ରାଇକିଆ,୨୨/୭ : ରାଇକିଆ ଆଦର୍ଶ ବିଦ୍ୟାଳୟ ନିକଟ ବୁଲାଣି ରାସ୍ତାରେ ମଙ୍ଗଳବାର ଦୁଇ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର ହୋଇଛନ୍ତି । ମୃତକ ଜଣକ ହେଲେ ଜିଡୁବାଡି ଗ୍ରାମର ରିକୁନ ପ୍ରଧାନ ।ଆହତ ମାନେ ହେଲେ ଜିଡୁବାଡିର ପପୁନ ଦିଗାଲ, ଦାଡ଼ାକେତାର ବିକାଶ ପ୍ରଧାନ ଏବଂ ଡ଼ାମ୍ବାର ବାପି ପ୍ରଧାନ।
ଆହତ ମାନଙ୍କୁ ଅଗ୍ନିଶମ କର୍ମଚାରୀ ଏବଂ ପୁଲିସ ଉଦ୍ଧାର କରି ରାଇକିଆ ମେଡିକାଲରେ ଭର୍ତ୍ତି କରିଥିଲେ। ସେମାନଙ୍କ ଅବସ୍ଥା ଗୁରୁତର ହେବାରୁ ଫୁଲବାଣୀ ମୂଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।