କଟକ, ୦୭/୦୪: ବେଙ୍ଗାଲୁରୁରେ ଥିବା ବିସିସିଆଇର ଉଚ୍ଚ ପ୍ରଦର୍ଶନ କେନ୍ଦ୍ରରେ ଆସନ୍ତା ୧୨ ରୁ ମେ’ ୭ ତାରିଖ ପର୍ଯ୍ୟନ୍ତ ଦେଶର ବିଭିନ୍ନ ଖେଳାଳିଙ୍କୁ ନେଇ ସ୍ୱତନ୍ତ୍ର ପ୍ରଶିକ୍ଷଣ ଶିବିର ଆୟୋଜିତ ହେବ । ୨୫ ବର୍ଷରୁ କମ୍ ବୟସ ବର୍ଗରେ ଉନ୍ନତ ପ୍ରଦର୍ଶନ କରିଥିବା ଖେଳାଳି ହିଁ ଶିବିରରେ ସାମିଲ ହେବେ । ଏକମାତ୍ର ଓଡ଼ିଆ ଭାବେ ସମ୍ୱିତ ବରାଳଙ୍କୁ ଶିବିରରେ ଯୋଗ ଦେବା ନିମନ୍ତେ ଡାକରା ଆସିଛି ।
୨୩ ବର୍ଷୀୟ ସମ୍ୱିତ ଜଣେ ଅଲରାଉଣ୍ଡର ଭାବେ ଜଣାଶୁଣା । ସେ ରାଜ୍ୟ ଦଳରୁ ୬ଟି ପ୍ରଥମଶ୍ରେଣୀ, ୭ଟି ଲିଷ୍ଟ-ଏ ଏବଂ ୯ଟି ଟି-ଟ୍ୱେଣ୍ଟି ମ୍ୟାଚ୍ ଖେଳି ସାରିଛନ୍ତି । ଓଡ଼ିଶା କ୍ରିକେଟ ଆସୋସିଏସନ(ଓସିଏ) ସଭାପତି ପଙ୍କଜ ଲୋଚନ ମହାନ୍ତି ଏବଂ ସମ୍ପାଦକ ସଞ୍ଜୟ ବେହେରା ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ଅଧିକ ପଢ଼ନ୍ତୁ :- ଭାରତର ଦୁଇ କୋହିନୂର...ସଞ୍ଜୁ ସାମସନ, ଯଶପ୍ରୀତ ବୁମରା, କିଏ ହେବ ଆଇସିସି ମାସର ଶ୍ରେଷ୍ଠ ଖେଳାଳି ?