁ ଏଆଇଜି ଭାବେ ବଦଳି କରାଯାଇଛି । ପଦ୍ମିନୀ ସାହୁ ହେଲେ ଡିସିପି ହେଡକ୍ୱାର୍ଟର । ବଡବିଲ ଏସଡିପିଓ ରାହୁଲ ଜୈନଙ୍କୁ ଦେବଗଡ ଏସପି ଭାବେ ଅବସ୍ଥାପିତ କରାଯାଇଛି । ମାଲକାନଗିରି ଏସଡିପିଓ ଡକ୍ଟର ସର୍ଭଣା ବିବେକଙ୍କୁ ରାୟଗଡା ଏସପି ଭାବେ ବଦଳି କରାଯାଇଛି । ବାଲିଗୁଡା ଏସଡିପିଓ କୁଶାଲକର ନିତୀନ ଡୁଗୁଡଙ୍କୁ ନବରଙ୍ଗପୁର ଏସପି ଭାବେ ବଦଳି କରାଯାଇଛି ।

ଏଏସପି ତଥା ରାଜ୍ୟପାଳଙ୍କ ଏଡିସି ପ୍ରତ୍ୟୁଷ ଦିବାକରଙ୍କୁ ଏସପି ପାହ୍ୟାକୁ ପଦୋନ୍ନତି ଦିଆଯାଇ ଏଡିସି ଭାବେ ହିଁ ଅବସ୍ଥାପିତ କରାଯାଇଛି । କଟକ ଗ୍ରାମାଞ୍ଚଳ ଏସପି ଦାୟିତ୍ବରେ ଥିବା ମାଧବ ଚନ୍ଦ୍ର ସାହୁଙ୍କୁ ଏଆଇଜି ଭାବେ ବଦଳି କରାଯାଇଛି । ଏଆଇଜି କେ. କେ ଡୋଙ୍ଗାୟତଙ୍କୁ କଟକ ଏସଆରପିକୁ ବଦଳି କରାଯାଇଛି । ଗଜପତି ଜିଲ୍ଲା ଏସପି ଦାୟିତ୍ବରେ ଥିବା ଅମୂଲ୍ୟ କୁମାର ଦାସଙ୍କୁ ଖୋର୍ଦ୍ଧା ଜିଲ୍ଲାର ଭାରପ୍ରାପ୍ତ ଏସପି ଭାବେ ବଦଳି କରାଯାଇଛି । ଖୋର୍ଦ୍ଧା ଜିଲ୍ଲାର ଭାରପ୍ରାପ୍ତ ଏସପି ଦିପ୍ତୀରଞ୍ଜନ ରାୟଙ୍କୁ କ୍ରାଇମବ୍ରାଞ୍ଚର ଭାରପ୍ରାପ୍ତ ଏସପି ଭାବେ ବଦଳି କରାଯାଇଛି ।

ଢେଙ୍କାନାଳ ଜିଲ୍ଲାର ଭାରପ୍ରାପ୍ତ ଏସପି ସନ୍ତୋଷ କୁମାର ନାୟକଙ୍କୁ ଏସଆଇଡବ୍ଲୁର ଭାରପ୍ରାପ୍ତ ଏସପି ଭାବେ ବଦଳି କରାଯାଇଛି । ପୋଲିସ ମୁଖ୍ୟାଳୟର ଭାରପ୍ରାପ୍ତ ଡିସିପି ସନ୍ତୋଷ କୁମାର ନାୟକଙ୍କୁ ଏସଆଇଡବ୍ଲୁର ଭାରପ୍ରାପ୍ତ ଏସପି ଭାବେ ଅବସ୍ଥାପିତ କରାଯାଇଛି । ପୋଲିସ ମୁଖ୍ୟାଳୟର ଭାରପ୍ରାପ୍ତ ଡିସିପି ପ୍ରାଣଧନ ମହାପାତ୍ରଙ୍କୁ ମଧ୍ୟ ବଦଳି କରାଯାଇଛି । କ୍ରାଇମବ୍ରାଞ୍ଚର ଭାରପ୍ରାପ୍ତ ଏସପି ରାଧା ବିନୋଦ ପାଣିଗ୍ରାହୀଙ୍କୁ କଟକ ଜିଲ୍ଲାର ଭାରପ୍ରାପ୍ତ ଏସପି ଭାବେ ବଦଳି କରାଯାଇଛି । ପୋଲିସ ମୁଖ୍ୟାଳୟର ଏଆଇଜି ରବି ନାରାୟଣ ବେହେରାଙ୍କର ମଧ୍ୟ ବଦଳି କରାଯାଇଛି । ତେବେ ତାଙ୍କ ପୋଷ୍ଟିଂ ଡିଜିପି (ଟି) ଏଫଇବି କରିବେ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଛି ।

ସମ୍ବନ୍ଧିତ ଖବର