PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁଣି ମହଙ୍ଗା ହେଲା ଅମୁଲ ଓ ମଦର ଡାଏରୀ କ୍ଷୀର ଦାମ୍, ଲିଟର ପ୍ରତି ବଢିଲା ୨ ଟଙ୍କା
  • ||
  • ଜମ୍ମୁ-କାଶ୍ମୀରରେ ୩୯ ଜଣ ଆଇଟିବିପି ଯବାନଙ୍କୁ ନେଇ ଯାଉଥିବା ବସ୍‌ ନଦୀରେ ଖସିଲା, ୭ ମୃତ
  • ||
  • ସୁନ୍ଦରଗଡ଼ : ଲଗାଣ ବର୍ଷାରେ ବେହାଲ ହେମଗିର ବ୍ଲକ, ଭାଙ୍ଗିଗଲା ୧୨ ଘର
  • ||
  • ଭୁବନେଶ୍ଵର : ବନ୍ୟା ପରିସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ, ୧୦ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ
  • ||
  • ଭୁବନେଶ୍ଵର : ରାଜ୍ୟରେ ବନ୍ୟା ମୁକାବିଲା ପାଇଁ ପ୍ରସ୍ତୁତ ସରକାର, ୭ଦିନ ଯାଏଁ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ
  • ||
  • ଭୁବନେଶ୍ଵର : ରାଜ୍ୟରେ ୩ ଦିନ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଭୁବନେଶ୍ଵର : ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଆବଶ୍ୟକ ପଦକ୍ଷେପ ନେବେ ଜିଲ୍ଲାପାଳ- ଏସଆରସି
  • ||
  • ନୟାଗଡ଼ : ନୟାଗଡ଼ର ୩୦ଟି ବିଦ୍ୟାଳୟକୁ ଛୁଟି ଘୋଷଣା
  • ||
  • କଟକ : ମୁଣ୍ଡଳୀ ନିକଟରେ ବିପଦ ସଙ୍କେତ ଟପିଲା ମହାନଦୀର ଜଳସ୍ତର
  • ||
  • ଭଦ୍ରକ : ବୈତରଣୀରେ ବନ୍ୟା, ଧାମନଗର ଓ ଭଣ୍ଡାରିପୋଖରୀ ବ୍ଲକର ୩୫ରୁ ଉର୍ଦ୍ଧ୍ଵ ଗାଁ ଜଳବନ୍ଦୀ
  • ||
  • ଭୁବନେଶ୍ଵର : ରାଜ୍ୟରେ ଖସୁଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୨୫୫ ପଜିଟିଭ୍ ଚିହ୍ନଟ
  • ||
  • ବଲାଙ୍ଗୀର : ବଲାଙ୍ଗୀରରେ ବିଭତ୍ସ ହତ୍ୟା, ମାଆ ସମ୍ମୁଖରେ ପୁଅକୁ ଖଣ୍ଡାରେ ହାଣିଲେ ଦୁର୍ବୃତ୍ତ
  • ||

ନୂଆଦିଲ୍ଲୀରେ ଆରମ୍ଭ ହେଲା ଓଡ଼ିଶା ପର୍ବ-୨୦୧୯, ‘ନୌବାଣିଜ୍ୟରେ ଓଡ଼ିଶାର ପ୍ରସିଦ୍ଧି ରହିଛି’

ଭୁବନେଶ୍ୱର,୧୫ା୩(ବ୍ୟୁରୋ): ଓଡ଼ିଶାର ଗୌରବମୟ ସଂସ୍କୃତି, ପରମ୍ପରା, ଐତିହ୍ୟ ଓ ସ୍ୱାଦକୁ ଉଜ୍ଜୀବିତ କରିବା ପାଇଁ ‘ଓଡ଼ିଶା ପର୍ବ୨୦୧୯’ର ତୃତୀୟ ସଂସ୍କରଣ ଆଜି ଆରମ୍ଭ ହୋଇଛି ନୂଆଦିଲ୍ଲୀର ଲନ୍‌ ନଂ-୫, ଇଣ୍ଡିଆ ଗେଟ୍‌ଠାରେ । ଓଡ଼ିଶା ପର୍ବ, ଓଡ଼ିଆ ସମାଜ, ଦ୍ୱାରା ଆୟୋଜିତ ଏ ଉତ୍ସବରେ ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ । ଆଜି ଏହାକୁ ଭାରତର ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ପ୍ରଦୀପ ପ୍ରଜ୍ୱଳନ କରି ଉଦ୍‌ଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସମ୍ମାନିତ ଅତିଥି ଭାବେ ରାଜ୍ୟସଭା ସାଂସଦ ପଦ୍ମବିଭୂଷଣ ରଘୁନାଥ ମହାପାତ୍ର ଯୋଗ ଦେଇଥିବାବେଳେ ଓଡ଼ିଆ ସମାଜ ପରିବାର ଏହି ଉଦ୍‌ଘାଟନୀ ସନ୍ଧ୍ୟାରେ ଉପସ୍ଥିତ ଥିଲେ । ଓଡ଼ିଶାର ସମୃଦ୍ଧ ନୌବାଣିଜ୍ୟ ଇତିହାସକୁ ମନେପକାଇ ଶ୍ରୀ ମୁଖାର୍ଜୀ କହିଥିଲେ, ନୌବାଣିଜ୍ୟ କ୍ଷେତ୍ରରେ ଓଡ଼ିଶା ପ୍ରସିଦ୍ଧି ଲାଭ କରିଥିଲା । ସମଗ୍ର ଦକ୍ଷିଣ-ପୂର୍ବ ଏସିଆରେ ନୌବାଣିଜ୍ୟରେ ଲିପ୍ତ ଥିଲା । ଚିନ୍‌ ମହାସାଗରଠୁ ଭାରତ ମହାସାଗର ପର୍ଯ୍ୟନ୍ତ ଓଡ଼ିଆଙ୍କ ଆଧିପତ୍ୟ ଥିଲା । ସ୍ଥଳଭାଗରେ ମଧ୍ୟ ଓଡ଼ିଶା ବାଣିଜ୍ୟ କ୍ଷେତ୍ରରେ ସୁପ୍ରସିଦ୍ଧି ଲାଭ କରିଥିଲା । ସମସ୍ତ କ୍ଷେତ୍ରରେ ଓଡ଼ିଶାର ଗୌରବମୟ ଇତିହାସ ରହିଛି । ମୁଁ ଆଜି ଏଭଳି ଏକ ବିଶାଳ ଆୟୋଜନର ଅଂଶବିଶେଷ ହେବାର ସୁଯୋଗ ପାଇଥିବାରୁ ବେଶ୍‌ ଗୌରବାନ୍ୱିତ ମନେକରୁଛି । ଉଦ୍‌ଘାଟନୀ ସମାରୋହରେ ଓଡ଼ିଆ ସମାଜର ସଭାପତି ସିଦ୍ଧାର୍ଥ ପ୍ରଧାନ କହିଥିଲେ, ଦୁଇଟି ସଂସ୍କରଣର ସଫଳ ସମାପ୍ତି ପରେ ଓଡ଼ିଶା ପର୍ବର ଏହା ତୃତୀୟ ସଂସ୍କରଣ। ଏହି ପର୍ବ ମାଧ୍ୟମରେ ଦିଲ୍ଲୀବାସୀଙ୍କୁ ଓଡ଼ିଶାର ଗୌରବମୟ ସଂସ୍କୃତି ଓ ଐତିହ୍ୟ ସହ ପରିଚୟ କରାଇବା ସହ ଚଳିତବର୍ଷ ଆମେ ଭବିଷ୍ୟତର ଓଡ଼ିଶା ଗଠନ ନିମନ୍ତେ ଥିବା ଲକ୍ଷ୍ୟକୁ ଉପସ୍ଥାପନ କରିବା ନିମନ୍ତେ ଉଦ୍ୟମ କରିଛୁ । ଏହି ଭବ୍ୟ ସମାରୋହରେ ଦର୍ଶକ ଗରିମାମୟ ସଂସ୍କୃତିର ଝଲକ ପାଇବା ସଙ୍ଗେ ସଙ୍ଗେ ଏଠାରେ ଉପଲବ୍ଧ ଓଡ଼ିଶାର ବଛା ବଛା ସହରର ସୁସ୍ୱାଦୁ ବ୍ୟଞ୍ଜନ ଆଗନ୍ତୁକଙ୍କୁ ବେଶ୍‌ ଆମୋଦିତ କରିବ ବୋଲି ଆମର ବିଶ୍ୱାସ ।
ଉଦ୍‌ଘାଟନୀ ଦିବସର ପ୍ରଥମ ସନ୍ଧ୍ୟାରେ ‘ଦେବଧାରା’ ଗ୍ରୁପ ଦ୍ୱାରା ପ୍ରସ୍ତୁତ ଗଣନାୟକ ପଞ୍ଚକମ୍‌, ଓଡ଼ିଶାର ଭୂମିଆ ଜନଜାତିଙ୍କ ଦ୍ୱାରା ପ୍ରସ୍ତୁତ ରଙ୍ଗାରଙ୍ଗ ନୃତ୍ୟ ମହୁରିଆ ଦାଦା, ପାରମ୍ପରିକ ମୁଖାନୃତ୍ୟ, ଓଡ଼ିଶୀ ନୃତ୍ୟ ଏବଂ ଗୁରୁ ମଧୁମିତା ରାଉତ ଓ ଶିଷ୍ୟମାନଙ୍କ ଦ୍ୱାରା ପ୍ରସ୍ତୁତ ଓଡ଼ିଶୀ ଓ ଭାରତନାଟ୍ୟମ୍‌ର ଫ୍ୟୁଜନ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା । ଏତଦ୍‌ବ୍ୟତିତ ପୁରାତନ ଆଦିବାସୀ ନୃତ୍ୟ ପଶୁମୁଖା ନୃତ୍ୟ ସହ ଅକ୍ଷୟ ମହାନ୍ତିଙ୍କ ସ୍ମୃତିରେ ତାଙ୍କ ସୁପୁତ୍ର ମିତ୍ରଭାନୁ ମହାନ୍ତିଙ୍କ ଦ୍ୱାରା ସ୍ୱତନ୍ତ୍ର ସଙ୍ଗୀତ ଭିତ୍ତିକ ପ୍ରସ୍ତୁତି ‘ସ୍ମୃତି ପସରା’ ଦର୍ଶକଙ୍କୁ ବିମୋହିତ କରିଥିଲା । ଏହାପରେ ଓଡ଼ିଶାର ପ୍ରମୁଖ ଗାୟକ, ଗାୟିକା ପଙ୍କଜ ଜାଲ୍‌ ଏବଂ ଅସୀମା ପଣ୍ଡାଙ୍କ ଗୌରବମୟ ସମ୍ବଲପୁରୀ ଗୀତ ଦର୍ଶକଙ୍କୁ ମତୁଆଲା କରିଥିଲା । ଆସନ୍ତାକାଲି ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମୁଖ୍ୟ ଅତିଥି ରୂପେ ଯୋଗ ଦେବେ ।