ବାଉଁଶୁଣୀ,ଆପ୍ର,୯/୮,  ମନମୁଣ୍ଡା ଥାନା ଗୁନ୍ଦୁଲିଆ ନୂଆପୋଲ ନିକଟରେ ବାଇକ ଏକ ଗଛରେ ପିଟି ହେବାରୁ  ଜଣେ ଯୁବକର ମୃତ୍ୟୁ ଘଟିଛି।  ମୃତ ଯୁବକ ଜଣକ ହେଲେ ଆମ୍ବଝରୀ ଗ୍ରାମ ପଞ୍ଚାୟତ ରାମେଶ୍ୱର ଗ୍ରାମର ହେମନ୍ତ କନ୍ହର୍ ।

ଗୁନ୍ଦୁଲିଆ ନୂଆପୋଲ ନିକଟରେ ଏକ ବାଇକ ଭାରସାମ୍ୟ ହରାଇ ରାସ୍ତା କଡରେ ଥିବା ଏକ ଗଛକୁ ଧକ୍କା ଦେଇଥିଲା l ଫଳରେ ବାଇକରେ ଥିବା ବୌଦ୍ଧ ଥାନା ଆମ୍ବଝରୀ ଗ୍ରାମ ପଞ୍ଚାୟତ ରାମେଶ୍ୱର ଗ୍ରାମର ହେମନ୍ତ କନ୍ହର୍ ଓ କୁଋକୁଚ୍ ଗ୍ରାମର କପିଲ ଦେହୁରୀ ଗୁରୁତର ଆହତ ହୋଇଥିଲେ | ସ୍ଥାନୀୟ ଲୋକେ ଉଭୟଙ୍କୁ ଉଦ୍ଧାର କରି  ଆମ୍ବୁଲାନ୍ସ୍ ଯୋଗେ   ବାଉଁଶୁଣୀ ଡାକ୍ତରଖାନା ପଠାଇ ଥିଲେ l ଡାକ୍ତର ହେମନ୍ତକୁ ମୃତ ଘୋଷଣା କରିଥିଲେ ଓ କପିଲକୁ ସୋନପୁର ଡାକ୍ତରଖାନାକୁ ସ୍ଥାନାନ୍ତର କରିଥିଲେ l ଖବର ପାଇ ମନମୁଣ୍ଡା ପୋଲିସ୍ ଏକ ମାମଲା ରୁଜୁ କରି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ମନମୁଣ୍ଡା ଡାକ୍ତରଖାନାକୁ ପଠାଇଥିବା ସୂଚନା  ମିଳିଛି |