ଭୁବନେଶ୍ଵର, ୨୦/୦୭ : ଖରାବେଳେ ପ୍ରାୟ ସମସ୍ତେ ସନଗ୍ଲାସ୍ ପିନ୍ଧନ୍ତି। ଏହା ଅତି ବାଇଗଣୀ ରଶ୍ମୀରୁ ଆଖିକୁ ରକ୍ଷା କରେ। ମାର୍କେଟ୍‌ରେ ବି ଖୁବ୍ ସୁଲଭ ମୂଲ୍ୟରେ ଏହା ମିଳିଯାଉଛି। ୧୦୦ରୁ ୧୫୦ ଟଙ୍କାରେ ପୁରା ଚୋଖା ଚଷମା ମିଳୁଛି। ଯାହାକୁ ପିନ୍ଧିଲେ ଯେକେହିବି ଷ୍ଟାଇଲିସ୍ ଏବଂ ଡ୍ୟାସିଂ ଦେଖାଯିବ। ତେବେ ଆପଣ କେବେ ଭାବିଛନ୍ତି କି ? ଶସ୍ତାରେ ମିଳୁଥିବା ଏହି ସନଗ୍ଲାସ୍ ଆପଣଙ୍କୁ କେତେ ସୁରକ୍ଷା ଦିଏ ? ଆଖି ଉପରେ ଏହି ଚଷମା କି ପ୍ରଭାବ ପକାଏ ? କ'ଣ ସତରେ ୟୁଭି ସୁରକ୍ଷା ଦେଉଛି ୧୦୦ ଟଙ୍କିଆ ଚଷମା ?

ଶସ୍ତା ସନଗ୍ଲାସ୍‌ କୁ ନେଇ ବିଶେଷଜ୍ଞମାନେ ସାଙ୍ଘାତିକ ଖୁଲାସା କରିଛନ୍ତି। ଏହି ସନଗ୍ଲାସ୍ ସୁରକ୍ଷା ଦେବା ବଦଳରେ ଓଲଟା ଆଖି ଉପରେ କୁପ୍ରଭାବ ପକାଉଛି। ଏହି ରଙ୍ଗ ବେରଙ୍ଗ ଚଷମାର କାଚକୁ କେବଳ ଡାର୍କ ରଙ୍ଗ ଦେଇ ତିଆରି କରାଯାଉଛି। ଏଥିରେ ଆଖିକୁ ସୁରକ୍ଷା ଦେବା ଭଳି କୌଣସି ସୁରକ୍ଷା ଫିଚର ନାହିଁ। ତେଣୁ ମାର୍କେଟ୍‌ ରେ ଅତି ସୁଲଭ ମୂଲ୍ୟରେ ୧୦୦ରୁ ୧୫୦ ଟଙ୍କାରେ ମିଳିଯାଉଛି। ଯେମିତି କପଡ଼ାରେ ରଙ୍ଗ ଦିଆଯାଏ, ସେହିପରି ଏହି ଚଷମାରେ ଡାଇ ଦିଆଯାଏ। ଏହାକୁ ପିନ୍ଧିବା ଦ୍ଵାରା ଆପଣଙ୍କୁ ସନଗ୍ଲାସ୍‌ ର ଭାଇବ୍ ମିଳିବ କିନ୍ତୁ ସୁରକ୍ଷା ମିଳିବନି। ଏହା ଖରାରେ କେବଳ ସନଲାଇଟ୍ ର ରଙ୍ଗ ବଦଳାଇପାରିବ କିନ୍ତୁ ଜିରୋ ପ୍ରୋଟେକ୍ସନ ଦେବ। ସୂର୍ଯ୍ୟଙ୍କ ଅତି ବାଇଗଣୀ ରଶ୍ମୀକୁ ଏହା ରୋକି ପାରିବନି। ଏହି ଚଷମା ପିନ୍ଧି ସୂର୍ଯ୍ୟଙ୍କୁ ସିଧାସଳଖ ଦେଖିଲେ ଆଖିର ରେଟିନା ଖରାପ ହୋଇଯିବ। 

ଯଦି ଶସ୍ତା ଲୋଭରେ ପଡି ଏମିତି ସନଗ୍ଲାସ୍ କିଣୁଥାନ୍ତି, ତାହେଲେ ସାବଧାନ୍। ଶସ୍ତାରେ ପଡ଼ି ହିନସ୍ତା ହେବେ ସିନା କିଛି ଲାଭ ମିଳିବନି। ଦୀର୍ଘ ସମୟ ଯାଏଁ ଏହି ଚଷମା ପିନ୍ଧିଲେ  ଆଖି ଉପରେ ଚାପ ପଡିବ, ମୁଣ୍ଡ ବିନ୍ଧା ହେବ ଏବଂ ଧୂମିଳ ଦେଖାଯିବ। ଆଖିରେ ଟିସ୍ୟୁ ଗ୍ରୋଥ୍ ହେବାର ମଧ୍ୟ ସମ୍ଭାବନା ରହିଛି। ମୋତିଆବିନ୍ଦୁ ସମସ୍ୟା ବି ବଢିପାରେ। ତେଣୁ ଏଭଳି ଚଷମା ବ୍ୟବହାର ଠାରୁ ଦୂରେଇ ରୁହନ୍ତୁ। ଏକ ଭଲ ଅପ୍ଟିକାଲ ଦୋକାନରୁ ଠିକ୍ ସନଗ୍ଲାସ୍ କିଣି ବ୍ୟବହାର କରନ୍ତୁ। ଏହା ଆପଣଙ୍କୁ ୟୁଭି ପ୍ରୋଟେକ୍ସନ୍ ଦେବ। ଏଭଳି ଚଷମା ବାଛନ୍ତୁ, ଯାହା ୟୁଭି ପ୍ରୋଟେକ୍ସନ ସାର୍ଟିଫାଏଡ୍ କିମ୍ଵା ପୋଲେରାଇଜଡ୍ ସାର୍ଟିଫାଏଡ୍ ହୋଇଥିବ। ଅଧିକ ସମସ୍ୟା ଥିଲେ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ। ସନଗ୍ଲାସ୍ କୁ ଫ୍ୟାସନ ପାଇଁ ନୁହେଁ, ଆଖିର ସୁରକ୍ଷା ପାଇଁ ପିନ୍ଧନ୍ତୁ।

ଆହୁରି ପଢନ୍ତୁ- ମୁଣ୍ଡ ଅଲଗା ହୋଇଗଲା , ତଥାପି ଲଢିବା ଛାଡ଼ି ନଥିଲା ରୋବୋଟ୍ ! ଫାଇଟ୍ ଭିଡିଓ ଦେଖି ଲୋକେ ଆଶ୍ଚର୍ଯ୍ୟ