ଭୁବନେଶ୍ଵର, ୨୭/୦୫ : ଏସୀୟ ଇନଡୋର ଆଥଲେଟିକ୍ସ ଚାମ୍ପିଅନସିପ୍-୨୦୨୭ ଆୟୋଜନ କରିବ ଓଡ଼ିଶା। କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ। ଆଜି ହଂକଂରେ ଏସୀୟ ଆଥଲେଟିକ୍ସ କାଉନସିଲ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏନେଇ ଭାରତୀୟ ଖାଳାଳିଙ୍କୁ ଅଭିନନ୍ଦନ ଜଣାଇଛନ୍ତି। 

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏହା ଭାରତ ଏବଂ ଓଡ଼ିଶା ପାଇଁ ଅତ୍ୟନ୍ତ ଗର୍ବର ମୁହୂର୍ତ୍ତ। ଓଡ଼ିଶା ବିଶ୍ୱସ୍ତରୀୟ କ୍ରୀଡ଼ା ଇଭେଣ୍ଟର ଆୟୋଜକ ଭାବରେ ନିଜର ସ୍ଥିତିକୁ ମଜବୁତ କରିଛି। ବିଶ୍ୱସ୍ତରୀୟ କ୍ରୀଡା କ୍ଷେତ୍ରରେ ଏହା ଓଡ଼ିଶାର ଆଉ ଏକ ଉପଲବ୍ଧି। ସେହିପରି ଚଣ୍ଡିଗଡ଼ ୨୦୨୮ ଏସୀୟ ରିଲେ ଆୟୋଜନ କରିବ ବୋଲି ସୂଚନା ମିଳିଛି। ଏହା ପୂର୍ବରୁ ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମ୍ ରେ ୨୦୨୮ ବିଶ୍ୱ ଇନ୍ଡୋର ଆଥଲେଟିକ୍ସ ପ୍ରତିଯୋଗିତା ଆୟୋଜନ ହେବ ବୋଲି ଘୋଷଣା କରାଯାଇଛି। ଯାହାକି ଓଡ଼ିଶା କ୍ରୀଡ଼ା ଜଗତ ପାଇଁ ଏକ ଗୌରବମୟ ବିଷୟ।..

ଏହି ଖବରଟିକୁ ପଢନ୍ତୁଆଜି ରାଜସ୍ଥାନ-ହାଇଦ୍ରାବାଦ ଏଲିମିନେଟର, ବିଦାୟ ନେବ ପରାଜିତ ଦଳ