ଧର୍ମଶାଲା,୧୪।୧ : ଚଣ୍ଡିଖୋଲ -ଡ଼ୁବୁରୀ ୫୩ ନମ୍ବର ଜାତୀୟ ରାଜପଥ କନ୍ତପଡ଼ା ବ୍ରାହ୍ମଣୀ ବ୍ରିଜ ନିକଟରେ ବାଇକ ଏବଂ ବସ ମଧ୍ୟରେ ଦୁର୍ଘଟଣା ଘଟିଛି। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଆହତ ହୋଇଛନ୍ତି। ମୃତକ ଜଣକ ହେଲେ ଜେନାପୁର ଥାନା ଅନ୍ତର୍ଗତ ମର୍ଜିତାପୁର ପଂଚାୟତ ସାଥୁଆପାଟଣା ଗ୍ରାମର ସ୍ୱର୍ଗତ ପଞ୍ଚାନନ ସାହୁଙ୍କ ପତ୍ନୀ ତପସ୍ୱିନୀ ସାହୁ । ସେହି ଗ୍ରାମର ପଦ୍ମନାଭ ସାହୁ ଗରୁତର ହୋଇ ମେଡିକାଲକୁ ଚିକିତ୍ସା ନିମନ୍ତେ ପଠାଯାଇଛି।
ଦୁର୍ଘଟଣା ପରେ ଉଭୟ ପାର୍ଶ୍ଵରେ ଏକ ଘଣ୍ଟାରୁ ଉର୍ଦ୍ଧ ସମୟ ଧରି ଗାଡ଼ି ଚଳାଚଳ ବନ୍ଦ ରହିଥିଲା। ଘଟଣା ସ୍ଥଳରେ ଜେନାପୁର ପୋଲିସ, ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ। ଜେନାପୁର ପୋଲିସ ମୃତଦେହ ଜବତ କରି ବ୍ୟବଛେଦ ପାଇଁ ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇ ତଦନ୍ତ ଜାରୀ ରଖିଛି।