ବୌଦ୍ଧ,୩/୬ : ବୌଦ୍ଧ ଜିଲ୍ଲା ଦେଇ ଯାଇଥିବା ୫୭ ନମ୍ବର ଜାତୀୟ ରାଜପଥ ହରଭଙ୍ଗା ବ୍ଲକର ପୁରୁଣାକଟକ ଥାନା ବଡବନ୍ଧ ଗ୍ରାମ ନିକଟ ରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଏକ ବୋଲେରୋ ଗଛରେ ପିଟି ହେବାରୁ ଘଟଣା ସ୍ଥଳରେ ଗାଡ଼ି ଚାଳକଙ୍କ ମୃତ୍ୟୁ ଘଟିଛି । ମୃତ ଗାଡି ଚାଳକ ହେଲେ ଶିବ ନାଗ
,ବୌଦ୍ଧ ବିଦ୍ୟୁତ ବିଭାଗର ଏକ ବୋଲେରୋ ଗାଡ଼ି ବୌଦ୍ଧ ପଟରୁ ଚାରିଛକ କାର୍ଯ୍ୟାଳୟ କୁ ଯାଉଥିଲା। ବଡବନ୍ଧ ନିକଟରେ ଗାଡ଼ିଟି ଭାରସାମ୍ୟ ହରାଇ ଏକ ଗଛରେ ପିଟି ହୋଇଥିଲା । ଫଳରେ ଘଟଣା ସ୍ଥଳରେ ଗାଡି ଚାଳକର ମୃତ୍ୟୁ ଘଟିଥିବା ବେଳେ ଗାଡ଼ିରେ ଥିବା ୩ ଜଣ ଆହତ ହୋଇଥିଲେ । ଘଟଣା ସ୍ଥଳରେ ପୁରୁଣାକଟକ ପୁଲିସ ପହଞ୍ଚି ଶବକୁ ଜବତ କରି ତଦନ୍ତ ଆରମ୍ଭ କରଛି।