ବଡବିଲ,୧୦।୪  : ବଡ଼ବିଲ ଥାନା ଏନ୍ ଏଚ୍ ୫୨୦  ଝାଡ଼ଗାଁ ଛକ ନିକଟରେ  ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । କଙ୍କ୍ରିଟ ମିକ୍ସଚର୍ ଗାଡି ସହ ଏକ ବାଇକ୍ ଧକ୍କା ହେବା ଫଳରେ ଜଣେ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି । ଅନ୍ୟ ଦୁଇ ଜଣ ଗୁରୁତର ହୋଇଛନ୍ତି । ମୃତକ ହେଲେ ଭଦ୍ରାସାହି ଟଣ୍ଟୋ ଅଞ୍ଚଳର ମଣ୍ଟୁ କେରକେଟା ।

 ଗୁରୁତର ୨ ଜଣ ହେଲେ  ରାମୁ ମୁଣ୍ଡା ଏବଂ କରନ୍ ସିଂ ମୁଣ୍ଡା। ଉଭୟଙ୍କୁ ବଡ଼ବିଲ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ କେନ୍ଦୁଝର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଉଭୟଙ୍କ ଅବସ୍ଥା ସଂକଟାପନ୍ନ ରହିଛି । ବଡ଼ବିଲ ପୋଲିସ ଘଟଣା ସ୍ଥଳରେ ପହଞ୍ଚି  ଘଟଣାର ତଦନ୍ତ କରୁଛି।