କଟକ, ୨୪/୧୨: ଆସନ୍ତା ୨୫ତାରିଖରୁ  ହାଇକୋର୍ଟଙ୍କ ଶୀତ ଅବକାଶ ଆରମ୍ଭ ହେଉଛି ।  ସେହିଦୃଷ୍ଟିରୁ ଆସନ୍ତାକାଲି ମଙ୍ଗଳବାର ଅଦାଲତଙ୍କ  ଶେଷ କାର୍ଯ୍ୟ ଦିବସ । ଜାନୁଆରୀ ୨ ତାରିଖରେ କୋର୍ଟ  ଖୋଲିବ । ଛୁଟି ସମୟରେ ୨୫ରୁ ୨୭ତାରିଖ ପର୍ଯ୍ୟନ୍ତ  ଜଷ୍ଟିସ୍‌ ଆଦିତ୍ୟ କୁମାର ମହାପାତ୍ର ଅବକାଶକାଳୀନ  ବିଚାରପତି ଭାବେ ଜରୁରିକାଳୀନ ମାମଲାର ଶୁଣାଣି  କରିବେ । ସେହିପରି ୨୯ରୁ ଜାନୁଆରୀ ୧ ତାରିଖ  ପର୍ଯ୍ୟନ୍ତ ଜଷ୍ଟିସ୍‌ ଏମ୍‌.ଏସ୍‌. ରମଣ ଅବକାଶକାଳୀନ  ବିଚାରପତି ଭାବେ ମାମଲାର ଶୁଣାଣି କରିବେ ବୋଲି  ହାଇକୋର୍ଟ ପକ୍ଷରୁ ଜାରି ବିଜ୍ଞପ୍ତିରୁ ସୂଚନା ମିଳିଛି।