ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ପୁଣି କେନ୍ଦ୍ର ସରକାର ଓଡିଶାର ଦାବିକୁ ଅଣ ଦେଖା କରିଛନ୍ତି : ନବୀନ

Published By : Gurupada Nath | February 1, 2025 10:42 PM

ଭୁବନେଶ୍ଵର,୧/୨ : ଆଜି ସଂସଦରେ ଉପସ୍ଥାପିତ ହୋଇଛି କେନ୍ଦ୍ରୀୟ ବଜେଟ୍ ୨୦୨୫-୨୬। ବଜେଟ୍‌ର ମୋଟ୍ ଆକାର ୫୦.୬୫ ଲକ୍ଷ କୋଟିର ରହିଛି। ଶାସକ ଏନଡିଏ ବଜେଟ୍‌କୁ ୨୦୪୭ ବିକଶିତ ଭାରତର ଏକ ଅୟମାରମ୍ଭ କହୁଥିବା ବେଳେ ବିରୋଧୀ ଏହା ଏକ ନିରାଶାଜନକ ବଜେଟ୍ ବୋଲି କହିଛନ୍ତି । ଏହି କ୍ରମରେ ଓଡିଶାରେ ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଜେଟ୍ ନିରାଶାଜନକ ବୋଲି କହିଛନ୍ତି । 

ନବୀନ ଏକ୍ସରେ କଡ଼ା ସମାଲୋଚନା କରି କହିଛନ୍ତି ଯେ, ଆଜି ଦେଶର ଯୁବପୀଢ଼ିକୁ ଚାକିରିର ଅତ୍ୟନ୍ତ ଆବଶ୍ୟକତା ରହିଛି । ସାଧାରଣ ଲୋକମାନେ ଅତ୍ୟାବଶ୍ୟକୀୟ ସାମଗ୍ରୀର ଦରବୃଦ୍ଧିର ଶିକାର ହେଉଛନ୍ତି । ଏହା ଦୁର୍ଭାଗ୍ୟଜନକ ଯେ ଦେଶ ସମ୍ମୁଖୀନ ହେଉଥିବା ଦୁଇଟି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଚ୍ୟାଲେଞ୍ଜର ସମାଧାନ ଏହି ବଜେଟ୍‌ରେ ନାହିଁ ।  

ପ୍ରତି ବର୍ଷ ଅନେକ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଥିବାରୁ ଓଡ଼ିଶା ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ପାଇଁ ଯଥାର୍ଥ ଭାବେ ଦାବି କରି ଆସୁଛି । ଅନ୍ୟ ରାଜ୍ୟ ଗୁଡ଼ିକ ବଜେଟରେ ସ୍ୱତନ୍ତ୍ର ବ୍ୟବସ୍ଥା ପାଉଥିବାବେଳେ, ପୁଣି ଥରେ କେନ୍ଦ୍ର ସରକାର ଓଡିଶାର ପ୍ରକୃତ ଦାବିକୁ ସମ୍ପୂର୍ଣ୍ଣ ଅଣ ଦେଖା କରିଥିବା ନବୀନ କହିଛନ୍ତି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.