କଟକ,୮।୩ : ଅଟୋରୁ ଦେଶୀ ବନ୍ଧୁକ ଓ ୨ ଟି ବୋମା କଟକ ମର୍କତ ନଗର ଥାନା ପୋଲିସ ଜବତ କରିଛି । ଏଥିସହ ଅଟୋ ଡ୍ରାଇଭରକୁ ପୋଲିସ ଗିରଫ କରିଛି। ଅଟୋ ଡ୍ରାଇଭର ଜଣକ ହେଲେ ଏସ.କେ ସନା।
ଦେଶୀ ବନ୍ଧୁକ ଓ ବୋମା ଏକ ଅଟୋରେ ଥିବା ପୋଲିସ ସୂଚନା ପାଇଥିଲା। ସେକ୍ଟର ୯ ରେ ଅଟୋ କୁ ଅଟକାଇ ଯାଞ୍ଚ କରିଥିଲା ପୋଲିସ । ଯାଞ୍ଚ ବେଳେ ଦେଶୀ ବନ୍ଧୁକ ଓ ବୋମା ପୋଲିସ ପାଇଥିଲା। ଅଟୋ ଡ୍ରାଇଭର ଏସ କେ ସନାଙ୍କୁ ଗିରଫ କରିଥିଲା ପୋଲିସ । ସନା ଘର ସତିଚୌରା ଇମାମ ପଡ଼ା ବସ୍ତିରେ ବୋଲି ଜଣାପଡିଛି।