ବ୍ରହ୍ମପୁର,୧୦/୧୧: ଓଡ଼ିଶା ପୁଲିସ ଏସ୍‌ଆଇ ଲିଖିତ ପରୀକ୍ଷା ଜାଲିଆତି ମାମଲାର ମାଷ୍ଟର୍‌ ମାଇଣ୍ଡ୍‌ ଶଙ୍କର ପୃଷ୍ଟି ଓ ସିଲିକନ୍‌ ଟେକ୍‌ଲାବ୍‌ ସଂସ୍ଥାର ମୁଖ୍ୟ  ସୁରେଶ ଚନ୍ଦ୍ର ନାୟକର ପଲିଗ୍ରାଫ୍‌ ଟେଷ୍ଟ୍‌ କରିବ କ୍ରାଇମ୍‌ବ୍ରାଞ୍ଚ୍‌ । ଏହି ମାମଲାର ତଦନ୍ତ ଅଧିକାରୀ ବ୍ରହ୍ମପୁର ଜେଏମ୍‌ଏଫ୍‌ସି (ଗ୍ରାମାଞ୍ଚଳ)ରେ ପଲିଗ୍ରାଫ୍‌ ପରୀକ୍ଷା ପାଇଁ ଆବେଦନ କରିଛନ୍ତି । ସୋମବାର ଏହାର ଶୁଣାଣି  ହେବ ବୋଲି ଜଣାପଡ଼ିଛି । କୋର୍ଟ ଅନୁମତି ପରେ  ଉଭୟ ଅଭିଯୁକ୍ତଙ୍କୁ ଭୁବନେଶ୍ୱର ଷ୍ଟେଟ୍‌ ଫରେନ୍‌ସିକ୍‌ ଲାବ୍‌ରେ ପଲିଗ୍ରାଫ୍‌ ଟେଷ୍ଟ୍‌ କରାଯିବ । ସିଲିକନ୍‌  ଟେକ୍‌ଲାବ୍‌ ସଂସ୍ଥାର ମୁଖ୍ୟ ସୁରେଶ ଚନ୍ଦ୍ର ନାୟକଙ୍କୁ  ଗିରଫ କରିବା ପରେ ଲଗାତାର ଭାବେ ଜେରା କରିଥିଲା  କ୍ରାଇମ୍‌ବ୍ରାଞ୍ଚ୍‌ । ପରବର୍ତ୍ତୀ ସମୟରେ ଶଙ୍କର ପୃଷ୍ଟିକୁ  କ୍ରାଇମ୍‌ବ୍ରାଞ୍ଚ୍‌ ନେପାଳ ସୀମା ଉତ୍ତରାଖଣ୍ଡରୁ ଗିରଫ  କରିଥିଲା । ସୁରେଶ ଓ ଶଙ୍କରଙ୍କୁ ମୁହାଁମୁହିଁ ଜେରା  କରିବା ପରେ କ୍ରାଇମ୍‌ବ୍ରାଞ୍ଚ ଉଭୟଙ୍କୁ ଗୋଟିଏ ଦିନରେ ଅର୍ଥାତ୍‌ ନଭେମ୍ବର ୪ରେ କୋର୍ଟଚାଲାଣ କରିଥିଲା । 

