PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱରରୁ ଦୁବାଇ ବିମାନ ସେବା ପାଇଁ ଟିକେଟ ବୁକିଂର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ସୋଆର ନୂତନ କୁଳପତି ଭାବେ ଦାୟିତ୍ୱ ଗ୍ରହଣ କଲେ ପ୍ରଫେସର ପି.କେ. ନନ୍ଦ
  • ||
  • ୫ଟି ସଚିବଙ୍କ ପୁରୀ ଗସ୍ତ, ଶ୍ରୀ ଜଗନ୍ନାଥ କ୍ରୀଡା କମ୍ପ୍ଲେକ୍ସ ନିର୍ମାଣର ଅଗ୍ରଗତି କଲେ ସମୀକ୍ଷା
  • ||
  • ଭୁବନେଶ୍ଵର : ଓଡ଼ିଶା ଦିବସରେ କାଳିଆ ସହାୟତା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ, ୪୩ ଲକ୍ଷରୁ ଉର୍ଦ୍ଧ୍ଵ ଚାଷୀଙ୍କ ବ୍ୟାଙ୍କ ଖାତାକୁ ଗଲା ୮୭୭ କୋଟି
  • ||
  • ଭୁବନେଶ୍ଵର : ମେଟ୍ରୋ ଟ୍ରେନ୍ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ, ପ୍ରଥମ ପର୍ଯ୍ୟାୟରେ ଏୟାରପୋର୍ଟରୁ ତ୍ରିଶୂଳିଆକୁ ଗଡିବ ମେଟ୍ରୋ
  • ||
  • ଭୁବନେଶ୍ୱର : ଭୁବନେଶ୍ୱର-କଟକ ମଧ୍ୟରେ ପ୍ରସ୍ତାବିତ ମେଟ୍ରୋ ଟ୍ରେନ୍ ପ୍ରତିଷ୍ଠା ପାଇଁ ପ୍ରକ୍ରିୟା ଆରମ୍ଭ, ସ୍ଥିତି ଅନୁଧ୍ୟାନ କଲେ ୫ଟି ସଚିବ
  • ||
  • ପୁରୀ : ପୁରୀରେ ପୁଣି ଆତଙ୍କରାଜ, ଦୋକାନ ବାହାରେ ଥୁଆ ହୋଇଥିବା ବାଇକ୍ ଜାଳିଦେଲେ ଦୁର୍ବୃତ୍ତ
  • ||
  • ବସ୍ତା : ସୁବର୍ଣ୍ଣରେଖା ନଦୀରୁ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର
  • ||
  • ବଲାଙ୍ଗୀର : ଜାଲ ସାର୍ଟିଫିକେଟ ମାମଲା : ତଦନ୍ତ କରିବ କ୍ରାଇମବ୍ରାଞ୍ଚ, ଗଠନ ହେଲା ୨ଟି ଟିମ୍
  • ||

