ଯାଜପୁର, ୨୨/୨ : ଗାଁରେ ଗୋଷ୍ଠୀ ସଂଘର୍ଷ । ଚାଲିଗଲା ଜୀବନ । ଯାଜପୁର ରୋଡ୍ ସୋଲେଇରେ ଗୋଷ୍ଠୀ ସଂଘର୍ଷ ଘଟିଛି । ୨ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିବାବେଳେ ଜଣଙ୍କର ମୃତ୍ୟୁ ହୋଇଛି । ଏହାସହ ଏହି ଘଟଣାରେ ୨ ଜଣ ଆହତ ହୋଇଛନ୍ତି । ମୃତକ ଜଣକ ହେଲେ ଗାଁର ଜେମା ହାଲଦା । ଆହତଙ୍କୁ ଉଦ୍ଧାର କରି ଦାନଗଦି ମେଡିକାଲରେ ଭର୍ତ୍ତି କରାଯାଇଛି । ସେପଟେ ଖବର ପାଇ ପୁଲିସ ଗାଁରେ ପହଞ୍ଚିଛି । ଏବେ ମଧ୍ୟ ଗାଁରେ ଚାପା ଉତ୍ତେଜନା ଲାଗି ରହିଥିବା ଦେଖିବାକୁ ମିଳିଛି ।
ଏହାସହ ପଢ଼ନ୍ତୁ : ସୁପର-୮ ମୁକାବିଲା : ୭୬ ରନରେ ହାରିଲା ଭାରତ