ନୂଆଦିଲ୍ଲୀ, ୨୨/୨: ସୁପର-୮ ମୁକାବିଲାର ପ୍ରଥମ ମ୍ୟାଚରେ ଭାରତର ବଡ଼ ପରାଜୟ । ଟିମ ଇଣ୍ଡଆକୁ ୭୬ ରନରେ ହରାଇଲା ଦକ୍ଷିଣଆଫ୍ରିକା । ୧୧୧ ରନରେ ଅଲଆଉଟ୍ ହେଲା ଭାରତ । ୧୮୮ ରନର ବିଜୟ ଲକ୍ଷ୍ୟ ଦେଇଥିଲା ଦକ୍ଷିଣଆଫ୍ରିକା । ତେବେ ଭାରତ ମାତ୍ର ୧୧୧ ରନରେ ସମସ୍ତ ଓ୍ବିକେଟ୍ ହରାଇଛି । ଦଳ ପକ୍ଷରୁ ଶିଭମ ଦୁବେ ସର୍ବାଧିକ ୪୪ ରନ କରିଛନ୍ତି । ବାକି କୌଣସି ଖେଳାଳି ଆଜିର ମ୍ୟାଚରେ ବଡ଼ ପାଳି ଖେଳିପାରିନଥିଲେ । ଦଳର ୬ ଜଣ ଖେଳାଳି ଦୁଇ ଅଙ୍କ ମଧ୍ୟ ଛୁଇଁପାରିନାହାନ୍ତି ।

ଦକ୍ଷିଣଆଫ୍ରିକା ପକ୍ଷରୁ ମାର୍କେ ୟାନସନ ସର୍ବାଧିକ ୪ ଓ୍ବିକେଟ ଅକ୍ତିଆର କରିଥିବାବେଳେ କେଶବ ମହାରାଜ ୩ ଓ୍ବିକେଟ ଅକ୍ତିଆର କରିଛନ୍ତି । ମାକ୍ରମ ଗୋଟିଏ ଏବଂ ବୋସ ୨ ଟି ଓ୍ବିକେଟ୍ ନେଇଛନ୍ତି । ଆଜିର ମ୍ୟାଚରେ ମଧ୍ୟ ଅଭିଶେକ ଶର୍ମା ବଡ଼ ପାଳି ଖେଳିପାରିଲେନି । ସେ ୧୨ ବଲରୁ ମାତ୍ର ୧୫ ରନ କରିବାରେ ସକ୍ଷମ ହୋଇଥିଲେ । ସଞ୍ଜୁ ସାମସନ ଏହି ମ୍ୟାଚରେ ଫ୍ଲପ ହୋଇଥିଲେ ।

​​​​​​​

ପ୍ରଥମେ ବ୍ୟାଟିଂ କରି ଦକ୍ଷିଣଆଫ୍ରିକା ୧୭୮ ରନ କରିଥିଲା । ୭ ଓ୍ବିକେଟ ବିନିମୟରେ ଦଳ ଏହି ସ୍କୋର କରିଥିବାବେଳେ ଦକ୍ଷିଣଆଫ୍ରିକା ପକ୍ଷରୁ ବ୍ରାଭିସ୍ ୪୫, ମିଲର-୬୩ ଏବଂ ଷ୍ଟବ୍ସ ୪୪ ରନର ପାଳି ଖେଳିଛନ୍ତି । ସେପଟେ ଭାରତ ପକ୍ଷରୁ ଜଶପ୍ରିତ ବୁମରା ୩ ଓ୍ବିକେଟ୍ ଅକ୍ତିଆର କରିଥିବାବେଳେ ଅର୍ଶଦୀପ ୨ ଓ୍ବିକେଟ୍ ଅକ୍ତିଆର କରିଛନ୍ତି । ଏହାସହ ଦୁବେ ଏବଂ ବରୁଣ ଚକ୍ରବର୍ତ୍ତୀ ଗୋଟିଏ ଓ୍ବିକେଟ୍ ଅକ୍ତିଆର କରିଛନ୍ତି ।

​​​​​​​ଏହାସହ ପଢ଼ନ୍ତୁ : ଜଶପ୍ରିତ ବୁମରା ରଚିଲେ ଇତିହାସ