ପୂର୍ବାଞ୍ଚଳ ଖୋ-ଖୋ ଚାମ୍ପିଅନ୍‌ସିପ୍‌: ପୁରୁଷ, ମହିଳା ସେମିରେ ଓଡ଼ିଶା

ଛତ୍ରପୁର, ୨ ।୨(ଆପ୍ର): ଛତ୍ରପୁର ଷ୍ଟାଡିୟମ୍‌ରେ ଚାଲିଥିବା ପୂର୍ବାଞ୍ଚଳ ଜୋନସ୍ତରୀୟ ଖୋ-ଖୋ ଚାମ୍ପିଅନ୍‌ସିପ୍‌ର ଉଭୟ ମହିଳା ଓ ପୁରୁଷ ବିଭାଗ ସେମି ଫାଇନାଲ୍‌ରେ ପ୍ରବେଶ କରିଛି ଓଡ଼ିଶା । ଓଡ଼ିଶା ମହିଳା ଦଳ ଦମ୍‌ଦାର ପ୍ରଦର୍ଶନ କରି ବିହାରକୁ ୨୦-୨ ପଏଣ୍ଟ୍‌ରେ ଓ ମଣିପୁରକୁ ୧୦-୪ ପଏଣ୍ଟ୍‌ରେ ପରାସ୍ତ କରି ପୁଲ୍‌-ଏର ଶ୍ରେଷ୍ଠ ଦଳ ବିବେଚିତ ହୋଇଥିଲା । ସେହିପରି ଓଡ଼ିଶା ପୁରୁଷ ଦଳ ମଧ୍ୟ ୨୬-୬ ପଏଣ୍ଟ୍‌ରେ ପ୍ରତିିପକ୍ଷ ବିହାରକୁ ଏବଂ ୨୧-୮ ପଏଣ୍ଟ୍‌ରେ ମଧ୍ୟପ୍ରଦେଶକୁ ହରାଇ ପୁଲ୍‌-ବି ଶ୍ରେଷ୍ଠ ଟିମ୍‌ ଭାବେ ସେମିକୁ ଉନ୍ନୀତ ହୋଇଛି ।
ପ୍ରତିଯୋଗିତାର ଦ୍ୱିତୀୟ ଦିନରେ ଏକାଧିକ ପୁରୁଷ ଓ ମହିଳା ବିଭାଗରେ ମ୍ୟାଚ୍‌ ଖେଳାଯାଇ ଥିଲା । ୩ଟି କୋର୍ଟରେ ଖେଳାଯାଇଥିବା ମ୍ୟାଚ୍‌ ପରିଚାଳନା କରିଥିଲେ ୨୫ ଜଣ ଅଫିସିଆଲ୍‌ । ପୁରୁଷ ବିଭାଗରେ ପଶ୍ଚିମବଙ୍ଗ ୨୦-୬ ପଏଣ୍ଟ୍‌ରେ ମଣିପୁରକୁ ହରାଇଥିବା ବେଳେ ଆସାମ ଦଳ କଡ଼ା ପ୍ରତିଦ୍ୱନ୍ଦ୍ୱିତାମୂଳକ ମୁକାବିଲାରେ ୨୦-୧୭ ପଏଣ୍ଟ୍‌ ସହ ତ୍ରିପୁରାକୁ ପରାଜିତ କରିଥିଲା । ଝାଡ଼ଖଣ୍ଡ ଦଳ ୧୮- ୯ ପଏଣ୍ଟ୍‌ରେ ନାଗାଲାଣ୍ଡକୁ ହରାଇଥିଲା ବେଳେ ଆସାମ ଆଉ ଏକ କଡ଼ା ଟକ୍କରରେ ୯-୭ ପଏଣ୍ଟ୍‌ ବ୍ୟବଧାନରେ ମଣିପୁର ବିପକ୍ଷରେ ବିଜୟୀ ହୋଇଥିଲା । ଝାଡ଼ଖଣ୍ଡ ଓ ମଧ୍ୟପ୍ରଦେଶ ପୁରୁଷ ଟିମ୍‌ର ମୁକାବିଲା ଥିଲା ବେଶ୍‌ ରୋମାଞ୍ଚକର । ମାତ୍ର ୧ ପଏଣ୍ଟ୍‌ ବ୍ୟବଧାନରେ (୨୪-୨୩)ରେ ବିଜୟୀ ହୋଇଥିଲା ଝାଡ଼ଖଣ୍ଡ । ବିହାର ୧୭-୪ ପଏଣ୍ଟ୍‌ରେ ନାଗାଲାଣ୍ଡକୁ ପରାସ୍ତ କରିଥିଲା ବେଳେ ପଶ୍ଚିମବଙ୍ଗ ଅନ୍ୟ ଗୋଟିଏ ଏକତରଫା ମୁକାବିଲାରେ ୧୯-୪ ପଏଣ୍ଟ୍‌ରେ ଆସାମକୁ ହରାଇଥିଲା । ମଣିପୁର ଦଳ ୧୪- ୧୧ ପଏଣ୍ଟ୍‌ରେ ତ୍ରିପୁରାକୁ ହରାଇଥିଲା ।
ସେହିପରି ମହିଳା ବର୍ଗରେ ପଶ୍ଚିମବଙ୍ଗ ଏକତରଫା ପ୍ରଦର୍ଶନ କରି ୧୫- ୪ ପଏଣ୍ଟ୍‌ରେ ଝାଡ଼ଖଣ୍ଡ ମହିଳାକୁ ହରାଇଥିବା ବେଳେ ମଧ୍ୟପ୍ରଦେଶ ୧୯ ପଏଣ୍ଟ୍‌ର ବୃହତ୍‌ ବ୍ୟବଧାନ (୨୦-୧)ରେ ସିକ୍କିମକୁ ପଛରେ ପକାଇ ଦେଇଥିଲା । ଝାଡ଼ଖଣ୍ଡ ସମ୍ପୂର୍ଣ୍ଣ ଏକପାଖିଆ ମ୍ୟାଚ୍‌ରେ ୧୩-୦ ପଏଣ୍ଟ୍‌ ସହ ସିକ୍କିମକୁ ଶୋଚନୀୟ ପରାଜିତ କରିଥିବା ବେଳେ ପଶ୍ଚିମବଙ୍ଗ ୧୩- ୪ ପଏଣ୍ଟ୍‌ରେ ମଧ୍ୟପ୍ରଦେଶକୁ ଓ ଆସାମ ୧୪- ୬ ପଏଣ୍ଟ୍‌ରେ ବିହାରକୁ ହରାଇଥିଲା ।
ପ୍ରତିଯୋଗିତାର ସେମିଫାଇନାଲ୍‌ ଲାଇନ୍‌ଅପ୍‌ ଚୂଡ଼ାନ୍ତ ହୋଇଛି । ରବିବାର ମହିଳା ବିଭାଗରେ ପୁଲ୍‌-ଏ ବିଜେତା ଓଡ଼ିଶା ସହ ପୁଲ୍‌-ବି ଦ୍ୱିତୀୟ ସ୍ଥାନରେ ଥିବା ଝାଡ଼ଖଣ୍ଡର ଏବଂ ପୁଲ୍‌-ଏ ଦ୍ୱିତୀୟ ସ୍ଥାନରେ ଥିବା ଆସାମ ସହ ପୁଲ୍‌-ବି ବିଜେତା ପଶ୍ଚିମବଙ୍ଗର ଟକ୍କର ହେବ । ସେହିପରି ପୁରୁଷ ବିଭାଗ ପୁଲ୍‌-ଏ ବିଜେତା ଭାବେ ପଶ୍ଚିମବଙ୍ଗ ସେମିଫାଇନାଲ୍‌ରେ ପହଞ୍ଚିଥିବା ବେଳେ ପୁଲ୍‌-ବି ଦ୍ୱିତୀୟ ସ୍ଥାନରେ ଥିବା ଝାଡ଼ଖଣ୍ଡ ସହ ତାର ମୁକାବିଲା ହେବ । ସେହିପରି ପୁଲ୍‌-ବି ପ୍ରଥମ ସ୍ଥାନରେ ଥିବା ଓଡ଼ିଶା ସହ ପୁଲ୍‌-ଏ ଦ୍ୱିତୀୟ ସ୍ଥାନ ହାସଲ କରିଥିବା ମଣିପୁରର ମୁକାବିଲା ହେବ ।

ସମ୍ବନ୍ଧିତ ଖବର