ଭୁବନେଶ୍ଵର, ୦୫/୦୬ : GRP କନଷ୍ଟେବଲ ସୌମ୍ୟ ରଞ୍ଜନ ସ୍ବାଇଁ ହତ୍ୟା ମାମଲାରେ ଆସିଲା ସାଂଘାତିକ ତଥ୍ୟ । ସୌମ୍ୟ ହତ୍ୟା ପଛରେ ଅଛି କି ପୁରୁଣା ବିବାଦ । ଗତକାଲି NHRC କ୍ୟାମ୍ପ କୋର୍ଟରେ ହାଜର ହୋଇଥିଲେ ଘଟଣାରେ ସଂପୃକ୍ତ ଥିବା ବ୍ୟକ୍ତିମାନେ । NHRC ସମସ୍ତଙ୍କୁ ଡାକି ଘନଘନ ଜେରା କରୁଥିବା ବେଳେ ଏହାରି ଭିତରେ ଭାଇରାଲ ହେବାରେ ଲାଗିଛି ଜଣେ ଯୁବତୀଙ୍କ କଥାବାର୍ତ୍ତାର ଅଡ଼ିଓ । ଯେଉଁଥିରେ ସୌମ୍ୟ ଓ ସୌମ୍ୟଙ୍କ ସାଙ୍ଗ ଓମ୍ ବିଷୟରେ କଥା ହେଉଛନ୍ତି । ଓମ୍ ବିଷୟରେ ଅନେକ କଥା କହୁଛନ୍ତି। ଯେଉଁ ଯୁବତୀ କଥା ହେଉଛନ୍ତି ସେ ସୌମ୍ୟଙ୍କ ସହ ଅତି ଘନିଷ୍ଠ ସମ୍ପର୍କ ଥିବା ଭଳି ଭଳି ଜଣା ପଡୁଛି। ତେବେ ଏ ଯୁବତୀ ଜଣକ କିଏ? ଯିଏ ସୌମ୍ୟ ଓ ଓମ ଭିତରେ ଥିବା ବିବାଦକୁ ପୂରା ଜାଣିଛି। ଯେଉଁ ଓମଙ୍କୁ ନେଇ ପୂର୍ବରୁ ମଧ୍ୟ ସୌମ୍ୟଙ୍କ ପରିବାର ପ୍ରଶ୍ନ ଉଠାଇଛନ୍ତି।

ଭାଇରାଲ ଅଡିଓରେ ଅନେକ ତଥ୍ୟ ରହିଛି । ଓମ୍ ଙ୍କ ବିଷୟରେ ଅନେକ କିଛି କଥା ଆସିଛି ସାମ୍ନାକୁ। ସତ୍ୟ ବିହାର ଜିମ୍ କୁ ନେଇ ଓମ୍ ଏବଂ ସୌମ୍ୟ ଙ୍କ ମଧ୍ୟରେ ହୋଇଥିଲା ବିବାଦ। ଟଙ୍କା ନେଣଦେଣକୁ ନେଇ ଉଭୟଙ୍କ ମଧ୍ୟରେ ହୋଇଥିଲା ବଚସା। ଭାଇରାଲ ହେଉଥିବା ଏହି ଅଡିଓ କାହାର ଓ କିଏ ସେ ଯୁବତୀ ଏହାର ତଦନ୍ତ ହେବା ଦରକାର ବୋଲି ଦାବି ହେଉ।

ଆହୁରି ପଢନ୍ତୁ- ସୌମ୍ୟଙ୍କ ସର୍ଭିସ୍ ରେକର୍ଡ ଯାଞ୍ଚ କଲା NHRC ଟିମ୍‌, ଆଇପିଏସ୍‌ଙ୍କ ଘରେ ଡ୍ୟୁଟି କରିଥିବା ମିଳୁନି ପ୍ରମାଣ

ଯୌତୁକ ନିର୍ଯାତନାର କାହାଣୀ, ଶୁଣିଲେ ଆଖିରୁ ଆସିଯିବ ଲୁହ | Special Report on Divorce