ଶଙ୍କରକୁ ଜେରା କରିବାକୁ ଅଧିକ ସମୟ ପାଇ ନ  ଥିଲା କ୍ରାଇମ୍‌ବ୍ରାଞ୍ଚ୍‌ । ଶଙ୍କର ଏବଂ ପୂର୍ବରୁ ବାଲେଶ୍ୱରରୁ  ଗିରଫ ହୋଇଥିବା ଦଲାଲ ଅରବିନ୍ଦ ଦାସକୁ ଗତ  ୫ ତାରିଖରୁ କ୍ରାଇମ୍‌ବ୍ରାଞ୍ଚ୍‌ ରିମାଣ୍ଡରେ ନେଇ ଜେରା  କରିବା ପରେ ୮ରେ କୋର୍ଟରେ ହାଜର କରିଥିଲା ।  କୋର୍ଟ ନିର୍ଦ୍ଦେଶ ପ୍ରକାରେ ଉଭୟଙ୍କୁ ବ୍ରହ୍ମପୁର ଜେଲ୍‌  ପଠାଯାଇଛି । ଜେରାବେଳେ ଶଙ୍କର ସତ କହୁଥିଲା ନା  ନାହିଁ, ତାହା ସନ୍ଦେହରେ । ଏଣୁ ପଲିଗ୍ରାଫ୍‌ ଟେଷ୍ଟ୍‌ କରି  ସତ୍ୟତା ଜାଣିବାକୁ ଟିମ୍‌ ଉଦ୍ୟମ କରୁଛି । 

ସେପଟେ ସିଲିକନ୍‌ ଟେକ୍‌ଲାବ୍‌ର ମୁଖ୍ୟ ସୁରେଶ  ନାୟକ ଓ ପଞ୍ଚ୍‌ସପ୍ଟ ସଂସ୍ଥାର ମୁଖ୍ୟ ତଥା ଏହି ର‌୍ୟାକେଟ୍‌ର  ମାଷ୍ଟର୍‌ମାଇଣ୍ଡ ଶଙ୍କର ପୃଷ୍ଟି ଭିତରେ କ’ଣ ଡିଲ୍‌  ହୋଇଥିଲା ତାହାର ଖୁଲାସା ହୋଇପାରି ନାହିଁ । ଏହି  ଦୁଇଜଣଙ୍କ ପଲିଗ୍ରାଫ୍‌ ଟେଷ୍ଟ୍‌ ହେଲେ ସତ ଜଣାପଡ଼ିବ  ବୋଲି ଆଶା କରାଯାଉଛି । ଶଙ୍କର ପୃଷ୍ଟି ବିରୋଧରେ  ଅନେକ ଅପରାଧିକ ମାମଲା ଥିବାବେଳେ ପୂର୍ବରୁ ମଧ୍ୟ  ନିଯୁକ୍ତି ଠକେଇ ଏବଂ ଜାଲ୍‌ ସାର୍ଟିଫିକେଟ୍‌ କେସ୍‌ରେ  ତା’ର ନାମ ରହିଛି । ସାଧାରଣ ପରିବାରରୁ ଆସିଥିବା  ଶଙ୍କର ପାଖରେ ଅଚଳାଚଳ ସମ୍ପତ୍ତି । ଏହି ସମ୍ପତ୍ତି ଏବଂ  ସେ ଚଳାଉଥିବା ର‌୍ୟାକେଟ୍‌କୁ କିଏ ପ୍ରୋତ୍ସାହନ ଦେଉଛି  ତାହାର ତଦନ୍ତ ଜାରି ରଖିଛି କ୍ରାଇମ୍‌ବ୍ରାଞ୍ଚ୍‌ । 

ମାମଲାରେ ୧୨୫ ଜଣ ଗିରଫ ହୋଇଥିବାବେଳେ  ୧୧୪ ଜଣ ପରୀକ୍ଷା ଆଶାୟୀ ଜାମିନ୍‌ ପାଇ ପର୍ଯ୍ୟାୟକ୍ରମେ  ଜେଲ୍‌ରୁ ମୁକୁଳିଛନ୍ତି । ଏବେ ମୁଖ୍ୟ ଅଭିଯୁକ୍ତ ଶଙ୍କର ସହ  ୧୧ ଜଣ ବ୍ରହ୍ମପୁର ଜେଲ୍‌ରେ ଅଛନ୍ତି । ଏମାନଙ୍କ ସହ  ଲିଙ୍କ୍‌ରେ ଥିବା ଅନ୍ୟ ଅଭିଯୁକ୍ତଙ୍କୁ ଖୋଜୁଛି କ୍ରାଇମ୍‌ବ୍ର